ରାଜ୍ୟ

ଯାତ୍ରାରେ ଭିଲେନ୍‌ଙ୍କୁ ଆକ୍ରମଣ, ଅଭିନୟକୁ ଜୀବନ୍ତ ଭାବି ଆକ୍ରମଣ କରିଥିଲେ ଯୁବକ

ମ୍ବଲପୁର,୧୨/୦୯: ସର୍ବସମ୍ମୁଖରେ ଚାଲିଥାଏ ଧର୍ମାନ୍ତରୀକରଣ । ଗୋଟିଏ ଧର୍ମର କିଛି ଲୋକ ଅନ୍ୟ ଜଣଙ୍କୁ ଧର୍ମ ପରିବର୍ତ୍ତନ କରୁଥାନ୍ତି। ତାଙ୍କୁ ଗୋ ମାଂସ ଖାଇବାକୁ ବାଧ୍ୟ କରୁଥାନ୍ତି । ଖାଇବାକୁ ଦେବା ପରେ ଶହ ଶହ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାହାସ୍ଫୋଟ ମାରୁଛନ୍ତି । ଠିକ୍ ଏତିକି ବେଳେ ଦୃଶ୍ୟକୁ ଦେଖୁଥିବା ଜଣେ ଦେଖଣାହାରୀ ସେହି ବ୍ୟକ୍ତିଙ୍କୁ ଆକ୍ରମଣ କଲା ।

ଗୋଇଠା ପରେ ମୁଥ ମାରିଚାଲିଲା । ଆଖପାଖରେ ଥିବା ସମସ୍ତେ ଚମକି ପଡିଲେ ।…

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଉପକଣ୍ଠ ନକ୍ସାପାଲିର ଯାତ୍ରା ମଞ୍ଚରେ । ଏଠାରେ କୌଣସି ଧର୍ମାନ୍ତରୀକରଣ ଚାଲିନଥିଲା । ଗୋଟିଏ ଯାତ୍ରା ପାର୍ଟିର ଅଭିନେତା ଓ ଅଭିନେତ୍ରୀ ଅଭିନୟ କରୁଥିଲେ । ଅଭିନୟ ଏତେ ଜୀବନ୍ତ ଥିଲା ଯେ, ସେଠାରେ ଦେଖୁଥିବା ଜଣେ ଦର୍ଶକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ । ଷ୍ଟେଜ୍ ଉପରେ ଚଢ଼ି ମୁଖ୍ୟ ଖଳଭିନେତାଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ଗୋଇଠା ମାରିବା ସହ ମୁହଁକୁ କିଛି ମୁଥ ମାରିଥିଲେ । କେହି କିଛି ଭାବିବା ପୂର୍ବରୁ ଏହା ଘଟିସାରିଥିଲା । ଯାତ୍ରା କମିଟି ସଦସ୍ୟ ତୁରନ୍ତ ଆକ୍ରମଣକାରୀକୁ କାବୁ କରିଥିଲେ । ଆକ୍ରମଣକାରୀଙ୍କୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା । ପରବର୍ତ୍ତୀ ସମୟରେ ବୁଝାସୁଝା କରିବା ପରେ ପୁଣି ଥରେ ନାଟକ ଆରମ୍ଭ ହୋଇଥିଲା ।

ଗତକାଲି ମାନେଶ୍ୱର ଛକ ନିକଟ ନକ୍ସାପାଲିରେ ସ୍ୱର୍ଣ୍ଣମହଲ ଯାତ୍ରାପାର୍ଟିର ‘ସ୍ୱାମୀ ପାଇଁ ପଛେ ନର୍କକୁ ଯିବି’ ନାଟକ ପରିବେଷଣ କରାଯାଉଥିଲା । ଏଥିରେ ଧର୍ମ ପରିବର୍ତ୍ତନକୁ ନେଇ ଗୋଟିଏ ଦୃଶ୍ୟ ରହିଥିଲା । ଖଳଚରିତ୍ରରେ ଅଭିନୟ କରୁଥିବା ନବ ଘୋଷଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଲୋକ ପ୍ରବଳ ହଟ୍ଟଗୋଳ କରିବା ସହ ପାଣି ବୋତଲ ଷ୍ଟେଜ୍ ଉପରକୁ ଫିଙ୍ଗିଥିଲେ । ହେଲେ ଯେତେବେଳେ ଗୋମାଂସ ଖାଇବାକୁ ବାଧ୍ୟ କରିଥିଲେ ସେତେବେଳେ ଆକ୍ରମଣର ଶିକାର ହୋଇଥିଲେ । ପରେ ଆକ୍ରମଣକାରୀ ଓ ଅଭିନେତାଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ଅଭିନୟରେ ମଗ୍ନହୋଇ ଆକ୍ରମଣ କରିଥିବା ଆକ୍ରମଣକାରୀ କହିଥିଲେ । ହେଲେ ଏହାକୁ ନିଜର ପ୍ରଶଂସା ଭାବେ ଗ୍ରହଣ କରିଛନ୍ତି ଅଭିନେତା ନବ ଘୋଷ । ଏହା ମୋ ପାଇଁ ବଡ଼ ପୁରସ୍କାର ବୋଲି କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button