ଦେଶ- ବିଦେଶ

ସାମ୍ନାକୁ ଆସିଲା ମଲାଇକା ବାପାଙ୍କ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ଆରୋରା ଗତବୁଧବାର ବାନ୍ଦ୍ରାସ୍ଥିତ ଘର ବାଲକୋନିରୁ ଡେଇଁ ଜୀବନ ହାରି ଦେଇଛନ୍ତି।

ଅନିଲ ଜୀବନ ହାରିବା ପୂର୍ବରୁ ତାଙ୍କ ଦୁଇଝିଅ ମଲାଇକା ଓ ଅମୃତାଙ୍କ ସହିତ କଥା ହୋଇଥିଲେ। ମଲାଇକା ଓ ଅମୃତାଙ୍କ ସହିତ କଥା ହେବା ସମୟରେ ଅନିଲ କହିଥିଲେ, ‘ଝିଅରେ ମୁଁ ଅସୁସ୍ଥ ଓ କ୍ଳାନ୍ତ।

’ ଏତିକି କହି ଫୋନ କାଟି ଦେଇଥିଲେ।’

ଅନିଲ ଜୀବନ ହାରିବାର ଖବର ପାଇବା ପରେ ମୁମ୍ବାଇ ପୁଲିସ ବାନ୍ଦ୍ରାରେ ପହଞ୍ଚି ମଲାଇକାଙ୍କ ବାପଙ୍କ ମୃତ୍ୟୁର ଯାଞ୍ଚ କରୁଛି। ଅନିଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା। ବ୍ୟବଚ୍ଛେଦ ସହିତ ଜଡ଼ିତ ତଥ୍ୟ ସାମ୍ନାକୁ ଆସିଛି।

ଗତକାଲି ରାତି ୮ଟାରେ ଅନିଲ ଆରୋରାଙ୍କ ବ୍ୟବଚ୍ଛେଦ କରାଯାଇଥିଲା। ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି ଅନିଲଙ୍କ ଶରୀରରେ ଅନେକ ଆଘାତ ଲାଗିବା ହେତୁ ତାଙ୍କର ମୃତ୍ୟୁ ହୋଇଯାଇଛି। ବ୍ୟବଚ୍ଛେଦ ପରେ ଅନିଲଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଛି।

ମଲାଇକା ଅରୋରା ଓ ତାଙ୍କ ପରିବାର ଅନିଲଙ୍କ ମୃତ୍ୟୁକୁ ନେଇ ଅଧିକାରିକ ବୟାନ ଜାରି କରିଛନ୍ତି। ଅନିଲ ଏପରି ଭାବେ ସମସ୍ତଙ୍କୁ ପରକରି ଚାଲିଯିବେ ଏକଥା କେହି ବିଶ୍ବାସ କରି ପାରୁନାହନ୍ତି। ପରିବାରଲୋକଙ୍କ କହିବାନୁସାରେ, ଅନିଲ ଜଣେ ନମ୍ର ମଣିଷ ଥିଲେ। ଅନିଲ ଜଣେ ଭଲ ବାପା, ଭଲ ସ୍ବାମୀ ଓ ଭଲ ସାଙ୍ଗ ଥିଲେ। ଆମ ପରିବାର ଗଭୀର ଦୁଃଖରେ ଅଛି । ତେଣୁ ଗଣମାଧ୍ୟମକୁ ଏତିକି ଅନୁରୋଧ ଦୟାକରି ପ୍ରାଇଭେସି ରକ୍ଷା କରନ୍ତୁ। ଅଯଥାରେ ଗୁଜବ ପ୍ରଚାର କରନ୍ତୁ ନାହିଁ। ଯାହାକି ଆମ ଆତ୍ମାକୁ ବାଧିବ।

ଗତକାଲି ସକାଳେ ଘରଲୋକ ଭିତରେ ଥିବା ବେଳେ ଅନିଲ ସିଗାରେଟ ଧରି ବାଲକୋନିକୁ ଯାଇଥିଲେ। ସେଠାରେ କିଛି ସମୟ ଛିଡ଼ା ହେବାପରେ କେହି କିଛି ବୁଝିବା ପୂର୍ବରୁ ସେ ବାଲକୋନିରୁ ତଳକୁ ଡେଇଁ ଜୀବନ ହାରି ଦେଇଥିଲେ। ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲେ ହେଁ ସବୁକିଛି ଶେଷ ହୋଇଯାଇଥିଲା।’

Related Articles

Leave a Reply

Your email address will not be published. Required fields are marked *

Back to top button