ଦେଶ- ବିଦେଶ

ଭାରତରେ HMD Global ଲଞ୍ଚ କଲା ୨ଟି ଶସ୍ତା 4G ଫିଚର୍ ଫୋନ୍, ମିଳିବ ଜବରଦସ୍ତ ଫିଚର୍ସ

ନୋକିଆର ଲାଇସେନ୍ସ କମ୍ପାନୀ HMD ଗ୍ଲୋବାଲ ଭାରତରେ ଆଉ ଦୁଇଟି ଶସ୍ତା 4G ଫିଚର୍ ଫୋନ୍ ଲଞ୍ଚ କରିଛି । HMD ର ଏହି ଉଭୟ ଫୋନ୍ ୟୁଟ୍ୟୁବ୍ ଏବଂ UPI ପେମେଣ୍ଟ ପରି ଫିଚର୍ ଗୁଡିକୁ ସପୋର୍ଟ କରିବ । ଏହି ଦୁଇଟି ଫୋନକୁ ଏକାଧିକ କଲର୍ ଅପ୍ସନରେ ପରିଚିତ କରିବାକୁ କମ୍ପାନୀ ଘୋଷଣା କରିଛି । କେବଳ ଏତିକି ନୁହେଁ, ନୋକିଆର ଅନ୍ୟ ଫିଚର୍ ଫୋନ୍ ପରି ଏହି ଦୁଇଟି ଫୋନ୍ ମଧ୍ୟ ବଡ଼ ବ୍ୟାଟେରୀ ପାଇବ ।

ତେବେ ଆସନ୍ତୁ ଜାଣିବା HMD ର ଏହି ଦୁଇଟି ଫିଚର୍ ଫୋନର ଫିଚର୍ସ ଏବଂ ଦାମ୍ ବିଷୟରେ ଜାଣିବା…

HMD 105 4G, HMD 110 4G ଫିଚର୍ସ:
HMD ର ଏହି ଦୁଇଟି ଫୋନରେ ୨. ୪ ଇଞ୍ଚ ଡିସପ୍ଲେ ଅଛି । କମ୍ପାନୀ ପୂର୍ବ ନୋକିଆ ମଡେଲଗୁଡିକର ସ୍କ୍ରିନକୁ ଅପଗ୍ରେଡ୍ କରିଛି । ପୁରୁଣା ଫିଚର୍ ଫୋନରେ ୧. ୭୭ ଇଞ୍ଚ ଡ଼ିସପ୍ଲେ ଥିଲା । ଏହା ବ୍ୟତୀତ କମ୍ପାନୀ ଫୋନର କୀପ୍ୟାଡରେ ଥିବା ବଟନଗୁଡ଼ିକୁ ମଧ୍ୟ ଅପଗ୍ରେଡ୍ କରିଛି, ଯାହା ଦ୍ୱାରା ଉପଭୋକ୍ତାମାନେ ଟାଇପିଂରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହି ଫିଚର୍ ଫୋନରେ ନୋକିଆର ଅପରେଟିଂ ସିଷ୍ଟମ୍ କାମ କରେ । ଉପଭୋକ୍ତା ଏଥିରେ ୨,୦୦୦ କଣ୍ଟାକ୍ଟ ସେଭ୍ କରିପାରିବେ ।

ଏହା ବ୍ୟତୀତ ଏହି ଦୁଇଟି ଫୋନ୍ FM ରେଡିଓ, MP3 ପ୍ଲେୟାର ଏବଂ ଟ୍ରାଡୀଜନାଲ ସ୍ନେକ୍ ଗେମ୍ ସହିତ ଆସିଥାଏ । ଏହା ବ୍ୟତୀତ, ଏହି ଦୁଇଟି ଫୋନ୍ ୟୁଟ୍ୟୁବ୍ ଭିଡିଓ, ୟୁଟ୍ୟୁବ୍ ମ୍ୟୁଜିକ୍ ଏବଂ ସର୍ଟସକୁ ଆକ୍ସେସ ମିଳିଥାଏ । ଏଗୁଡିକ ଆକ୍ସେସ କରିବାକୁ କମ୍ପାନୀ ଏକ କ୍ଲାଉଡ୍ ଫୋନ୍ ଆପ୍ ପ୍ରଦାନ କରିଛି । ଏହି ଦୁଇଟି ଡିଭାଇସ ୨୩ ଟି ଭାଷାକୁ ସପୋର୍ଟ କରେ ଏବଂ ୧୩ଟି ଇନପୁଟ୍ ଭାଷାକୁ ସପୋର୍ଟ କରିବ । କମ୍ପାନୀ ଏଥିରେ ୧,୪୫୦mAh ର ଏକ ବଡ ବ୍ୟାଟେରୀ ଦେଇଛି । ଏହା ସହିତ, ଆପଣ ଏଥିରେ UPI ମଧ୍ୟ ବ୍ୟବହାର କରିପାରିବେ ।

HMD 105 4G, HMD 110 4G ଦାମ୍:
ନୋକିଆର ପୂର୍ବରୁ ଲଞ୍ଚ ହୋଇଥିବା ନୋକିଆ 105 4G ଏବଂ ନୋକିଆ 110 4G କୁ ରିବ୍ରାଣ୍ଡିଂ କରି HMD ଏହି ଦୁଇଟି ଫୋନ୍ ଲଞ୍ଚ କରିଛି । ଫୋନରେ ଅନେକ ନୂଆ ଫିଚର୍ସ ଯୋଗ କରାଯାଇଛି । HMD 105 4G ର ମୂଲ୍ୟ ୨,୧୯୯ ଟଙ୍କା ଏବଂ ଏହି ଫୋନ୍ ବ୍ଲାକ୍, ସିଆନ୍ ଏବଂ ପିଙ୍କ କଲରରେ ଆସିଥାଏ । HMD 110 4G ର ମୂଲ୍ୟ ୨,୩୯୯ ଟଙ୍କା ଏବଂ ଏହା ବ୍ଲୁ ଏବଂ ଟାଇଟାନିୟମ୍ କଲର ଅପ୍ସନରେ ଉପଲବ୍ଧ ହେବ । ଉପଭୋକ୍ତାମାନେ ଏହି ଫୋନ ଦୁଇଟିକୁ ଅଫିସିଆଲ୍ ୱେବସାଇଟ୍ ତଥା ନିକଟସ୍ଥ ରିଟେଲ ଷ୍ଟୋର୍ ଏବଂ ଇ-କମର୍ସ ପ୍ଲାଟଫର୍ମରୁ କିଣିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button