ସିଲି ପଏଣ୍ଟ୍: ହାର୍ଦିକ-ନତାଶା ବିଚ୍ଛେଦ! – Kalinga News

[ad_1]
ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ବିଦେଶିନୀ ପତ୍ନୀ ନତାଶା ଷ୍ଟାଙ୍କୋଭିକ୍ଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିବା ନେଇ ଗତ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ୨୦୨୦ରେ ବିବାହ କରିଥିବା ଏହି ତାରକା ଦମ୍ପତ୍ତିଙ୍କର ୩ ବର୍ଷୀ ପୁଅ ଅଗସ୍ତ୍ୟା ରହିଛି। କିନ୍ତୁ ଗତ ଆଇପିଏଲ୍ ସମୟର କିଛି ଘଟଣାକୁ ଯୋଡ଼ିବା ସହ ଉଭୟଙ୍କ ଭିତରେ ବିଚ୍ଛେଦ ହୋଇଥିବା ପ୍ରଶଂସକ ଚର୍ଚ୍ଚା ଆରମ୍ଭ କରିଛନ୍ତି। ନତାଶା ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରୁ ‘ପାଣ୍ଡ୍ୟା’ ସାଙ୍ଗିଆ ବି ହଟାଇ ଦେଇଛନ୍ତି। ସେହିପରି ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର କୌଣସି ମ୍ୟାଚ୍ରେ ନତାଶା ଷ୍ଟାଡିୟମ୍କୁ ଆସିନାହାନ୍ତି। ଏଥିସହିତ ଆଇପିଏଲ୍ରୁ ମୁମ୍ବାଇ ବାଦ୍ ପଡ଼ିସାରିଥିଲେ ମଧ୍ୟ ନତାଶା, ପାଣ୍ଡ୍ୟାଙ୍କ ବିଷୟରେ ଗୋଟିଏବି ଫଟୋ କିମ୍ବା କିଛି ପୋଷ୍ଟ୍ କରି ନାହାନ୍ତି। ଏପରିକି କେହି କାହାର ଜନ୍ମଦିନରେ ମଧ୍ୟ କିଛି ବି ପୋଷ୍ଟ୍ କରି ନଥିଲେ। ନତାଶା ମଧ୍ୟ ପାଣ୍ଡ୍ୟାଙ୍କ ସହିତ ଥିବା ସମସ୍ତ ଫଟୋଗୁଡ଼ିକୁ କାଟି ଦେଇଥିବା ଚର୍ଚ୍ଚା ହେଉଥିଲା ବେଳେ କେବଳ ପୁଅ ଅଗସ୍ତ୍ୟାଙ୍କ ସହିତ ଏହି ଦୁଇ ଦମ୍ପତ୍ତିଙ୍କ ମିଳିତ ଫଟୋ ତାଙ୍କ ପେଜ୍ରେ ରହିଛି। କିନ୍ତୁ ଏହି ଚର୍ଚ୍ଚା ଉପରେ ପାଣ୍ଡ୍ୟା କିମ୍ବା ନତାଶାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।
[ad_2]