ଦେଶ- ବିଦେଶ

କାର ଦୁର୍ଘଟଣାର ଶିକାର ହେଲେ ପ୍ରବୀଣ ଦବାସ୍, ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ଵାଇ ୨୧।୦୯: ବଲିଉଡ ଅଭିନେତା ପ୍ରବୀଣ ଦବାସ। ବର୍ତ୍ତମାନ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଶନିବାର ସକାଳେ କାର ଦୁର୍ଘଟଣାରେ ଅଭିନେତା ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଡାକ୍ତରଖାନାରେ ୫୦ ବର୍ଷିୟ ପ୍ରବୀଣ ଦବାସଙ୍କୁ ଭର୍ତ୍ତି କରାଯାଇଛି।ଏବେ ତାଙ୍କୁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି।

 

ଅଭିନେତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି

ଏକ ସୋର୍ସରୁ ଜଣାପଡିଛି ଯେ ଏହି ସମୟରେ ପ୍ରବୀଣ ଦବାସଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀତ। ଦୁର୍ଘଟଣା ସମୟରେ ପ୍ରବୀଣ ନିଜେ କାର୍ ଚଳାଉଥିଲେ। କେଉଁ ସମୟରେ ଏବଂ କେଉଁଠାରେ ଦୁର୍ଘଟଣା ଘଟିଛି ତାହା ଜଣା ପଡିନାହିଁ। ହୋଲି କ୍ରସ୍ ହସ୍ପିଟାଲ୍ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଡାକ୍ତରୀ ବୁଲେଟିନ୍ ଜାରି କରାଯାଇ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button