ଦେଶ- ବିଦେଶ

ଜାଣନ୍ତୁ ; ଆଖି ଡେଇଁବା ଶୁଭ, ଅଶୁଭ ନା ଭିଟାମିନ୍‌ର ଅଭାବ..

ଅନେକ ସମୟରେ ଆଖି ଡେଇଁବା ଅନୁଭବ ହୋଇଥାଏ । ଏହାକୁ ଶୁଭ ଓ ଅଶୁଭ ସଙ୍କେତ ବୋଲି ମଧ୍ୟ କୁହାଯିବା ନିଶ୍ଚୟ ଶୁଣି ଥିବେ । କୁହାଯାଏ ଆଖି ଡେଇଁବା ଦ୍ୱାରା ଶୁଭ ଓ ଅଶୁଭ ଘଟଣା ଘଟିବାର ସଙ୍କେତ ମିଳିଥାଏ । ମାତ୍ର ଏହା ସ୍ୱାସ୍ଥ୍ୟ ସହ ଜଡିତ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଆଖି ଡେଇଁବାର ଅନେକ କାରଣ ରହିଛି।

ଆଖି ଡେଇଁବାର ମୁଖ୍ୟ କାରଣ ଭିଟାମିନ୍‌ର ଅଭାବ ହୋଇପାରେ ।

ଭିଟାମିନ୍‌ର ଅଭାବ ହେବା ଦ୍ୱାରା ଶରୀର ଉପରେ ଅନେକ ପ୍ରଭାବ ପଡିଥାଏ । ତା’ମଧ୍ୟରୁ ଗୋଟିଏ ହେଉଛି ଆଖି ଡେଇଁବା।

ଆଖି ବିଶେଷଜ୍ଞଙ୍କ ଅନୁସାରେ ଚିନ୍ତା, ଆଖି ଉପରେ ଅଧିକ ପ୍ରଭାବ, ଅଧିକ କାଫିନ୍‌ର ସେବନ, କିଛି ସ୍ୱତନ୍ତ୍ର ଔଷଧ, ଆଖିର ଶୁଷ୍କପଣ ପାଇଁ ଆଖି ଡେଇଁଥାଏ । ଏହାସହ ଭିଟାମିନ୍‌ ବି ୧୨ର ଅଭାବରୁ ମଧ୍ୟ ଆଖି ଡେଇଁଥାଏ । ଭିଟାମିନ୍‌ ବି ୧୨ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଆବଶ୍ୟକ । ଏହାର ଅଭାବରୁ ଶରୀରରେ ବିଭିନ୍ନ ସମସ୍ୟା ଆରମ୍ଭ ହୋଇଥାଏ । ଏହା ଭିଟାମିନ୍‌ ବି ୧୨ ଅଭାବ ହେବାର ସଙ୍କେତ ଦେଇଥାଏ।

ଏହାସହ ନିଦର ଅଭାବ, ସଠିକ୍‌ ମାତ୍ରାରେ ନ ଶୋଇବା ଦ୍ୱାରା ମଧ୍ୟ ଆଖି ଡେଇଁଥାଏ । ମାତ୍ର ନିୟମିତ ଏପରି ହେଲେ କାମରେ ପ୍ରଭାବ ପଡିଥାଏ।

ଆଖି ଡେଇଁବାରୁ ରକ୍ଷା ପାଇବା ପାଇଁ ସଠିକ୍‌ ମାତ୍ରାରେ ଶୁଅନ୍ତୁ । କାଫିନ୍‌, ନିଶା ଜିନିଷର ସେବନ କରନ୍ତୁ ନାହିଁ । ଚିନ୍ତାରୁ ଦୂରେଇ ରହିବା ସହ ଆଖି ପାଇଁ କିଛି ବ୍ୟାୟାମ କରନ୍ତୁ । ଏହାସହ ଭିଟାମିନ୍‌ ବି ୧୨ ଥିବା ଖାଦ୍ୟକୁ ଭରପୁର ମାତ୍ରାରେ ନିଜ ଖାଦ୍ୟରେ ସାମିଲ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button