ଖେଳ ଖବର
ଇଣ୍ଡିଆନ୍ ଓପନ୍ ପାରା ଦୌଡ଼କୁଦ: ଜୟନ୍ତୀ, ସୁଚିତ୍ରା ଜିତିଲେ ୫ ପଦକ – Kalinga News

[ad_1]
ଭୁବନେଶ୍ବର: ବେଙ୍ଗାଲୁରୁରେ ଆୟୋଜିତ ଷଷ୍ଠ ଇଣ୍ଡିଆନ୍ ଓପନ୍ ପାରା ଦୌଡ଼କୁଦ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଜଣ ଜୟନ୍ତୀ ବେହେରା (୧୦୦, ୨୦୦, ୪୦୦ ମିଟର) ଓ ସୁଚିତ୍ରା ପରିଡ଼ା (ଜାଭ୍ଲିନ୍, ସଟ୍ପୁଟ୍) ଭାଗ ନେଇଥିଲା ବେଳେ ୫ ପଦକ (୧ ସ୍ବର୍ଣ୍ଣ, ୩ ରୌପ୍ୟ, ୧ କାଂସ୍ୟ) ମିଳିଛି। ସୁଚିତ୍ରା ମହିଳା ଜାଭ୍ଲିନ୍ ଏଫ୍-୩୪/୫୨/୫୩/୫୫/୫୬ରେ ସ୍ବର୍ଣ୍ଣ ଏବଂ ସଟ୍ପୁଟ୍ ଏଫ୍-୫୫ରେ କାଂସ୍ୟ ଜିତିଥିଲେ। ସେ ୧୬.୧୬ ମିଟର ଜାଭଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ୫.୩୦ ମିଟର ସଟ୍ପୁଟ୍ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ। ମହିଳା ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ ଟି-୩୫/୪୪/୪୬/୪୭/୬୨ରେ ଜୟନ୍ତୀ ୩ଟି ରୌପ୍ୟ ପାଇଛନ୍ତି। ୧୦୦ ମିଟର ରେସ୍କୁ ସେ ୧୩.୭୨ ସେକେଣ୍ଡ୍, ୨୦୦ ମିଟରକୁ ୨୮.୩୧ ସେକେଣ୍ଡ୍ ଏବଂ ୪୦୦ ମିଟରକୁ ୧ମିନିଟ୍ ୨.୬୦ ସେକେଣ୍ଡ୍ ସମୟରେ ଶେଷ କରି ଏହି ସମସ୍ତ ଇଭେଣ୍ଟ୍ରେ ଦ୍ବିତୀୟ ସ୍ଥାନରେ ରହିଥିଲେ।
[ad_2]