ସ୍ୱାସ୍ଥ୍ୟ

ଫୁସଫୁସ, ଗଳା ଓ ଛାତିରେ ଜମିଥିବା କଫ ଥରକରେ ତରଳି ବାହାରିଯିବ, କେବଳ 2 ଚାମଚ ଏହାକୁ ପିଇ ନିଅନ୍ତୁ

ଯଦି ଆପଣଙ୍କ ଛାତିରେ ବହୁତ ଦିନ ହେବ କଫ ଜମା ହୋଇଛି ଏବଂ ଆପଣ ବାରମ୍ବାର ରୋଗାଗ୍ରସ୍ତ ହେଉଛନ୍ତି କିମ୍ବା ଗଳା ରେ କଫ ଯାଇଛି କିମ୍ବା ଥଣ୍ଡା, କାଶ ହେଉଛି ତେବେ ଏହା ଆପଣଙ୍କ ଫୁସଫୁସ ରେ ଜମା ହୋଇଥିବା କଫ କାରଣରୁ ହୋଇଥାଏ । କାରଣ ତାହା ଆମକୁ ଇଂଫେସନ ବାରମ୍ବାର କରାଇ ଥାଏ । ଆଜି ଆମେ ଆପଣ ମାନଙ୍କୁ କଫ ସମସ୍ଯା ଦୂର କରିବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।

 

ଆପଣ ଏହାକୁ ଥରେ ବଣାଇ ଗୋଟେ ସପ୍ତାହ ଯାଏଁ ପ୍ରୟୋଗ କରି ପାରିବେ । ଆପଣଙ୍କ କଫ କୁ ସଂପୂର୍ଣ୍ଣ ସଫା କରି ପାରିବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ତେଜପତ୍ର ଯାହାକୁ ଆପଣ ରୋଷେଇ ଘରୁ ପାଇଯିବେ । ଏହି ରେମେଡି ବିଷୟରେ ଆପଣ ଆଗରୁ କେବେ ଶୁଣି ନ ଥିବେ । ଏହାର ଦୁଇରୁ ତିନି ପ୍ରୟୋଗ କରିଲେ କଫ ବାହାରିଯିବ ଓ ଆରାମ ମିଳିବ ।

ଏଥିପାଇଁ ୬ଟି ମିଡିୟମ ସାଇଜ ତେଜପତ୍ର ନିଅନ୍ତୁ । ଏହାକୁ ଛୋଟ ଛୋଟ କରି ଛିଡାଇ ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି ଅଦା । ଅଦାରୁ ଚୋପା କାଢି ପତଳା ପତଳା କାଟି ଦିଅନ୍ତୁ । ଅଦା ଥଣ୍ଡା, କାଶ, ମୁଣ୍ଡ ବିନ୍ଧା, ଆଁଠୁଗଣ୍ଠି ବିନ୍ଧା ଦୂର କରିବାରେ ସହାୟକ ହୋଇଥାଏ । ଏଥିରେ ଆଇରନ, କପର, ଜିଙ୍କ ପ୍ରଚୁର ପରିମାଣରେ ରହିଥାଏ । ଯଦି ଆପଣ ଗୋଟେ ଦିନ ପାଇଁ ବନାଉଛନ୍ତି ତେବେ ଏକ ପାତ୍ରରେ ଦେଢ କପ ପାଣି କିମ୍ବା ଆପଣ ୭ ଦିନ ପାଇଁ ବନାଉଥିଲେ ଅଧ ଲିଟର ପାଣି ନିଅନ୍ତୁ ।

 

ଯେବେ ପାଣି ହାଲକା ଗରମ ହୋଇଯିବ ସେଥିରେ ତେଜପତ୍ର ଓ ଅଦା ପାକାୟ ଦିଅନ୍ତୁ । ଏବେ ଏହି ପାଣିକୁ ଭଲରେ ଫୁଟାନ୍ତୁ । କିଛି ସମୟ ଫୁଟିବା ପରେ ୪ରୁ ୫ଟି ଲବଙ୍ଗ ମିଶାନ୍ତୁ । ଏବେ ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେତେବେଳେ ଯାଏଁ ପାଣି ଅଧା ନ ହୋଇଛି । ଏହାକୁ ବନାଇବା ପାଇଁ ୭ରୁ ୧୦ ମିନିଟ ଯାଏଁ ଫୁଟାନ୍ତୁ ।

ପାଣି ଅଳ୍ପ ଥଣ୍ଡା ହେବା ପରେ ଏକ ପାତ୍ରକୁ ଛାଣି ନିଅନ୍ତୁ ଓ ଏଥିରେ ମହୁ ଆଡ କରନ୍ତୁ । ଯଦି ଆପଣ ସପ୍ତହେ ଯାଏଁ ବନାଉଛନ୍ତି ତେବେ ୪ ଚାମଚ ମହୁ ଆଡ କରନ୍ତୁ । ଏହାକୁ ସେବନ କରିବା ଆଗରୁ ଗରମ ପାଣି ନେଇ ବଡ ଲ୍କାଙ୍କୁ ୨ ଚାମଚ ମିଶାଇ ଦିଅନ୍ତୁ । ଯଦି ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ ଏକ ଚାମଚ ଗରମ ପାଣିରେ ମିଶାଇ ଦିଅନ୍ତୁ ।

ବଞ୍ଚିଥିବା ପାଣି କୁ ଆପଣ ଫ୍ରିଜ ରେ ରଖିପାରିବେ । ଆପଣ ଉଷୁମ ପାଣି ରେ ମିକ୍ସ କରି ଏହାର ସେବନ କରନ୍ତୁ । ଯଦି ଆପଣ ଚାହିଁବେ ତେବେ ଅଧା ଚାମଚ ଲେମ୍ବୁ ଆଡ ଏହି ପାଣିରେ ମିଶାଇ କାରିବେ । ଆପଣ ଏହାକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଛାତିରେ ଜମାଥିବା କଫ ସଂପୂର୍ଣ୍ଣ ବାହାରିଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button