ରାଜ୍ୟ

ବିଜେପି ଛାଡିବେ କି ଏହି ବଡ ନେତା; ଖୁବଶୀଘ୍ର ପର୍ଦ୍ଦାଫାଶ ହେବ କହିଲା କଂଗ୍ରେସ

ଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଏହାରି ଭିତରେ କଂଗ୍ରେସ ମୁଖପାତ୍ର ପୱନ ଖେଡା ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା ସେତେବେଳେ ସେ କଂଗ୍ରେସରେ ମିଶିବାକୁ ଚାହୁଁଥିଲେ।

ଖୁବଶୀଘ୍ର କଂଗ୍ରେସର ଜଣେ ବଡ ନେତା ଏନେଇ ପର୍ଦ୍ଦାଫାଶ କରିବେ। ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖପାତ୍ର ପୱନ ଖେଡାଙ୍କ ଏଭଳି ବୟାନ ପରେ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ପଦରୁ ଖଟ୍ଟର ହଟିବା ପରେ କଂଗ୍ରେସର ବଡ ନେତାଙ୍କୁ ଯୋଗାଯୋଗ କରିଥିଲେ। ସେ ଦଳରେ ସାମିଲ ହେବାକୁ ଚାହୁଁଥିଲେ।

ଖୁବଶୀଘ୍ର ଏନେଇ ପୁରା ତଥ୍ୟର ପର୍ଦ୍ଦାଫାଶ କରାଯିବ। ବିଜେପିକୁ ଟାର୍ଗେଟ କରି ପୱନ ଆହୁରି କହିଛନ୍ତି ୧୦ବର୍ଷ ପୁରା ଲମ୍ବା ସମୟ। ଏହି ସମୟରେ ଅନେକ ନିର୍ବାଚନ ଦେଖିଛୁ। କିଏ ହାରେ ତ ପୁଣି କିଏ ବିଜୟ ହାସଲ କରିଥାଏ।

ଏଥର ଦୁଇଟି କାରଣ ପାଇଁ ଭୋଟ ପଡ଼ିବ। ବିଜେପି ହରାଇବା ପାଇଁ ଓ କଂଗ୍ରେସକୁ ବିଜୟ କରିବା। ନିର୍ବାଚନର କିଛି ମାସ ପୂର୍ବରୁ ଖଟ୍ଟର ସାହେବଙ୍କୁ ହଟାଇ ଦିଆଗଲା। ଏବେ ସେ କେବଳ ଅମ୍ବାଲାର ନେତା ଭାବେ ରହିଗଲେ। ଭାଜପା ସହପ୍ରଭାରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ବୋଲି କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button