ଦେଶ- ବିଦେଶ

ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା? ପୁଲିସକୁ ସବୁ ଜଣାଇଲେ ମଲାଇକାଙ୍କ ମା’ ଜୋଏସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କ ବାପା ଅନିଲ ମେହେତା ଜୀବନ ହାରିବା ପରେ ପୂରା ଆରୋରା ପରିବାରକୁ ଶକ୍ତ ଧକ୍କା ଲାଗିଛି। ଅନିଲ କାହିଁକି ଏଭଳି ପଦକ୍ଷେପ ନେଲେ ସେ ପ୍ରଶ୍ନ ଏବେ ପରିବାର ଲୋକଙ୍କ ମନରେ। ସୁଇସାଇଡ ନୋଟ ମିଳିନଥିବାରୁ ଏବେ ଆତ୍ମହତ୍ୟାର କାରଣ ଖୋଜୁଛି ପୁଲିସ ।

ପ୍ରଥମେ କୁହାଯାଉଥିଲା ଯେ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ଅନିଲ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି । ହେଲେ ଏବେ ତାଙ୍କ ପୂର୍ବ ପତ୍ନୀ ତଥା ମଲାଇକାଙ୍କ ମା’ ଜୋଏସ ଏହା ଆତ୍ମହତ୍ୟାର କାରଣ ନହୋଇପାରେ ବୋଲି କହିଛନ୍ତି।

ଆତ୍ମହତ୍ୟା ପୂର୍ବର ଘଟଣା ବିଷୟରେ ଜଣାଇ ଜୋଏସ କହିଛନ୍ତି ଯେ, ଅନିଲ ସବୁଦିନ ବାଲକୋନିରେ ବସି ଖବରକାଗଜ ପଢ଼ନ୍ତି। ବୁଧବାର ସକାଳେ ବି ସେ ସେୟା କରୁଥିଲେ । ପାଟି ନଶୁଭିବାରୁ ମୁଁ ବାଲକୋନିକୁ ଆସିଥିଲି । ବାଲକୋନିରେ ତାଙ୍କ ଚପଲ ରଖାଯାଇଥିବା ଦେଖି ସେ କୁଆଡେ ଗଲେ ବୋଲି ଦେଖିଲି। ତଳକୁ ଅନାଇବା ବେଳକୁ ସିକ୍ୟୁରିଟି ଗାର୍ଡ ଜୋରରେ ପାଟି କରୁଥିବାର ଶୁଣିଲି । ସେତବେଳକୁ ସେ ଆଉ ନଥିଲେ। ତାଙ୍କୁ ସେଭଳି କିଛି ବଡ଼ ରୋଗ ନଥିଲା। ସାମାନ୍ୟ ଆଣ୍ଠୁ ଯନ୍ତ୍ରଣା ଥିଲା ।ଉଲ୍ଲେଖଯୋଗ୍ୟ, ଛାଡ଼ପତ୍ର ଦେବା ପରେ ବି କିଛି ବର୍ଷ ତଳେ ଉଭୟ ଜୋଏସ ଓ ଅନିଲ ଏକାଠି ରହିବା ଆରମ୍ଭ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button