ଦେଶ- ବିଦେଶ

ଦିନେ ଅଳିଆ ଉଠାଉଥିଲେ ବିଶ୍ବର ଚର୍ଚ୍ଚିତ କ୍ରିକେଟର; ବର୍ତ୍ତମାନ ୩୭୭ କୋଟିର ମାଲିକ

ନୂଆଦିଲ୍ଲୀ ୨୧।୦୯: ଦିନେ ରାସ୍ତାରୁ ଉଠାଉଥିଲେ ଅଳିଆ । ଅନେକ ସଂଘର୍ଷ ପରେ ବଦଳିଲା ଭାଗ୍ୟ । ଏବେ ଦୁନିଆର ସବୁଠାରୁ ବ୍ୟାଟସମ୍ୟାନ୍ । ବର୍ତ୍ତମାନ କୋଟି କୋଟି ସମ୍ପତ୍ତିର ମାଲିକ । ଏହି ପ୍ଲେୟର ହେଉଛନ୍ତି ୱେଷ୍ଟଇଣ୍ଡିଜ୍ର ଭେଟେରାନ୍ ପ୍ଲେୟର କ୍ରିସ୍ ଗେଲ୍ । ସେ ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଯାତ୍ରା ସଂଘର୍ଷରେ ପରିପୂର୍ଣ୍ଣ ।

କ୍ରିସ୍ ଗେଲ୍ ଜମୈକାର ବାସିନ୍ଦା । ତାଙ୍କ ପରିବାର ବହୁତ ଗରିବ ଥିଲେ । କିନ୍ତୁ ବର୍ତ୍ତମାନ ସେ ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅଛନ୍ତି । କ୍ରିସ୍ ଗେଲ୍ ନିଜ ପିଲାଦିନେ ଅଳିଆ ଗୋଟାଉଥିଲେ । ଏକ ସାକ୍ଷାତକାରରେ ସେ ନିଜେ ଏହା ଖୁଲାସା କରିଥିଲେ । କ୍ରିସ୍ ଗେଲ୍ କହିଥିଲେ କି ସେ ଏକ ମାଟିର କୁଡିଆରେ ରହୁଥିଲେ ଏବଂ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରି ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ ।

କ୍ରିସ୍ ଗେଲଙ୍କ ପାଖରେ ସେତେବେଳେ ଖାଇବା ପାଇଁ ମଧ୍ୟ ଟଙ୍କା ନଥିଲା । ଏମତି ସମୟ ଆସିଛି ସେ ଖାଦ୍ୟ ଖାଇବା ପାଇଁ ଚୋରି ମଧ୍ୟ କରିଥିଲେ । କ୍ରିସ୍ ଗେଲଙ୍କ ହୃଦୟରେ ଛିଦ୍ର ମଧ୍ୟ ଥିଲା । ୨୦୦୬ରେ ଏନେଇ ସେ ଜାଣିବାକୁ ପାଇଥିଲେ । କିନ୍ତୁ ସେ ସେତେବେଳକୁ କ୍ରିକେଟ ଜଗତରେ ନିଜର ପରିଚୟ ସୃଷ୍ଟି କରିସାରିଥିଲେ । କ୍ରିସ୍ ଗେଲଙ୍କ ଆନ୍ତର୍ଜାତୀୟ କ୍ୟାରିଅର୍ ୧୯୯୯ ମସିହାରେ ଆରମ୍ଭ ହୋଇଥିଲା ।

ସେ ୱେଷ୍ଟଇଣ୍ଡିଜ୍ ପାଇଁ ମୋଟ ୧୦୩ଟି ଟେଷ୍ଟ, ୩୦୧ଟି ODI ଏବଂ ୭୯ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏହି ସମୟ ମଧ୍ୟରେ ଗେଲ୍ ୧୯ ହଜାର ୫୯୩ ରନ୍ କରିଥିଲେ । ଯେଉଁଥିରେ ସାମିଲ ରହିଛି ୪୨ଟି ଶତକ । କ୍ରିସ୍ ଗେଲ୍ ତାଙ୍କ କ୍ୟାରିଅରରେ ଦୁନିଆର ସମସ୍ତ ପ୍ରମୁଖ କ୍ରିକେଟ୍ ଲିଗ୍ ଖେଳିଛନ୍ତି । ଯେଉଁଥିରେ ଆଇପିଏଲ୍ ମଧ୍ୟ ସାମିଲ । ଏହି ସମୟରେ ଗେଲ୍ ମୋଟା ଅଙ୍କର ରୋଜଗାର କରିଥିଲେ । ରିପୋର୍ଟ ଅନୁଯାୟୀ, ଗେଲଙ୍କ ମୋଟ ସମ୍ପତ୍ତି ପ୍ରାୟ ୩୭୭ କୋଟି ଟଙ୍କା। ସେ ଲଗଜୁରୀ ଲାଇଫଷ୍ଟାଇଲ୍ ଜଣାଶୁଣା । ଗେଲଙ୍କୁ ପାର୍ଟି କରିବା ପସନ୍ଦ ।

Related Articles

Leave a Reply

Your email address will not be published. Required fields are marked *

Back to top button