ରାଜ୍ୟ

ଓଡ଼ିଆ ଅସ୍ମିତାକୁ ନେଇ ନବୀନଙ୍କ ପ୍ରଶ୍ନ, କହିଲେ- ମହାପୁରୁଷମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ

ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗରେ ଭର୍ତ୍ତୃହରିଙ୍କ ନିବନ୍ଧକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କଟକ ସାଂସଦଙ୍କ ନାଁ ନନେଇ ଏହା କଣ ଓଡିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି । ମହାପୁରୁଷଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ । ମହାପୁରୁଷଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି ବୋଲି କହିଛନ୍ତି ନବୀନ ।

ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି।

ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି । ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି । ଆଗାମୀ ପୀଢି ପାଇଁ ଏହା କି ବାର୍ତ୍ତା ଦେବ ବୋଲି ପ୍ରଶ୍ନ କରିଛନ୍ତି । ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି । ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ ବୋଲି କହିଛନ୍ତି ନବୀନ ।

ନବୀନ ଆହୁରି କହିଛନ୍ତି, କଥାରେ କୋଣାର୍କ ହୁଏ ନାହିଁ । ଗୋଟିଏ ଅନୁଷ୍ଠାନଟିଏ ଗଢ଼ିବା ସହଜ ନୁହେଁ । ଏଥିପାଇଁ ଦରକାର ଅନେକ ତ୍ୟାଗ ଓ ତପସ୍ୟା । ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି । ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button