ରାଜ୍ୟ

ମାଲକାନଗିରିର ସଂଯୁକ୍ତା ସେଠୀଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର, ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସହରବାସୀ

ମାଲକାନଗିରି, ୧୪।୯: ରାଷ୍ଟ୍ରପତିଙ୍କଠାରୁ ଉତ୍ତମ ସେବା ପାଇଁ ସଂଯୁକ୍ତା ସେଠୀଙ୍କୁ ମିଳିଛି ଫ୍ଲୋରେନ୍ସ ନାଇଟ୍ଙ୍ଗେଲ ପୁରସ୍କାର । ମାଲକାନଗିରିରେ ପହଞ୍ଚିବା ପରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସହରବାସୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଶୋଭାଯାତ୍ରାରେ ସହର ପରିକ୍ରମା କରି ପାଛୋଟି ନେଇଛନ୍ତି । ମାଲକାନଗିରି ଜିଲ୍ଲା ହସ୍ପିଟାଲର ନର୍ସିଂ ସିଷ୍ଟର ଶ୍ରୀମତୀ ସଂଯୁକ୍ତାସେଠୀ ଉତ୍ତମ ରୋଗୀ ସେବା, ବର୍ଜ୍ୟବସ୍ତୁ ପରିଚାଳନା ଓ ଅନ୍ୟାନ୍ୟ ସେବାମୂଳକ କାର୍ଯ୍ୟ ପାଇଁ ଦିଲ୍ଲୀ ରାଷ୍ଟ୍ରପତି ଭବନଠାରେ ଜାତୀୟ ସ୍ଥରରେ ସମ୍ମାନିତ ହେବା ସହିତ ରାଷ୍ଟ୍ରପତିଙ୍କଠାରୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ଗ୍ରହଣ କରିଛନ୍ତି ।

ଓଡ଼ିଶା ରାଜ୍ୟର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ହସ୍ପିଟାଲର ନର୍ସିଂ ସିଷ୍ଟର ଶ୍ରୀମତୀ ସଂଯୁକ୍ତାସେଠୀଙ୍କୁ ଦିଲ୍ଲୀଠାରେ ରାଷ୍ଟ୍ରପତି ଭବନଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୧୧ ତାରିଖରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଉତ୍ତମ ସେବା ପାଇଁ ଶ୍ରୀମତୀ ସେଠୀଙ୍କ ନାମ ସୁପାରିଶ କରାଯାଇଥିଲା । ରୋଗୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ କରିଥିବାରୁ ସେ ନ୍ୟାସନାଲ ଫ୍ଲୋରେନ୍ସି ନାଇଟ୍ଙ୍ଗେଲ ଆୱାର୍ଡ-୨୦୨୪ ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିଲେ । ସଂଯୁକ୍ତା ସେଠୀ ହେଉଛନ୍ତି ମାଲକାନଗିରି ଜିଲ୍ଲାର ସମାଜସେବୀ ଉମାକାନ୍ତ ସାହୁଙ୍କ ଧର୍ମପତ୍ନୀ । ପୁରସ୍କାର ପ୍ରାପ୍ତ ସଂଯୁକ୍ତା ଶନିବାର ମାଲକାନଗିରି ବସ୍ଷ୍ଟାଣ୍ଡଠାରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ବୁଦ୍ଧିଜୀବୀ, ସହରବାସୀ ପୁଷ୍ପଗୁଛ, ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ବାଜା ବଜାଇ ଆତସବାଜି ଫୁଟାଇ ଶୋଭା ଯାତ୍ରାରେ ସହର ପରୀକ୍ରମା କରି ତାଙ୍କ ଘରକୁ ପାଛୋଟି ନେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button