ଦେଶ- ବିଦେଶ

ପୁଞ୍ଜି ବଜାରରେ ଜବରଦସ୍ତ ଉତ୍ସାହ; ସେନସେକ୍ସ ୮୫ ହଜାର ପାର୍, ନିଫ୍ଟି ୨୬,୦୦୦

ମୁମ୍ବାଇ: ପାର୍ବଣ ପୂର୍ବରୁ ପୁଞ୍ଜି ବଜାରରେ ଜବରଦସ୍ତ ଉତ୍ସାହ । ସର୍ବକାଳୀନ ରେକର୍ଡ ଭାଙ୍ଗିଛି ବମ୍ବେଷ୍ଟକ୍ ଏକ୍ସଚେଞ୍ଜ । ସେନସେକ୍ସ ୮୫ ହଜାର ପାର୍ କରିଥିବାବେଳେ ନିଫଟି ୨୬ ହଜାର ଛୁଇଁଛି ।

ମଙ୍ଗଳବାର କାରବାର ଆରମ୍ଭରୁ ଷ୍ଟକ୍ ମାର୍କେଟରେ ସବୁଜ ସଙ୍କେତ ଦେଖିବାକୁ ମିଳିଥିଲା । ୮୪ ହଜାର ୭୮୭ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା।

ପରେ ଏହା ପାର୍ କରିଥିଲା ୮୫ ହଜାର ମାର୍କ ପାର୍ କରି ୮୫.୦୫୮ ପଏଣ୍ଟରେ ପହଞ୍ଚିଥିଲା । ସେହିପରି ଏନ୍ଏସ୍ଇର ନିଫ୍ଟି ୫୦ ଇଣ୍ଡେକ୍ସ ବା ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ପହଞ୍ଚିଥିଲା । ପୁଞ୍ଜି ବଜାରରେ ଉତ୍ସାହ ଯୋଗୁ ଟାଟା ଷ୍ଟିଲ୍ ଓ ପାଓ୍ବାର ଗ୍ରୀଡ୍ ସେୟାରରେ ଚମକ ଦେଖିବାକୁ ମିଳିଛି । ଫଳରେ ନିବେଶକ ମାଲେମାଲ ହୋଇଛନ୍ତି । ଗତ ଦୁଇ ସପ୍ତାହ ଭିତରେ ସେନସେକ୍ସ ୮୦ହଜାରରୁ ୮୫ ହଜାର ଛୁଇଁଛି । ଚାରି ଦିନ ତଳେ ୮୪ ହଜାର ପାର୍ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button