ଦେଶ- ବିଦେଶ

ଅର୍ଶ (Piles), ମଳକଣ୍ଟକ, ଭଗନ୍ଦର ଭୟଙ୍କର ରୁ ଭୟଙ୍କର ହୋଇଥିଲେ ବି ମୂଳରୁ ହୋଇଯିବ ଶେଷ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ ନମସ୍କାର, ତେବେ ବର୍ତ୍ତମାନ ସମୟରେ ଖରାପ ଜୀବନ ଶୈଳୀ ଯୋଗୁଁ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଅର୍ଶ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଅର୍ଶ ହେବାର ଅନେକ ଗୁଡ଼ିଏ କାରଣ ରହିଛି । କିନ୍ତୁ ଏହାର ପ୍ରମୁଖ କାରଣ ହେଉଛି ଗ୍ୟାସ ରେ ପୀଡ଼ିତ ହେବା, ଖାଦ୍ୟ ସଠିକ ଭାବରେ ପାଚନ ନହେବା ଏବଂ ସକାଳୁ ଠିକ ଭାବରେ ପେଟ ଖାଲି ନହେବା ଦ୍ଵାରା ଏହି ସମସ୍ୟା ଦେଖିବାକୁ ମିଳିଥାଏ ।

ଯେଉଁ ବ୍ୟକ୍ତି ମାନେ ସର୍ବଦା ବସିକରି କାର୍ଯ୍ୟ କରିଥାନ୍ତି ସେହି ବ୍ୟକ୍ତି ମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଇଥାଏ । ଅଧିକ ମୋଟା ଥିବା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଏହି ରୋଗ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ ।

ଅର୍ଶ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ଅନେକ ପ୍ରକାର ର ଔଷଧ ର ସେବନ କରିଥାନ୍ତି ଏବଂ ଏହାର ସାଇଡ଼ ଇଫେକ୍ଟ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହା ବହୁ ପୁରାତନ ଏବଂ ପରୀକ୍ଷିତ । ଏହି ଘରୋଇ ଉପଚାର କୁ ପ୍ରାୟୋଗ କରିବା ଦ୍ୱାରା ମାତ୍ର କିଛି ଦିନ ମଧ୍ୟରେ ଆପଣ ଅର୍ଶ ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

, ରାତିରେ ଶୋଇବା ପୂର୍ବରୁ ଆପଣ ଙ୍କୁ ଏହି ଉପଚାର ପ୍ରୟୋଗ କରିବାକୁ ହେବ । ତେବେ ଏଥିପାଇଁ ଆପଣ ଏକ ଗ୍ଲାସ ଗରମ କ୍ଷୀର ସହିତ ଜଡ଼ା ତେଲ ନିଅନ୍ତୁ । ଆପଣ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତୁ ଏବଂ ସେହି କ୍ଷୀର ରେ ଆପଣ ତିନି ଏମେଲ ଜଡ଼ା ତେଲ ମିଶାନ୍ତୁ । ଶୋଇବାର ଏକ ଘଣ୍ଟା ପୂର୍ବରୁ ଆପଣ ଏହାକୁ ସେବନ କରନ୍ତୁ, ଏହା ସହିତ ତୁଳା ସାହାଯ୍ୟ ରେ ସେହି ଜଡ଼ା ତେଲ କୁ ମଧ୍ୟ ଅର୍ଶ ଜାଗାରେ ଲଗାନ୍ତୁ । ଏହି ଉପଚାର ପ୍ରୟୋଗ ଦ୍ୱାରା ଆପଣ ଙ୍କୁ ମଳ ତ୍ୟାଗ ସମୟରେ ଆଉ ପ୍ରେସର ଦେବାକୁ ପଡ଼ି ନଥାଏ ।

ଦ୍ଵିତୀୟ ଉପାୟ ଟି ହେଉଛି, ଆପଣ ପ୍ରଥମେ ଏକ ପିଆଜ କୁ ଛେଚି ସେଥିରୁ ଭଲ ଭାବରେ ରସ ବାହାର କରି ଦିଅନ୍ତୁ । ପାଖାପାଖି ୧୦ ଏମଏଲ ରସ ଆବଶ୍ୟକ ପଡ଼ିବ । ଏହା ସହିତ ଆପଣଙ୍କୁ ୫ ଏମ୍ ଏଲ ଅଦା ରସ ର ଆବଶ୍ୟକତା ମଧ୍ୟ ପଡ଼ିବ । ଆପଣ ପିଆଜ ଓ ଅଦା ର ରସ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ତେବେ ଆପଣ ଏକ ତୁଳା ଖଣ୍ଡ ନେଇ ସେହି ରସ ରେ ବୁଡାଇ ତାକୁ ଆପଣଙ୍କ ଅର୍ଶ ହୋଇଥିବା ସ୍ଥାନରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ମଳ ଦ୍ୱାର ରେ ବାହାରି ଥିବା ମାଂସ ଧୀରେଧୀରେ ଭଲ ହୋଇଯିବ ଏବଂ ଆପଣଙ୍କୁ ଆରାମ ମିଳିବ । ତେଣୁ ଆପଣ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button