ଦେଶ- ବିଦେଶ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ୩ଟି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ, ନହେଲେ ହୋଇଥାଏ ଧନ ହାନି

ଆଚାର୍ଯ୍ୟ ଚାଣକ୍ୟଙ୍କର ଚାଣକ୍ୟନୀତି କହେ ଯେ ଯଦି ଜୀବନରେ ଧନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଜୀବନରୁ ଖରାପ ଅଭ୍ୟାସକୁ କାଢି ଫୋପାଡ଼ି ଦିଅନ୍ତୁ। ଏହି ଖରାପ ଅଭ୍ୟାସ ବ୍ୟକ୍ତିଙ୍କୁ ସଫଳ ହେବାକୁ ଅଟକାଇ ଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଭୌତିକ ଜୀବନରେ ଧନ ସବୁ ପ୍ରକାରର ସୁଖର କାରଣ ଅଟେ। ସେଥିପାଇଁ ଲୋକମାନେ ଧନ ପ୍ରାପ୍ତ କରିବା ପାଇଁ ସାତ ସମୁଦ୍ର ପାର ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଚାଣକ୍ୟ ନୀତି ଏହା ମଧ୍ୟ କହେ ଯେ ବ୍ୟବସାୟରେ ସେହି ବ୍ୟବସାୟୀ ସଫଳ ହୋଇଥାଏ ଯିଏ ରିସ୍କ ନେବାକୁ ପ୍ରସ୍ତୁତ ଥାଏ। ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ସାତ ସମୁଦ୍ର ପାରି ହେବାକୁ ମଧ୍ୟ କୁହନ୍ତି। କାରଣ ସାହସୀ ବ୍ୟବସାୟୀ ସୀମା ଦ୍ୱାରା ବନ୍ଧା ହେବା ଉଚିତ ନୁହେଁ। ଏହାର ଅର୍ଥ ହେଉଛି ଯେ ସଫଳ ବ୍ୟବସାୟୀ ସେହି ଅଟନ୍ତି ଯିଏ ଯେକୌଣସି ସ୍ଥାନରେ ବାଣିଜ୍ୟ କରିବାକୁ ପ୍ରସ୍ତୁତ। କିନ୍ତୁ ଏହା ସହିତ କିଛି ଜିନିଷକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ।

ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱାସ କରନ୍ତି ଯେ ବ୍ୟକ୍ତିଙ୍କ ଭିତରେ ଆତ୍ମବିଶ୍ୱାସ ସେତେବେବେଳେ ହିଁ ଆସିଥାଏ ଯେତେବେଳେ ତାର ଭଲ ଅଭ୍ୟାସ ଥାଏ। ଭଲ ଅଭ୍ୟାସ ବ୍ୟକ୍ତିଙ୍କୁ ସାହସୀ ଏବଂ ନିର୍ଭୀକ କରିଥାଏ। ସେହି ସମୟରେ ଯେଉଁମାନଙ୍କର କିଛି ଖରାପ ଅଭ୍ୟାସ ଅଛି ସେମାନଙ୍କର ମନୋବଳ ଦୁର୍ବଳ ହୋଇଥାଏ। ସେମାନେ ପ୍ରତ୍ୟେକ କାର୍ଯ୍ୟକୁ ଅତି ଭୟଭୀତ ଏବଂ ଦ୍ୱିଧାରେ କରନ୍ତି। ସେଥିପାଇଁ ଭୁଲ ଅଭ୍ୟାସଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି ତେବେ ଆପଣ ସର୍ବଦା ଏହି ଭୁଲ ଅଭ୍ୟାସଠାରୁ ଦୂରରେ ରହିବାକୁ ଚେଷ୍ଟା କରିବା ଉଚିତ।

କେବେବି କୌଣସି ଜିନିଷରେ ଲୋଭ କରନ୍ତୁ ନାହିଁ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ବ୍ୟକ୍ତିଙ୍କୁ ସର୍ବଦା ଲୋଭ ଅର୍ଥାତ ଲାଲଚଠାରୁ ଦୂରେଇ ରହିବା ଉଚିତ। ଲୋଭ ମଣିଷକୁ ଦୁର୍ବଳ କରିଦିଏ ଏବଂ ସର୍ବଦା ଭୁଲ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥାଏ। ଲୋଭୀ ବ୍ୟକ୍ତି କଦାପି ସନ୍ତୁଷ୍ଟ ହୁଏ ନାହିଁ ତାଙ୍କ ମନ ଅସ୍ଥିର ରହିଥାଏ ଏବଂ ମନରେ ଟେନସନ ରହିଥାଏ। ଯାହା ପରବର୍ତ୍ତୀ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ। ସେଥିପାଇଁ ଆପଣ ଲୋଭରୁ ଦୂରେଇ ରହିବା ଉଚିତ। ଲୋଭ କରୁଥିବା ଲୋକଙ୍କୁ ମା ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ।

Google
ମିଛ କୁହନ୍ତୁ ନାହିଁ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଆପଣ ସତ୍ୟ କହିବା ଅଭ୍ୟାସ କରିବା ଉଚିତ କାରଣ ଯେଉଁମାନେ ମିଛ କୁହନ୍ତି ସେମାନେ ନିଜର ପ୍ରତିଭାକୁ ସଠିକ ଭାବରେ ବ୍ୟବହାର କରିପାରନ୍ତି ନାହିଁ ଏବଂ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ମିଛ କହୁଥିବା ବ୍ୟକ୍ତିଙ୍କୁ କୌଠିବି ପ୍ରତି ସମ୍ମାନ ମିଳେ ନାହିଁ। ଏପରି ବ୍ୟକ୍ତିଙ୍କୁ କେବେବି ବଡ଼ ଦାୟିତ୍ୱ ଦିଆଯାଏ ନାହିଁ।

ମନ୍ଦ କରିବାଠାରୁ ଦୂରେଇ ରୁହନ୍ତୁ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯିଏ ଅନ୍ୟମାନଙ୍କର ମନ୍ଦ କରୁଥାଏ ସେ ସର୍ବଦା ଚିନ୍ତିତ ଥାଏ। ଏହିପରି ଲୋକମାନେ ସର୍ବଦା ମନ୍ଦ କରିବାରେ ବୁଡି ରହିଥାନ୍ତି। ଏହିପରି ଲୋକମାନେ ମନ୍ଦ କାର୍ଯ୍ୟରେରେ ବୁଡ଼ି ସବୁକିଛି ହରାନ୍ତି। ମନ୍ଦ ଠାରୁ ଦୂରେଇ ରୁହନ୍ତୁ। ମନ୍ଦ କରିବାରୁ ନିଜ ଭିତରେ ମନ୍ଦ ଆସିଥାଏ। ଯାହାର ଜ୍ଞାନ ଯେତେବେଳେ ହୋଇଥାଏ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button