ଦେଶ- ବିଦେଶ

ହାଏରେ ମଣିଷ ! ଦାବି ନେଇ ମୁକ୍ତିକାନ୍ତ ବସିଛି ହୋଡିଂ ଉପରେ, ଏ ପଟେ ତଳେ ବିକା ଚାଲିଛି ଚା’ ଓ ଚିନା ବାଦାମ

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ସବୁଠାରୁ ବଡ କଥା ହେଉଛି ଯେ ହୋଡିଂ ଉପରେ ବସି ନିଜ ଜୀବନ ହାରିବା କଥା କହୁଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ଵାଳ । ମୁକ୍ତିକାନ୍ତ ବିଶ୍ଵାଳ ବିଭିନ୍ନ ସମସ୍ୟା ନେଇ ରାଉରକେଲାରୁ ଭୁବନେଶ୍ଵର ଆସି ପହଞ୍ଚିଥିଲେ । ବର୍ତ୍ତମାନ ସେ କହିଛନ୍ତି ଯେ ସେ ତାଙ୍କ ପରିବାର ପାଇଁ ଆସିନାହାଁନ୍ତି ସେ ତାଙ୍କ ଲକ୍ଷ ଲକ୍ଷ ପରିବାର ନିମନ୍ତେ ଆସିଛନ୍ତି । ଆଜି ଯଦି ତାଙ୍କ ଜୀବନ ଯିବ ତାହା ତାଙ୍କର ଲକ୍ଷ ଲକ୍ଷ ପରିବାର ନିମନ୍ତେ ଯିବ ।

ଏହା ସହିତ ନୀତି ବିଭିନ୍ନ ସମସ୍ୟାରେ ଥିବା ମଣିଷକୁ ନ୍ୟାୟ ଦେବାପାଇଁ ଏହି ମୁକ୍ତିକାନ୍ତ ର ଜୀବନ ଯିବ । ସେ ମରିଗଲେ ତାଙ୍କ ବାପା ମା’ ଙ୍କ ପାଇଁ ଲକ୍ଷ ଲକ୍ଷ ମୁକ୍ତିକାନ୍ତ ଆସିବେ । ଦାବି ପୂରଣ ନ ହେଲେ ସେ ତାଙ୍କର ଶେଷ ରାସ୍ତା ବାଛିନେବେ ବୋଲି କହିଛନ୍ତି । ଏହିଭଳି କିଛି କଥା କହିବା ପରେ ମୁକ୍ତିକାନ୍ତ କୁ ଦେଖିବା ପାଇଁ ତଥା ଖବର ସଂଗ୍ରହ କରିବା ପାଇଁ ଜନସାଧାରଣ ଠାରୁ ଆରମ୍ଭ କରି ଗଣମାଧ୍ୟମ ସମସ୍ତଙ୍କର ଭିଡ ଲାଗିଛି ।

ଆଉ ଠିକ ଏହି ସମୟରେ ଏହି ସୁଯୋଗ କୁ ହାତଛଡା କରିବା ପାଇଁ ଚାହୁଁ ନାହାଁନ୍ତି ଫେରିବାଲା ଦୁଇପଇସା ରୋଜଗାର କରିବା ନିମନ୍ତେ ପସରା ମେଲାଇ ବସିଛନ୍ତି ସେଠାରେ । ମୁକ୍ତିକାନ୍ତ କହୁଛନ୍ତି ଯେ ସରକାର ଚାହୁଁଛନ୍ତି ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହେବ ।

ଯେଉଁ ହୋଡିଂ ଉପରେ ଚଢି ମୁକ୍ତିକାନ୍ତ ସବୁ ସମସ୍ୟାର ସମାଧାନ କରିବା ପାଇଁ ଚାହୁଁଛନ୍ତି, ଯେଉଁ ସମୟରେ ମୁକ୍ତିକାନ୍ତ ଙ୍କୁ ସପର୍ଟ କରି ହଜାର ହଜାର ଲୋକ ତଳେ ଜମା ହୋଇଛନ୍ତି ଠିକ ସେହି ସମୟର ମଉକା କୁ କିନ୍ତୁ ହାତଛଡା କରିବାକୁ ଚାହୁଁନହାଁନ୍ତି ଏହି ଫେରିବାଲା ଜଣଙ୍କ । ଆପଣ ମଧ୍ୟ ଏହି ଦୃଶ୍ୟ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ ।

ଜଣେ ଯେତେବେଳେ ପ୍ରାଣତ୍ୟାଗ କରିବା ନିମନ୍ତେ ନିସ୍ପତି ନେଇଛି ଦୂରରୁ ସେହି ଦୃଶ୍ୟକୁ ଦେଖିବା କେତେଦୂରେ ଉଚିତ । ସେଠାରେ ଉପସ୍ଥିତ ଥିବା ଲୋକେ କେଉଁ କାରଣ ନିମନ୍ତେ ମୁକ୍ତିକାନ୍ତ ଙ୍କୁ ତଳକୁ ଆସିବା ନିମନ୍ତେ କହିଲେ ନାହିଁ ? ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ସେ ମଧ୍ୟ ସେଠାରେ ନୀରବ ଛିଡା ହୋଇ ଏହି ଦୃଶ୍ୟ କୁ ଦେଖୁଥିବାର ନଜର ଆସିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button