ରାଜ୍ୟ

ତରଙ୍ଗିନୀ ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରୀ ମୃତ

ମାଲକାନଗିରି ୨୩/୦୯ : ତରଙ୍ଗିନୀ ଜଳପ୍ରପାତରେ ଅଘଟଣ। ବୁଲିବାକୁ ଆସିବା ଡାକ୍ତରୀ ଛାତ୍ରଛାତ୍ରୀ ବସିଥିବା ବେଳେ ହଠାତ୍ ପ୍ରଖର ସ୍ରୋତରେ ମାଡି ଆସିଲା ପାଣି । ୪ ଛାତ୍ରୀଙ୍କ ସହ ଜଣେ ଛାତ୍ର ଭାସି ଯାଇଥିଲେ। ଫଳରେ ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି। ଏଭଳି ଅଭାନୀୟ ଘଟଣା ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଘଟିଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳ ତରଙ୍ଗିନୀ ନାମକ ଝରଣା ଅଛି । ଯେଉଁଠିକି ୧୩ ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ୍ ପ୍ରଖର ସ୍ରୋତ ଆସିବାରୁ ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣି ମଧ୍ୟରେ ଭାସି ଯାଇଥିଲେ । ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଅନ୍ୟ ୩ ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ । ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଅନ୍ୟପଟେ ପାଣିରେ ଭାସି ଯାଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ସୋମବାର ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସୀ ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି। ଏହି ଛାତ୍ରଛାତ୍ରୀ ମାନେ ଏଲୁର ମେଡିକାଲ କଲଜେର ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button