ଦେଶ- ବିଦେଶ

ବନ୍ଧୁକ ସହ ରିଲ୍‌ କରିବା ପଡିଲା ମହଙ୍ଗା : ଚାଲିଗଲା ୧୪ ବର୍ଷ ପିଲାର ଜୀବନ, ଅଭିଯୁକ୍ତ ଫେରାର୍

ନୂଆଦିଲ୍ଲୀ ୨୪।୦୯: ବିହାରର ମଧୁବାନୀରେ ଅଘଟଣ । ଜଣେ ଯୁବକ ଅସ୍ତ୍ରରେ ରିଲ କରିବା ମହଙ୍ଗା ପଡିଛି। ଭିଡିଓ କରିବା ସମୟରେ ୧୪ ବର୍ଷର ଶିଶୁକୁ ଏକ ଗୁଳି ଲାଗିଯାଇଥିଲା। ଯାହା ଫଳରେ ଶିଶୁଟିର ମୃତ୍ୟୁ ଘଟିଛି। ରିଲ କରିଥିବା ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ସେପଟେ ପୋଲିସ ତଦନ୍ତରେ ବ୍ୟସ୍ତ ଅଛି। ଏହି ଘଟଣା ପରେ ତାଙ୍କ ପରିବାର ସଦସ୍ୟ ଭାଙ୍ଗି ପଡିଛି।

ଏହି ଘଟଣା ହରଲାଖୀ ପୋଲିସ ଷ୍ଟେସନ ପରିସରର ଉମଗାଓଁରେ ଘଟିଛି। ମୃତକଙ୍କ ମା କହିଛନ୍ତି ଯେ ପିଲାଟି ରାତିରେ ଖାଇବା ପରେ ପରେ ଇନ୍ଦ୍ର ପୂଜା ଦେଖିବା ପାଇଁ ଘରୁ ବାହାରି ଯାଇଥିଲେ। ଏହା ପରେ କେହି ଜଣେ ତାଙ୍କୁ ପଡ଼ୋଶୀ ଘରର ଛାତରେ କେହି ଗୁଳି ଚଳାଇଥିଲା। ଗୁଳିରେ ଆଘାତ ହେତୁ ତାଙ୍କର ମୃତ୍ୟୁ ଘଟିଛି।

ହତ୍ୟା ପରେ ଅଭିଯୁକ୍ତମାନେ ଫେରାର

ହତ୍ୟା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ। ସୂଚନା ପାଇବା ପରେ ପରିବାର ସଦସ୍ୟ ପିଲାଟିକୁ ଡାକ୍ତଖାନାକୁ ନେଇ ଯାଇଥିଲେ। ଯେଉଁଠାରୁ ତାଙ୍କୁ ମଧୁବାନୀକୁ ରେଫର୍ କରାଯାଇଥିଲା .କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ଯୁବକଙ୍କର ମୃତ୍ୟୁ ଘଟିଥିଲା।

ଗ୍ରାମବାସୀଙ୍କ କହିବାନୁସାରେ, ଅଭିଯୁକ୍ତ ନିଜ ଘରେ ଦୁଇ ସାଙ୍ଗଙ୍କ ସହିତ ସୋସିଆଲ ମିଡିଆ ପାଇଁ ବନ୍ଧୁକ ସହିତ ଏକ ରିଲ (ଭିଡିଓ) କରୁଥିଲେ।ଭିଡିଓ କରିବା ସମୟରେ ହଠାତ୍ ଏକ ଗୁଳି ବାଜିଥିଲା ଏବଂ ଏହି ଦୁର୍ଘଟଣା ଘଟିଥିଲା । ଗୁଳି ବିନିମୟ ହେତୁ ଦୁର୍ଘଟଣା ପରେ ଅନ୍ୟ ଯୁବକମାନେ ମୃତ ଯୁବକଙ୍କୁ ଛାଡି ପଳାଇ ଯାଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତରେ ବ୍ୟସ୍ତ ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button