ରାଜ୍ୟ

ବାଲୁଖଣ୍ଡ ଅଭୟାରଣ୍ୟରେ ଜନ୍ମ ନେଲା କୃଷ୍ଣସାର

କୋଣାର୍କ, ୧୪।୯ : କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଏକ କୃଷ୍ଣସାର ଛୁଆ ଜନ୍ମ ନେଇଛି। ଛୁଆ କୃଷ୍ଣସାର ମୃଗର ଓଜନ ପ୍ରାୟ ୩ କିଲୋ ରହିଛି।

ସୂଚନାନୁଯାୟୀ, ଗତ ଜୁନ ୧୮ ତାରିଖରେ ନନ୍ଦନକାନନ ଚିଡ଼ିଆଖାନାରୁ କୋଣାର୍କରେ ପହଞ୍ଚିଥିଲେ ୧୦ଟି ବିରଳ କୃଷ୍ଣସାର ମୃଗ। ଏମାନଙ୍କ ମଧ୍ୟରେ ୬ଟି ମାଈ ଓ ୪ଟି ଅଣ୍ଡିରା ଅଛନ୍ତି। କୃଷ୍ଣସାରଙ୍କ ପାଇଁ କୋଣାର୍କ ବନାଞ୍ଚଳ ଅଧିନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ ସ୍ଵତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି।

ସେମାନଙ୍କ ଦୈନିକ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି। ଖାଇବାକୁ ସ୍ଵତନ୍ତ୍ର ଘାସ, ହରିଣ ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ଵରେ ବନପାଳ କୈଳାସ ନାୟକ, ଯୋଗେନ୍ଦ୍ର ପ୍ରଧାନଙ୍କ ସମେତ ୬ ଜଣ କର୍ମଚାରୀ ନିୟୋଜିତ ହୋଇଥିବା କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି।

୮୭ ବର୍ଗ କି.ମି ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟର ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ଜନବସତି ଓ ପୁରୀ-କୋଣାର୍କ ବେଳାମାର୍ଗ ଅବସ୍ଥିତ। ଏହି ଅଭୟାରଣ୍ୟରେ ଚିତ୍ରିତା ହରିଣ, କଳାବାଉଟିଆ, ଗଧିଆ, ବିଲୁଆ, ଠେକୁଆ, ହେଟାବାଘ ଆଦି ବିଭିନ୍ନ ପ୍ରକାର ସରୀସୃପ ତଥା ବିରଳ ପ୍ରଜାତିର ପଶୁପକ୍ଷୀ ଦେଖିବାକୁ ମିଳିଥାଏ। ଅଭୟାରଣ୍ୟରେ କୃଷ୍ଣସାର ମୃଗ ଦାୟିତ୍ଵ ନେବା ସହିତ ଯେଭଳି ଜନବସତି ମୁହାଁ ହେବେ ନାହିଁ ସେ ଦିଗରେ ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button