ରାଜ୍ୟ

ନଭେମ୍ବର ୧୨ରୁ ସୁରଭି-୨୦୨୪, ଏଥର ବର୍ଷର ଥିମ୍‌ ‘ଓଡ଼ିଶାର ଲୋକକଳା’

ଭୁବନେଶ୍ୱର,୧୪/୦୯: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ୩ ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୪’ ଅନୁଷ୍ଠିତ ହେବ । ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲରେ ଆୟୋଜିତ ହେବାକୁ ଥିବା ‘ସୁରଭି’ ନଭେମ୍ବର ୧୨ରୁ ୧୪ ଯାଏ ଚାଲିବ । ଏନେଇ ଆଗୁଆ ସ୍କୁଲ୍, କ୍ଲଷ୍ଟର, ବ୍ଲକ୍ ଓ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରିଛି ବିଭାଗ ।

ଚଳିତ ବର୍ଷ ସୁରଭି-୨୦୨୪ର ଥିମ୍ (ମୁଖ୍ୟ ପ୍ରସଙ୍ଗ) ରହିଛି ‘ଓଡ଼ିଶାର ଲୋକକଳା’ । ସ୍କୁଲସ୍ତରରେ ଆସନ୍ତା ୧୭ରୁ ୧୯ ତାରିଖ ଯାଏ ଅନୁଷ୍ଠିତ ହେବ । କ୍ଲଷ୍ଟରରେ ୨୩ରୁ ୨୭, ବ୍ଲକ୍ରେ ଅକ୍ଟୋବର ୧ରୁ ୫ ଏବଂ ଜିଲ୍ଲାସ୍ତରରେ ଅକ୍ଟୋବର ୨୧ରୁ ୨୮ ଯାଏ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିସହ ନଭେମ୍ବର ୧୧କୁ ‘ଜାତୀୟ ଶିକ୍ଷା ଦିବସ’ ଏବଂ ୧୪ରୁ ଶିଶୁ ଦିବସ ଭାବେ ସ୍କୁଲରେ ପାଳନ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷା ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।

ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକ୍ ଓ ଜିଲ୍ଲାସ୍ତରରେ ସୁରଭି-୨୦୨୪ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଆବଶ୍ୟକ ଅର୍ଥରାଶି ସମଗ୍ର ଶିକ୍ଷାର ଅଭିନବ ବିଭାଗରୁ ଖର୍ଚ୍ଚ କରାଯିବ । ଏହାର ଜିଲ୍ଲାୱାରି ଅନୁମୋଦିତ ଖର୍ଚ୍ଚରାଶିର ପରିମାଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ସିଆର୍ସିସି, ବିଇଓ, ଡିଇଓ ଯଥାରୀତି ପଦକ୍ଷେପ ନେବେ । ପ୍ରତିଯୋଗିତାୱାରୀ ମନୋନୀତ କୃତୀ ଛାତ୍ରଛାତ୍ରୀଙ୍କ ନାମ, ବୟସ, ଦଳ, ବିଦ୍ୟାଳୟ ଓ ଜିଲ୍ଲାର ନାମ, ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ସହଯୋଗୀ ଶିକ୍ଷକଙ୍କ ନାମ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦକୁ ନଭେମ୍ବର ୧ ସୁଦ୍ଧା ଜଣାଇବାକୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button