ସ୍ୱାସ୍ଥ୍ୟ

ପେଟର ଗ୍ଯାସ ସଂପୂର୍ଣ୍ଣ ଭଲ ହେବା ସହ ପେଟରୁ ସବୁ ଆବର୍ଜନା ବାହାରିଯିବ, ଥରେ ସେବନ କରନ୍ତୁ ଏହି ରାମବାଣ ଘରୋଇ ଉପଚାର

ଗରମ ଦିନ ମାନଙ୍କରେ ପେଟରେ ଗ୍ଯାସ ଭଳି ସମସ୍ଯା ବହୁତ ଯନ୍ତ୍ରଣା ଦେଇଥାଏ । ଆପଣଙ୍କ ପେଟ ଯଦି ଠିକ ଭାବେ ସଫା ହେଉନାହିଁ, ପେଟ ଏବଂ ଛାତିରେ ଯଦି ଜ୍ଵଳନ ହେଉଛି, ଖାଦ୍ୟ ଯଦି ଭଲ ଭାବେ ହଜମ ହେଉନାହିଁ ଏବଂ ଗ୍ଯାସ ଭଳି ସମସ୍ୟାକୁ ନେଇ ଯଦି ଆପଣ ବହୁତ ଅଧିକ ଚିନ୍ତିତ ରହୁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାର ଘରୋଇ ଉପଚାର ନେଇ ଆସିଛୁ । ଚାଲନ୍ତୁ ଦେଖିବା ଉପଚାରକୁ କେମିତି ପ୍ରସ୍ତୁତ କରିବେ ଓ କିଭଳି ସେବନ କରିବେ ।

ଏଥିପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ପୁଦିନା ପତ୍ର । ପୁଦିନା ଆମ ଶରୀରକୁ ଥଣ୍ଡା ରଖିଥାଏ ଓ ପେଟ ରୋଗ ପାଇଁ ମଧ୍ୟ ରାମବାଣ ହୋଇଥାଏ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଥରକରେ ଆପଣଙ୍କୁ କେବଳ ୧୫ରୁ ୨୦ଟି ପୁଦିନା ପତ୍ରର ଆବଶ୍ୟକତା ପଡିବ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କାଗିଜି ଲେମ୍ବୁ । ଯଦି ଲେମ୍ବୁ ଛୋଟ ଅଛି ତେବେ ଗୋଟିଏ ଲେମ୍ବୁ ନିଅନ୍ତୁ ଆଉ ଯଦି ବଡ ଅଛି ତେବେ ଫାଳେ ଲେମ୍ବୁର ବ୍ୟବହାର କରନ୍ତୁ ।

ଲେମ୍ବୁକୁ ଆପଣ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଆପଣଙ୍କୁ ଏକ ଇଞ୍ଚର ଗୋଟିଏ ଅଦା ଖଣ୍ଡର ଆବଶ୍ୟକତା ପଡିବ । ଏହି ସବୁ ସାମଗ୍ରୀ ଆପଣଙ୍କୁ ନିହାତି ଭାବେ ପ୍ରୟୋଗ କରିବାକୁ ହେବ । ଅଦାର ଚୋପା ଛଡେଇ ଭଲ ଭାବେ ଧୋଇ ଦିଅନ୍ତୁ ଓ ଏହାପରେ ତାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ ।

ଏହାପରେ ଆପଣଙ୍କୁ ଚତୁର୍ଥ ସାମଗ୍ରୀର ଆବଶ୍ୟକତା ହେବ ତାହା ହେଉଛି ପାନମହୁରି । ପାନମଧୁରୀ ଆପଣଙ୍କ ହଜମ ଶକ୍ତି ବଢାଇବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାସହ ଆଣ୍ଠୁଗଣ୍ଠି ବ୍ୟଥା, ଚର୍ମ ଏବଂ ଦୃଷ୍ଟିଶକ୍ତି ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ଅଟେ । ପ୍ରଥମେ ଆପଣ ଏକ ଗ୍ଳାସ ପାଣି ନିଅନ୍ତୁ ଓ ସେଥିରେ ଏକ ଚାମୁଚ ପାନମଧୁରୀ ପକାନ୍ତୁ ।

ଏବେ ଆପଣ ଏଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ସମସ୍ତ ସାମଗ୍ରୀ ଯଥା:- ପୁଦିନା ପତ୍ର, ଅଧା କଟା ଓ ଲେମ୍ବୁ ଖଣ୍ଡଗୁଡିକୁ ପକାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଭଲ ଭାବେ ମିଶାଇ ଏକ ପାତ୍ର ସାହାଯ୍ୟରେ ଘୋଡାଇ ରଖି ଦିଅନ୍ତୁ । ଏହି ମିଶ୍ରଣକୁ ଏଭଳି ରାତିସାରା ଛାଡି ଦିଅନ୍ତୁ । ଦେଖିବେ ସକାଳକୁ ଏହି ପାଣିର ରଙ୍ଗ ସଂପୂର୍ଣ୍ଣ ଭାବେ ବଦଳିଯିବ ।

ଏବେ ଆପଣ ଏହି ପାଣିକୁ ଆଉ ଏକ ଗ୍ଳାସକୁ ଛାଣି ନିଅନ୍ତୁ ଓ ଲେମ୍ବୁ ଖଣ୍ଡଗୁଡିକୁ ଚିପୁଡି ସେଥିରୁ ସବୁ ରସ ବାହାର କରି ଦିଅନ୍ତୁ । ଏବେ ଆପଣ ଏହି ସବୁ ସାମଗ୍ରୀକୁ ଫିଙ୍ଗନ୍ତୁ ନାହିଁ । ଏସବୁକୁ ଆପଣ ଆଉ ଥରେ ପ୍ରୟୋଗ କରିପାରିବେ । ଏସବୁକୁ ଆପଣ ସକାଳୁ ପୁଣି ଏକ ଗ୍ଳାସରେ ଭିଜେଇ ରଖନ୍ତୁ । ଯାହାକୁ ଆପଣ ସନ୍ଧ୍ୟା ସମୟରେ ସେବନ କରିପାରିବେ । ପ୍ରସ୍ତୁତ ପାଣିକୁ ଆପଣ ସକାଳୁ ଖାଲିପେଟରେ ସେବନ କରନ୍ତୁ ଓ ସନ୍ଧ୍ୟା ପାଇଁ ରଖିଥିବା ପାଣିକୁ ଖାଦ୍ଯ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ପିଅନ୍ତୁ ।

ଏହି ପାଣିକୁ କେବଳ ଦୁଇଦିନ ବନେଇ ପିଅନ୍ତୁ ଦେଖିବେ ଏଥିରୁ ଆପଣଙ୍କୁ ଜବରଦସ୍ତ ଫାଇଦା ମିଳିବ । ଆହୁରି ଭଲ ରେଜଲ୍ଟ ପାଇଁ ଆପଣ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ପିଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button