କୋହଲି-ରୋହିତଙ୍କ ପରେ କିଏ ସମ୍ଭାଳିବେ ଓପନିଙ୍ଗ୍ ? ଯୁବ ପ୍ଲେୟରଙ୍କ ନାଁ ନେଲେ ଦିଗ୍ଗଜ.
ନୂଆଦିଲ୍ଲୀ ୧୪।୦୯ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର । ଦମ୍ଦାର୍ କ୍ୟାରିୟର ପରେ ଟି-୨୦ରୁ ନେଇଛନ୍ତି ସନ୍ୟାସ । ଆଉ କିଛି ଦିନ ପରେ ସବୁ ଫର୍ମାଟକୁ କହିପାରନ୍ତି ଅଲ୍ବିଦା । କିନ୍ତୁ ଟିମ୍ ଇଣ୍ଡିଆରେ ଏମାନଙ୍କ ସ୍ଥାନ ନେବ କିଏ ? ଏହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଏବେ ଏହାର ଉତ୍ତର ଦେଇଛନ୍ତି ଦିଗ୍ଗଜ ପ୍ଲେୟର ।
ସେ ରୋ-କୋଙ୍କ ସ୍ଥାନରେ ୨ ଯୁବ ପ୍ଲେୟରଙ୍କ ନାଁ ନେଇଛନ୍ତି ।
ଯାହା ଏବେ ଖୁବ୍ ଚର୍ଚ୍ଚାରେ । ବାସ୍ତବରେ ଟିମ୍ ଇଣ୍ଡିଆର ଷ୍ଟ୍ରେନ୍ଥ ବିରାଟ କୋହଲି ଏବଂ ରୋହିତ ଶର୍ମା । ଏମାନଙ୍କ ଅବସର ସମସ୍ତଙ୍କୁ ପକାଇଛି ଚିନ୍ତାରେ । ଏମାନଙ୍କ ପରେ ଟିମ ଇଣ୍ଡିଆର ଓପନିଙ୍ଗ କରିବ କିଏ ? ବର୍ତ୍ତମାନ ଏହାକୁ ନେଇ ନିଜ ମତ ରଖିଛନ୍ତି ଟିମ୍ ଇଣ୍ଡିଆର ଦିଗ୍ଗଜ ପ୍ଲେୟର ପିୟୁସ ଚାଓ୍ବାଲା ।
ସେ କୋହଲି ଏବଂ ରୋହିତଙ୍କ ସ୍ଥାନରେ ଯୁବ ବ୍ୟାଟର ଶୁଭମାନ ଗିଲ ଏବଂ ରୁତୁରାଜ ଗାଇକୱାଡ ନାଁ ନେଇଛନ୍ତି । ପୀୟୁଷ କହିଛନ୍ତି କି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି କିମ୍ବଦନ୍ତୀଙ୍କୁ ରିପ୍ଲେସ୍ କରିବା ଅସମ୍ଭବ । ଯେପରି ଆଜି ପର୍ଯ୍ୟନ୍ତ ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଭଳି ମହାନ ବ୍ୟାଟ୍ସମ୍ୟାନ୍ଙ୍କୁ କେହି ରିପ୍ଲେସ କରିପାରି ନାହାଁନ୍ତି । ଅବଶ୍ୟ ଏହା ନିଶ୍ଚିତ ଯେ ଜଣଙ୍କ ସନ୍ୟାସ ପରେ ଅନ୍ୟ ପ୍ଲେୟର ସମାନ ଢଙ୍ଗରେ ତାଙ୍କ କାର୍ଯ୍ୟଭାର ସମ୍ଭାଳିଥାନ୍ତି । କିନ୍ତୁ ତାଙ୍କ ଭଳି ହେବା ଅସମ୍ଭବ ।
ପୀୟୁଷ ଚାୱଲା କହିଛନ୍ତି, ଶୁଭମାନ ଗିଲ ନିଜ କୌଶଳ ଯୋଗୁଁ ପରିଚିତ । ନଜର କରିଥିବେ ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଖରାପ ଫର୍ମରେ ରହିଥାନ୍ତି ସେତେବେଳେ ତାଙ୍କ କୌଶଳ ହିଁ ଏପରି ପରିସ୍ଥିତିରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏପରି ହେବା ଦ୍ବାରା କୌଣସି ବ୍ୟାଟସମ୍ୟାନ ବହୁତ ଦିନ ପର୍ଯ୍ୟନ୍ତ ଖରାପ ଫର୍ମରେ ରହିନଥାନ୍ତି । ଏହି ବାର୍ତ୍ତାଳାପକୁ ଆଗକୁ ନେଇ ସେ କହିଛନ୍ତି ଯେ ମୋ ପାଇଁ ଶୁଭମାନ ଗିଲ ରୁତୁରାଜ ଗାଇକୱାଡଙ୍କ ସହ ଅଛନ୍ତି । ଏହାପରେ ସେ ରୁତୁରାଜ ଗାଏକ୍ବାଡଙ୍କ କଥା କହିଛନ୍ତି ।
ପିୟୁସ କରିଛନ୍ତି କି ଗିଲ୍ ପ୍ରାୟ ଟିମ୍ ଇଣ୍ଡିଆର ୩ଟି ଯାକ ଫର୍ମାଟରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି । କିନ୍ତୁ ରୁତୁରାଜ ଗାଏକ୍ବାଡଙ୍କ କ୍ଷେତ୍ରରେ ଏପରି ନୁହେଁ । ତାଙ୍କୁ ବର୍ତ୍ତମାନ ଯାଏଁ ଟିମ୍ ଇଣ୍ଡିଆରେ ମିଳିନ ଅଧିକ ସୁଯୋଗ । ପିୟୁଷ କହିଛନ୍ତି କି ଟିମ୍ରେ ସୁଯୋଗ ନମିଳିବା ଖେଳର ଏକ ଅଂଶ । ଏହା ଏକ ପ୍ୟାକେଜ ସହିତ ଆସିଥାଏ । ଅନେକ ସମୟରେ ଏହା ଦୁର୍ଭାଗ୍ୟ ହୋଇଥାଏ, ଅର୍ଥାତ୍ ଯେତେବେଳେ ସୁଯୋଗ ମିଳେ ସେତେବେଳେ ଭାଗ୍ୟ ସାଥ୍ ଦେଇନଥାଏ । ତେବେ ଏକଥା ଭିନ୍ନ, କିନ୍ତୁ ଏହି ୨ ପ୍ଲେୟର ରୋ-କୋଙ୍କ ପରେ ସମ୍ଭାଳିପାରନ୍ତି କମାଣ ।