ଦେଶ- ବିଦେଶ

ହରିୟାଣାରେ ପାର୍କିଂ ହୋଇଥିବା ଗାଡ଼ି ସହ ପିଟି ହେଲା କାର୍, ୬ ମୃତ, ୬ ଆହତ – Kalinga News

[ad_1]

ନୂଆଦିଲ୍ଲୀ : ହରିୟାଣାର ରେୱାଡ଼ିରେ ଆଜି ଏକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ରେୱାଡ଼ିର ମସନି ଗ୍ରାମରେ ଆଜି ଏକ ସରକାରୀ ସ୍କୁଲ ନିକଟରେ ଏହି ଦୁର୍ଘଟଣା ହୋଇଛି। ପାର୍କିଂ ହୋଇଥିବା ଏକ ଏକ୍ସୟୁଭି ଅନ୍ୟ ଏକ କାର୍ ସହ ପିଟି ହୋଇ ପଲଟିଯିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। କାରଟି ଖତୁ ଗ୍ରାମରୁ ଦିଲ୍ଲୀକୁ ଫେରୁଥିବାବେଳେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପ୍ରାଣ ହାରିଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା ଏବଂ ୨ ଜଣ ପୁରୁଷ। ଏକ୍ସୟୁଭିରେ ଥିବା ଲୋକମାନେ ସେମାନଙ୍କ ଟାୟାର ବଦଳାଉଥିବାବେଳେ ପଛପଟୁ ଏକ କାର୍ ଆସି ଏକ୍ସୟୁଭିକୁ ପିଟି ଦେଇଥିଲା। ଫଳରେ ଏହା ପଲଟି ଯାଇଥିଲା ଏବଂ ୬ ଜଣଙ୍କର ମୃତ୍ୟୁ ହୋଇଗଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button