ଠକାମୀର ଶିକାର ହେଲେ ଅଭିନେତା ଦୀପକ ତିଜୋରୀ, ମାମଲା ରୁଜୁ

ମୁମ୍ଵାଇ ୨୧।୦୯; ବଲିଉଡ ଅଭିନେତା ଦୀପକ ତିଜୋରୀ। ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ। ସେ ପ୍ରାୟତ ଚର୍ଚ୍ଚା ଚର୍ଚ୍ଚାରେ ରହିଥା’ନ୍ତି । ଏଥିସହିତ ନିକଟରେ ଅଭିନେତାଙ୍କ ବିଷୟରେ ଖବର ଆସୁଛି ଯେ ସେ ଠକେଇର ଶିକାର ହୋଇଛନ୍ତି। ପ୍ରକୃତରେ ଦୀପକ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଖାଖରଙ୍କୁ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି।
ଦୀପକ କହିଛନ୍ତି ଯେ ଖାଖର ଫିଲ୍ମ ନିର୍ମାଣ ପାଇଁ ତାଙ୍କ ଠାରୁ ଟଙ୍କା ନେଇଥିଲେ ଏବଂ ଯେତେବେଳେ ସେ ଏହାକୁ ମାଗିଥିଲେ ସେତେବେଳେ ସେ ଦେବାକୁ ମନା କରିଦେଇଥିଲେ। ଏହା ପରେ ଦୀପକ ଆମ୍ବୋଲି ପୋଲିସ ଷ୍ଟେସନରେ ଠକେଇ ମାମଲା ଦାୟର କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ପୋଲିସ ଅଧିକାରୀ ଶୁକ୍ରବାର ଦିନ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଦୀପକ ତିଜୋରୀ ନିର୍ମାତା ବିକ୍ରମ ଖାଖରଙ୍କୁ ୧୭.୪୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି। ଯାହା ଏକ ଚଳଚ୍ଚିତ୍ରର ପ୍ରଡକ୍ସନ ପାଇଁ ଋଣ ନିଆଯାଇଥିଲା। ଟଙ୍କା ନ ପାଇବା ପରେ ଦୀପକ ମଙ୍ଗଳବାର ଦିନ ଆମ୍ବୋଲି ପୋଲିସ ଷ୍ଟେସନରେ ଟଙ୍କା ଠକେଇ ମାମଲାରେ ପ୍ରଡ୍ୟୁସରଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।
ଏହି ଅଭିଯୋଗରେ ଦୀପକ କହିଛନ୍ତି ଯେ ବିକ୍ରମ ତାଙ୍କୁ ଲଣ୍ଡନରେ ତାଙ୍କ ଫିଲ୍ମ ତିଆରି କରିବାରେ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଯେଉଁଥିପାଇଁ ନିର୍ମାତା ତାଙ୍କଠାରୁ ୧୭.୪୦ ଲକ୍ଷ ଟଙ୍କା ନେଇଥିଲେ। ସେ କହିଛନ୍ତି ଯେ ମୁଁ ଯେତେବେଳେ ଫିଲ୍ମ ବିଷୟରେ ପଚାରିଥିଲି, ବିକ୍ରମ କୋଭିଡ କାରଣରୁ ବିଳମ୍ବର ବାହାନା କରିଥଲେ। ସେ କହୁଥିଲେ ୟୁରୋପରେ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଛି। ମହାମାରୀର ପ୍ରଭାବ କମିଯିବା ପରେ ମଧ୍ୟ ସେ ଫିଲ୍ମକୁ ଆଗକୁ ନ ନେବା ପାଇଁ ବାହାନା ଜାରି ରଖିଥିଲେ। ଯେତେବେଳେ ମୋତେ ଲାଗିଲା ନିର୍ମାତା ଚଳଚ୍ଚିତ୍ର ନିର୍ମାଣ କରିବାର ଉଦ୍ଦେଶ୍ୟ ନାହିଁ, ମୁଁ ତାଙ୍କୁ ଟଙ୍କା ମାଗିଥିଲି, କିନ୍ତୁ ତାହା ମିଳିଲା ନାହିଁ। ଏହା ପରେ ଦୀପକ ଏହି ଘଟଣାରେ ପୋଲିସର ସାହାଯ୍ୟ ନେଇଥିଲେ।




