ଦେଶ- ବିଦେଶ

ଆମେରିକାରେ ମୋଦୀଙ୍କ ବଡ଼ ଡିଲ୍‌; ନୋଏଡାରେ ନିର୍ମାଣ ହେବ ବିଶ୍ବର ସବୁଠାରୁ ବଡ଼ ସେମିକଣ୍ଡକ୍ଟର ପ୍ଳାଣ୍ଟ

ନୂଆଦିଲ୍ଲୀ,୨୩/୦୯: ନୋଏଡାଠାରେ ନିର୍ମିତ ଜୁଆର ବିମାନବନ୍ଦର ନିକଟରେ ଖୁବ ଶୀଘ୍ର ଇଲେକ୍ଟ୍ରୋନିକ୍ ସାମଗ୍ରୀର ଏକ ହବ୍ ତିଆରି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଖୁବ ଶୀଘ୍ର ବିମାନବନ୍ଦର ନିକଟରେ ଇଲେକ୍ଟ୍ରୋନିକ୍ ଜିନିଷଗୁଡ଼ିକ ପାଇଁ ଏକ ହବ୍ ପ୍ରସ୍ତୁତ ହେବ। ଭାରତ ଏବଂ ବିଦେଶର ଅନେକ କମ୍ପାନୀ ଏଥିରେ ବିନିଯୋଗ କରିବେ।

ଆମେରିକାର ଗସ୍ତ ସମୟରେ ପିଏମ ମୋଦୀ ଆମେରିକାରେ, ଉତ୍ତରପ୍ରଦେଶର ନୋଏଡାଠାରେ ବିଶ୍ୱର ପ୍ରଥମ ସେମିକଣ୍ଡକ୍ଟର ଫ୍ୟାକେସନ୍ ପ୍ଲାଣ୍ଟ ନିର୍ମାଣ ପାଇଁ ଏକ ଚୁକ୍ତି କରିଛନ୍ତି। ଆମେରିକା ସହିତ ଏକ ଅଦ୍ୱିତୀୟ ଚୁକ୍ତିନାମା ଅନୁଯାୟୀ ଭାରତ ଏହାର ପ୍ରଥମ ଜାତୀୟ ସୁରକ୍ଷା ସେମିକଣ୍ଡକ୍ଟର ଫ୍ୟାକେସନ୍ ପ୍ଲାଣ୍ଟ ପାଇବାକୁ ଯାଉଛି, ଯାହା ଆମେରିକାର ସଶସ୍ତ୍ର ବାହିନୀ, ସହଯୋଗୀ ବାହିନୀ ଏବଂ ଭାରତୀୟ ପ୍ରତିରକ୍ଷା ବାହିନୀକୁ ଚିପ୍ ଯୋଗାଇବ। ଏହି ଫ୍ୟାକେସନ୍ ପ୍ଲାଣ୍ଟ ୨୦୨୫ ମସିହାରେ ଭାରତରେ ପ୍ରତିଷ୍ଠା ହେବ ଏବଂ ଏହାର ନାଁ ରହିବ ‘ଶକ୍ତି’।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡେଲାୱେୟରରେ ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ସାକ୍ଷାତ ପରେ ପ୍ରକାଶିତ ମିଳିତ ତଥ୍ୟପତ୍ରରେ ଭବିଷ୍ୟତର ବୈଷୟିକ ଭାଗିଦାରୀକୁ ଦର୍ଶାଇ ବିଭାଗର ପ୍ରଥମ ଅନୁଚ୍ଛେଦ କହିଛି ଯେ ବେଇଡେନ ଏବଂ ମୋଦୀ, ଜାତୀୟ ସୁରକ୍ଷା, ପରବର୍ତ୍ତୀ ପିଢ଼ି ଟେଲିକମ୍ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି। ସବୁଜ ଶକ୍ତି ପ୍ରୟୋଗ ପାଇଁ ଉନ୍ନତ ସମ୍ବେଦନ, ଯୋଗାଯୋଗ ଏବଂ ପାୱାର ଇଲେକ୍ଟ୍ରୋନିକ୍ସ ଉପରେ ଧ୍ୟାନ ଦେଇ ଏକ ନୂତନ ସେମିକଣ୍ଡକ୍ଟର ଫ୍ୟାକେସନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଇନଫ୍ରାଡେଡ୍, ଗାଲିୟମ୍ ନାଇଟ୍ରାଇଡ୍ ଏବଂ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ ଉଦ୍ଦେଶ୍ୟରେ ଏହି ଫାବ୍ ପ୍ରତିଷ୍ଠା କରାଯିବ ଏବଂ ଭରତ ସେମିକଣ୍ଡକ୍ଟର ମିଶନ୍ ଏବଂ ଭାରତ ସେମି, 3rdiTech ଏବଂ ଆମେରିକାର ସ୍ପେସ୍ ଫୋର୍ସ ମଧ୍ୟରେ ରଣନୈତିକ ପ୍ରଯୁକ୍ତିବିଦ୍ୟା ଭାଗିଦାରୀ ଦ୍ୱାରା ଏହା ସକ୍ଷମ ହେବ ବୋଲି ଫ୍ୟାକ୍ଟସିଟ୍ କହିଛି।

ଏହା ବିଶ୍ବର ପ୍ରଥମ ମଲ୍ଟିଚିପ୍ ସାମରିକ ଫ୍ୟାବ୍ ହେବ। ନାଇଟ୍ ଭିଜନ୍, ମିଶାଇଲ ସିକର, ସ୍ପେସ୍ ସେନ୍ସର, ଅସ୍ତ୍ରଶସ୍ତ୍ର, ସାମରିକ ହାଣ୍ଡ୍ହେଲ୍ଡ ସାଇଟ ଏବଂ ଡ୍ରୋନ୍ ପାଇଁ ଉନ୍ନତ ସେନ୍ସିଂ ଇନଫ୍ରାଡ୍ ଚିପ୍ସ ବ୍ୟବହାର କରାଯିବ। ସେ କହିଛନ୍ତି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତରେ ନିର୍ମିତ ଚିପ୍ ଆମେରିକାରେ ପହଞ୍ଚିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button