ରାଜ୍ୟ

ବିନା କାମରେ ୧.୧୯ କୋଟି ହଡ଼ପ ଘଟଣା, ଓଏଏସ୍‌ ଅଫିସରଙ୍କ ଦୁଇ ସହଯୋଗୀ ଗିରଫ

ଶୁଳିଆପଦା,୧୪/୦୯: କୋଭିଡ୍ ସମୟରେ ମିନେରାଲ ବିଅରିଂ ଏରିଆ ଡେଭେଲପମେଣ୍ଟ୍ ପାଇଁ ଆସିଥିବା ୧.୧୯ କୋଟି ଟଙ୍କା ଠକେଇ ହଡ଼ପ କରିଥିଲେ ଓଏଏସ୍ ଅଫିସ୍ର ପରୀକ୍ଷିତ ଜେନା ଓ ତାଙ୍କ ସହଯୋଗୀ । ଘଟଣାରେ ଭିଜିଲାନ୍ସ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି । ସେମାନେ ହେଲେ ଦିବ୍ୟଲୋଚନ ଦାସ ଓ ମନୋଜ କୁମାର ଦାସ । ହଡ଼ପ ଟଙ୍କାରୁ ଏମାନେ ୧୮ ଲକ୍ଷ ୧୪ ହଜାର ନେଇଥିଲେ।

ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ତତ୍କାଳୀନ ବିଡିଓ ଥିଲେ ପରୀକ୍ଷିତ । କୋଭିଡ୍ ସମୟର ଜରୁରିକାଳୀନ ପରିସ୍ଥିତିରେ ଶୁଳିଆପଦା ବ୍ଲକ୍ରେ ବିଭିନ୍ନ ଅନୁଦାନ ଓ ଜିଲ୍ଲା ମିନେରାଲ୍ ଫଣ୍ଡ୍ ବାବଦରେ ଥିବା ୧ କୋଟି ୧୯ ଲକ୍ଷ ୭୮ ହଜାର ୭୮୮ ଟଙ୍କ ଟଙ୍କା ଖର୍ଚ୍ଚ ହୋଇଥିଲା । ବିନା କୌଣସି କାମରେ ଶୁଳିଆପଡ଼ା ବ୍ଲକ୍ର ପୂର୍ବତନ କ୍ୟାସିୟର ଦେବଦତ୍ତ ଦାସଙ୍କ ସହଯୋଗରେ ୭ ଜଣ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । କାମ ହୋଇଛି ବୋଲି ଦର୍ଶାଇ ନକଲି ବିଲ୍ ମଧ୍ୟ ପ୍ରସ୍ତୁତ କରିଥିଲେ । ପରୀକ୍ଷିତ ଓ ଦେବଦତ୍ତଙ୍କ ବଦଳି ପରେ ମହାଘୋଟାଲା ବିଷୟରେ ସୁରାକ ମିଳିଥିଲା । ବିଭାଗୀୟ ଅଡିଟ୍ ସମୟରେ ଜଣାପଡ଼ିଥିଲା ବିନା କୌଣସି କାମରେ ଉକ୍ତ ଟଙ୍କା ବିଲ୍ ହୋଇଛି । ଏନେଇ ବିଭାଗ ପକ୍ଷରୁ ଭିଜିଲାନ୍ସକୁ ଜଣାଇ ଦିଆଯାଇଥିଲା। ଭିଜିଲାନ୍ସ ତଦନ୍ତ କରି ଜାଣିବାକୁ ପାଇଥିଲା ଏହି ଘୋଟାଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ପରୀକ୍ଷିତ । ଗତମାସରେ ଭିଜିଲାନ୍ସ ପରୀକ୍ଷିତ, ଦେବଦତ୍ତ, ସହଯୋଗୀ ସୁଜିତ କୁମାର ମହାନ୍ତ ଓ ଅଖିଳ କୁମାର ଦାସଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।

ଘଟଣାର ଅଧିକ ତଦନ୍ତରେ ଜଣାପଡ଼ିଥିଲା ଦିବ୍ୟଲୋଚନ ଆକାଉଣ୍ଟଙ୍କୁ ୧୦ ଲକ୍ଷ ଟଙ୍କା, ମନୋଜ ପାଖକୁ ୮ ଲକ୍ଷ ୧୪ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି । ଭିଜିଲାନ୍ସ ୨ ଦୁଇ ଜଣଙ୍କୁ ଗିରଫ କରିଛି । ଜେରା ସମୟରେ ଦୁଇ ଜଣ ଭିଜିଲାନ୍ସକୁ ଜଣାଇଛନ୍ତି ଉକ୍ତ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଯିବା ପରେ କ୍ୟାସ୍ ଆକାରରେ ପରୀକ୍ଷିତ ଓ ଦେବଦତ୍ତ ବାଣ୍ଟି ନେଇଥିଲେ । ପରୀକ୍ଷିତ ସର୍ବାଧିକ ୭୦% ଟଙ୍କା ନେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button