ସ୍ୱାସ୍ଥ୍ୟ

କେଉଁ ଭିଟାମିନ୍‌ ଅଭାବରେ ଶରୀରରେ ହୋଇଥାଏ ଦାଗ ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ.

ନୂଆଦିଲ୍ଲୀ ୧୪।୦୯: ବର୍ତ୍ତମାନ ସମୟରେ ବଡ ସମସ୍ୟା ଚର୍ମ ରୋଗ । ଏହା ଆମର ଖାଦ୍ୟପେୟ, ଜୀବନଶୈଳୀ ପାଇଁ ହୋଇଥାଏ । କିନ୍ତୁ ଚର୍ମରେ କଳା ଦାଗ, ପିଗମେଣ୍ଟେସନ୍ ଏବଂ କୁଣ୍ଡେଇ ହେବାର କାରଣ ମଧ୍ୟ ଶରୀରରେ ଭିଟାମିନ୍ ଅଭାବରୁ ମଧ୍ୟ ହୋଇଥାଏ । ଖାସ୍ କରି ଚର୍ମରେ କୁଣ୍ଡେଇ ହୋଇ ହେଉଥିବା ଦାଗ ଭିଟାମିନ୍ ଅଭାବରୁ ହୋଇପାରେ । ଆସନ୍ତୁ ଜାଣିବା ସେ ବିଷୟରେ… ବିଶେଷଜ୍ଞଙ୍କ ଅନୁଯାୟୀ, ହରମୋନ୍ ପରିବର୍ତ୍ତନ ଏବଂ ଖାଇବା ଅଭ୍ୟାସ ଯୋଗୁଁ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ । କିନ୍ତୁ ଭିଟାମିନ୍ ଅଭାବ ମଧ୍ୟ ଏହାର କାରଣ ଅଟେ । ବିଶେଷଜ୍ଞଙ୍କ ଅନୁଯାୟୀ ଶରୀରରେ ଭିଟାମିନ୍ ବି-୩, ଭିଟାମିନ-ଡି ଏବଂ ଭିଟାମିନ-ଇ ଅଭାବ ଯୋଗୁଁ ଚର୍ମ ରୋଗ ସମସ୍ୟା ଦେଖା ଦେଇପାରେ। ଚର୍ମର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ।

ଖାସ୍ କରି ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ପ୍ରୋସେଡ୍ସ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ । ଏହା ବ୍ୟତୀତ ଯଥାସମ୍ଭବ ପାଣି ପିଅନ୍ତୁ । ଏହା ଚର୍ମକୁ ସଂପୂର୍ଣ୍ଣ ହାଇଡ୍ରେଟ୍ ରଖିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରବାରେ ଏହା ସାହାଯ୍ୟ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button