ସ୍ୱାସ୍ଥ୍ୟ

ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫ ତୁରନ୍ତ ହେଇଯିବ ଗାୟବ, ବାସ କରନ୍ତୁ ଘରୋଇ ଉପଚାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଦଳୁଥିବା ଋତୁ ଅନୁସାରେ ପ୍ରାୟତଃ ଲୋକଙ୍କର ସ୍ଵାସ୍ଥ ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଲୋକମାନଙ୍କୁ ଥଣ୍ଡା, ଜ୍ଵର ଓ କାଶ ଆଦି ଭଳି ସମସ୍ୟାରେ ପୀଡ଼ିତା ହେବା ପାଇଁ ପଡିଥାଏ । ଏହି ଥଣ୍ଡା ଓ କାଶରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ମେଡ଼ିସିନର ସେବନ କରିଥାନ୍ତି । ମେଡ଼ିସିନର ସେବନ କରିବା ଅପେକ୍ଷା ଆପଣ ଘରୋଇ ଉପାୟରେ ଆଜି ୩ ଟି ରେମିଡି ଜାଣିବାକୁ ପାଇବେ । ଯାହା ଆପଣଙ୍କ ସର୍ଦ୍ଧୀ ଉପରେ ବହୁତ ଶୀଘ୍ର ଭଲ ପ୍ରଭାବ ପକାଇବ ।

ପ୍ରଥମେ ଏକ କାଢା ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୩ ଗ୍ଲାସ ପାଣି ଗରମ କରନ୍ତୁ । ଏହି କାଢା ପାଇଁ ଆପଣଙ୍କୁ ଗୋଲମରୀଚ, ଜୀରା, ଅଦା ଓ ଲେମ୍ବୁର ଆବଶ୍ୟକତା ପଡିବ । ଆପଣ ଏକ ଜାଗାରେ ଅଧା ଚାମଚ ଗୋଲମରୀଚ, ଅଧା ଚାମଚ ଜୀରା, ଓ ଏକ ଇଞ୍ଚ ସାଇଜ୍ ର ଛୋଟ ଅଦାକୁ ଧୋଇ କାଟି ଟିକିଟିକି କରି ସେହି ଜାଗାରେ ରଖନ୍ତୁ । ତାପରେ ସେହି ୩ ଟି ଉପାଦାନକୁ ଛେଚି ଦିଅନ୍ତୁ ।

ଫୁଟୁଥିବା ଗରମ ପାଣିରେ ଏହି ଦର ଛେଚା ୩ ଟି ଉପାଦାନ ମିଶ୍ରଣକୁ ପକାଇ ଦିଅନ୍ତୁ । ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇବା ପାଇଁ ଛାଡି ଦିଅନ୍ତୁ । ଯେପରି ସମସ୍ତ ପୋଷକ ତତ୍ଵ ଏହି ପାଣି ମଧ୍ୟ ଚାଲି ଆସିବ । ୩ ଗ୍ଲାସ ପାଣି ଫୁଟି ଫୁଟି ଯେପରି ୨ ଗ୍ଲାସ ପାଣି ହୋଇଯିବ । ତେବେ ତାହାକୁ ଆଣି ଘୋଡାଇ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ ।

ପାଣି ଥଣ୍ଡା ହୋଇସାରିଲା ପରେ ସେହି ପାଣିକୁ ଛାଣି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ତାପରେ ସେହି ପାଣିରେ ଆପଣ ଅଧା ଖଣ୍ଡ ଲେମ୍ବୁର ପ୍ରୟୋଗ କରନ୍ତୁ । ଲେମ୍ବୁରେ ଭିଟାମିନ- c ଥାଏ । ଯାହା ଆପଣଙ୍କ ଥଣ୍ଡା, କାଶ ଓ କଫ ପାଇଁ ବହୁତ ଭଲ ତତ୍ଵ ଅଟେ । ତାପରେ ଆପଣଙ୍କ କାଢା ବନି ପ୍ରସ୍ତୁତ ହୋଇଗଲା । ଏହି କାଢାକୁ ଦିନକୁ ଦୁଇଥର ସେବନ କରନ୍ତୁ ।

ଖାଇବାର ଅଧ ଘଣ୍ଟା ପୂର୍ବରୁ କିମ୍ବା ଖାଇବାର ଅଧ ଘଣ୍ଟା ପରେ ଏହାକୁ ସେବନ କରିପାରିବେ । ଏହାର ଏକ ଦିନ ସେବନ ଦ୍ଵାରା ଥଣ୍ଡା, କାଶ, କଫ ଭଳି ସମୟାରୁ ବହୁତ ଶୀଘ୍ର ଆରାମ ପାଇପାରିବେ । ଦିତୀୟରେ ଆପଣ ଏକ ଘରୋଇ କଫ ସିରପ ପ୍ରସ୍ତୁତ କରନ୍ତୁ ।

ଏଥିପାଇଁ ଆପଣ ୩ ଟି ସାମଗ୍ରୀର ବ୍ୟବହାର କରିବେ । ଏକ ପାତ୍ରରେ ଅଧ ଚାମଚ ମହୁ, କିଛି ବୁନ୍ଦା ଲେମ୍ବୁ ରସ ଓ ଚିମୁଟାଏ ଡାଲଚିନି ଗୁଣ୍ଡ ପକାଇ ତାହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଆପଣ ଦିନକୁ ଦୁଇଥର ଏହାକୁ ପ୍ରସ୍ତୁତକରି ୨ ଥର ସେବନ କରନ୍ତୁ । ଏହାର ସେବନ ଦ୍ଵାରା ମଧ୍ୟ ଥଣ୍ଡା, କାଶ ଓ କଫ ସବୁ ଦୂର ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button