ରାଜ୍ୟ

ଫୁଲୁଛି ରାଜ୍ୟର ସବୁ ନଦୀ, ନାହିଁ ବନ୍ୟାସ୍ଥିତି: ଜଳ ସମ୍ପଦ ବିଭାଗ

ଭୁବନେଶ୍ୱର : ଫୁଲୁଛି ମହାନଦୀ । ରାଜ୍ୟରେ ନାହିଁ ବନ୍ୟାସ୍ଥିତି । ଧୀରେ ଧୀରେ କମୁଛି ହୀରାକୁଦ ଜଳସ୍ତର । କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଜଳସ୍ତର ବଢିବା ସହ ୫ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଫଳରେ ମହାନଦୀ ଓ ଅନ୍ୟ ଶାଖା ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବାଲେଶ୍ବର ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ।

ଖଇରମାଳ ଠାରେ ଏବେ ୨.୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅପର ବ୍ରାହ୍ମଣୀ, ଲୋୟର ବ୍ରାହ୍ମଣି ଓ ସୁବର୍ଣ୍ଣରେଖା ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ଅନ୍ୟପଟେ ରାଜ୍ୟରେ ବନ୍ୟା ସ୍ଥିତି ଓ ନଦୀର ଜଳସ୍ତର ନେଇ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ବର୍ତ୍ତମାନ ସେମିତି କିଛି ସିରିୟସ ସ୍ଥିତି ନଥିବା କହିଛନ୍ତି ଉନ୍ନୟନ କମିଶନର । ତେବେ ସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସରିଛି । ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ସମସ୍ତଙ୍କୁ ଆଲର୍ଟରେ ରଖାଯାଇଛି ବୋଲି ଉନ୍ନୟନ କମିଶନର କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button