ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
ଲମତାପୁଟ,୧୪/୦୯: ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ । ପ୍ରଥମ ପ୍ରଯ୍ୟାୟରେ ୧ ନମ୍ବର ୟୁନିଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ୩ନମ୍ବର ୟୁନିଟ କାର୍ଯ୍ୟକ୍ଷମ ହୋଇଛି । ଦୁଇଟି ୟୁନିଟ କାର୍ଯ୍ୟକ୍ଷମ ହେବା ପରେ ୩୪ ମେଗା ୱାଟ୍ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି ।
ସୂଚନା ମୁତାବକ, କିଛି ଦିନ ତଳେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ପାଣି ପଶି ଯାଇଥିବାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିଲା ।
ଏହି ଘଟଣାର ୫ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶରୁ ଆସିଥିବା ପ୍ରକଳ୍ପ ଅଧିକାରୀ ମାଛକୁଣ୍ଡ ପ୍ରକଳ୍ପରୁ ଜଳ ନିଷ୍କାସନ ପାଇଁ ଓଡିଶା ଅଗ୍ନିଶମ ବାହିନୀର ସହାୟତା ଲୋଡ଼ିଥିଲେ । ତେବେ ଗତ ବୁଧବାର ଲମତାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ୧୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଜଳ ନିଷ୍କାସନ କରିଥିଲେ । ପ୍ରକଳ୍ପର କର୍ମଚାରୀ ଦୁଇଦିନ ଦିନ ରାତି ଧରି ମରାମତି କାର୍ଯ୍ୟ କରି ପାନେଲ ଏବଂ ଟରଭାଇନ ଗୁଡିକ ସଫା କାରି କାର୍ଯ୍ୟ କ୍ଷମ କରିବାରେ ସଫଳ ହୋଇଥିଲେ ।
କିନ୍ତୁ ପ୍ରଶ୍ନ ଉଠୁଛି କାହା ଅବେହାଳା ପାଇଁ ପ୍ରକଳ୍ପ ଡ୍ୟାମ ଗୁଡିକରେରେ ଜଳସ୍ତର ବିପଦ ସଂକେତକୁ ଛୁଇଁବା ପରେ ଅଧିକା ଜଳ ନିଷ୍କାସନ ହୋଇଥିଲା । ପ୍ରଥମ ଥର ବନ୍ୟାଜଳ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ପ୍ରବେଶ କରି କୋଟି କୋଟି ଟଙ୍କା କ୍ଷତି ସହିବାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ତେବେ ୫ ଦିନ ତଳେ ମାଛକୁଣ୍ଡରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିଲା । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ ପ୍ରବେଶ କରିଥିବା ହେତୁ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଯାଇଥିଲା । ପ୍ରକଳ୍ପର ୨ ଏବଂ ୫ ନମେବର ୟୁନିଟରେ ନବୀକରଣ ଚାଲିଥିବା ବେଳେ ପାଣି ସେଠାରେ ପଶି ଯାଇଥିଲା । ଏହି ପାଣିକୁ ମୋଟର ଯୋଗେ ନିଷ୍କାସନ ଉଦ୍ୟମ କରାଯାଇଥିଲା । କିନ୍ତୁ ଜଳଭଣ୍ଡାର ଉପରେ ଜଣସ୍ଥର ବଢିବାରୁ ବିଦ୍ୟୁତ ପ୍ରକଳ୍ପରୁ ସମ୍ପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇଥିଲା ।