ବଢ଼ାଉଛି ଦ୍ୱନ୍ଦ ! ସମାନ ନାଁ ରେ ଅନେକ ଗାଁ

ଯାଜପୁର – ବିରଜା କ୍ଷେତ୍ର ଯାଜପୁର ଜିଲ୍ଲାରେ ସମାନ ନାମରେ ଏକାଧିକ ଗାଁ ଥିବା ଜାଣିବାକୁ ମଳିଛି | ଯାହା ଅନେକ ସମୟରେ ଜନସାଧାରଣଙ୍କୁ ଭ୍ରମରେ ପକାଉଛି | ଯେପରିକି ଯାଜପୁର ଟାଉନ ର ବିଚିତ୍ରପୁର ପଞ୍ଚାୟତରେ ବାରବାଟୀ ନାମରେ ଗାଁ ଟିଏ ଥିବାବେଳେ କୁଆଖିଆ ଥାନା ଅଧୀନ ଜାତୀୟ ରାଜପଥ ନିକଟରେ ବାରବାଟୀ ଗାଁ ଓ ପରିବା ହାଟ ରହିଛି ଜ୍ଝଯାଜପୁର ବ୍ଲକ ଜାହାନପୁର ପଞ୍ଚାୟତରେ ମଲ୍ଲିକାପୁର ଗ୍ରାମ ଥିବାବେଳେ ଦଶରଥପୁର ବ୍ଲକ ଅହିୟାସ ନିକଟବର୍ତୀ ମଲ୍ଲିକାପୁର ନାମରେ ଗାଁ ଟିଏ ଅଛି | ଏବଂ ବିରଜା ମନ୍ଦିର ସଂଲଗ୍ନ ମଲ୍ଲିକାପୁର ନାମକ ଏକ ଗ୍ରାମ ରହିଛି | ବିଂଝାରପୁର ବ୍ଲକ କପିଳା ପଂଚାୟତରେ ଗୁହାଳି ଗାଁ ଥିବାବେଳେ ,ଏହି ବ୍ଲକ ଗୁହାଳି ପଞ୍ଚାୟତରେ ଗୁହାଳିଗାଁ ନାମରେ ଗାଁ ରହିଛି | ସେହିପରି ଯାଜପୁର ମାଳଆନନ୍ଦପୁର ପଞ୍ଚାୟତ ରେ ଆଦମପୁର ଗାଁ ଥିବାବେଳେ ବିରାଜପୁର ପଞ୍ଚାୟତରେ ମଧ୍ୟ ଆଦମପୁର ନାମରେ ଏକ ଗ୍ରାମ ରହିଛି | ଯାଜପୁର ଟାଉନ ଥାନା ଅଧୀନରେ ବାହାବଳପୁର ନାମରେ ଗାଁ ଟିଏ ଥିବାବେଳେ ସଦର ଥାନା ଅଧୀନରେ ବାହାବଳପୁର ନାମକ ଗ୍ରାମ ଟିଏ ଅଛି | ଯାଜପୁର ଖାଇରାବାଦ ପଞ୍ଚାୟତରେ ମଙ୍ଗଳପୁର ନାମରେ ଗାଁ ଟିଏ ଥିବାବେଳେ ଅନୁରୂପ ଭାବେ ମଙ୍ଗଳପୁର ଥାନା ଅଧିନସ୍ଥ ମଙ୍ଗଳପୁର ଗ୍ରାମ ରହିଛି | ବରୀ ବ୍ଲକରେ ମିର୍ଜାପୁର ନାମରେ ଗାଁ ଟିଏ ରହିଥିବା ବେଳେ ସଦର ଥାନା ସିମିଳିଆ ପଞ୍ଚାୟତରେ ମିର୍ଜାପୁର ନାମକ ଗ୍ରାମ ରହିଛି | ଏଭଳି ଗୋଟିଏ ଗାଁ ନାମରେ ୨ /୩ ଟି ଗାଁ ରହିବା ଦ୍ୱାରା ବହିରାଗତ ଅତିଥି ଓ ଆଗନ୍ତୁକ ମାନଙ୍କୁ ଅନେକ ସମୟରେ ଭ୍ରମରେ ପକାଇ ଦେଉଛି |




