ରାଜ୍ୟ

‘ଭରତପୁର ମାମଲାରେ ଜଡ଼ିତ ଲୋକଙ୍କ ପରିଚୟ ସାର୍ବଜନୀନ ନ ହେଉ’ : ହାଇକୋର୍ଟ

ଟକ, ୨୩।୯ : ଭରତପୁର ଥାନାରେ ହାଇଡ୍ରାମା ମାମଲା । ଜନସ୍ୱାର୍ଥ ମାମଲାରୁ ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏଣିକି ମେଜର ଓ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ ନ ହେଉ ବୋଲି ହାଇକୋର୍ଟ ନିଦ୍ଦେଶ ଦେଇଛନ୍ତି । ଏପିରିକି ଏହି ମାମଲା ସହିତ ସମ୍ପୃକ୍ତି ଥିବା ସମସ୍ତ ଲୋକଙ୍କର ପରିଚୟ ସାର୍ବଜନୀନ ନକରିବାକୁ ମାନ୍ୟବର କୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ତଦାରଖ କରିବାକୁ ମନା କରିଛନ୍ତି କୋର୍ଟ । ଅନ୍ୟପଟେ ରାଜ୍ୟରେ ଥିବା ସମସ୍ତ ଥାନାଗୁଡ଼ିକରେ ସିସିଟିଭି ଲଗାଇବାକୁ ମଧ୍ୟ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, ଆର୍ମି ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ୧୪ ତାରିଖ ରାତିରେ ପଟିଆରୁ ଭରତପୁରକୁ ରାତିରେ ଆସୁଥିଲେ । ରାସ୍ତାରେ ୨ଟି କାର୍କୁ ସେ ଓଭରଟେକ୍ କରିଥିଲେ । କାର୍ରେ ଥିବା ଯୁବକମାନେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଦୁର୍ବ୍ୟବହାର ସହ ଆକ୍ରମଣ କରିଥିଲେ । ଏନେଇ ରାତିରେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମେଜର ଓ ତାଙ୍କ ବାନ୍ଧବୀ । ତେବେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା ।

ଏହାପରେ ଉଭୟଙ୍କୁ ପୁଲିସ ନିର୍ଯ୍ୟାତନା ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସଠାରୁ ମାଡ଼ ଖାଇବା ଓ ନିର୍ଯ୍ୟାତନା ଦିଆଯିବା ଅଭିଯୋଗ ହେବା ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି । ପରେ ୫ ପୋଲିସ ଅଫିସରଙ୍କୁ ଡିଜିପି ନିଲମ୍ଵିତ କରିଥିଲେ । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସଆଇ ବିଳାସିନୀ ପଣ୍ଡା, ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ, କନେଷ୍ଟବଳ ବଳରାମ ହାଂସଦାଙ୍କୁ ନିଲମ୍ବିନ କରାଯାଇଥିଲା । ଏଥିସହ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button