ଦେଶ- ବିଦେଶ

‘ଏକାଠି ହୁଅନ୍ତୁ ୫୦ ଲକ୍ଷ ମୁସଲମାନ’, ପୁଣି ଆସିଲା ଜାକିର ନାଇକର ଉତ୍ତେଜନାକାରୀ ଭିଡିଓ

ନୂଆଦିଲ୍ଲୀ,୯।୯: କଠୋରପନ୍ଥୀ ଇସ୍ଲାମିକ୍ ପ୍ରଚାରକ ଜାକିର ନାଇକ ପ୍ରସ୍ତାବିତ ଓ୍ବାକଫ୍ ବିଲ୍ର ବିରୋଧ କରିଛନ୍ତି। କେବଳ ସେତିନି ନୁହେଁ ଇସଲାମିକ୍ ପ୍ରଚାରକ ଭାରତର ମୁସଲମାନଙ୍କୁ ଉକସାଇବାର ଚେଷ୍ଟା କରିଛି। ଉତ୍ତେଜନାକାରୀ ଭିଡିଓ ପୋଷ୍ଟ କରି ଜାକିର କହିଛି ବର୍ତ୍ତମାନର ବିଜେପି ଓ ଏହାର ମେଣ୍ଟ ସରକାର ଗତ ୧୦ ବର୍ଷ ଭଳି ଶକ୍ତିଶାଳୀ ନାହିଁ।

ତେଣୁ ଆପଣମାନେ ମଜବୁତ ଭାବରେ ଓ୍ବାକଫ୍ ବିଲ୍କୁ ବିରୋଧ କଲେ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡିବ। ଭାରତରେ ୨୧ କୋଟିରୁ ଅଧିକ ମୁସଲମାନ ଅଛନ୍ତି। ଯଦି ତାଙ୍କର ଅଢେଇ ପ୍ରତିଶତ ଅର୍ଥାତ ୫୦ ଲକ୍ଷ ଲୋକ ଓ୍ବାକଫ୍ ବିଲ୍ର ବିରୋଧ କରନ୍ତି ତେବେ ଏହାକୁ ରୋକି ହେବ।

ଜାକିର ଏକ ଲିଙ୍କ ମଧ୍ୟ ଜାରି କରିଛି ଓ ମୁସଲମାନଙ୍କୁ ଅପିଲ କରିଛି ଆପଣମାନେ ଏହା ବିରୋଧରେ ମତଦାନ କରନ୍ତୁ। ଜାକିର ନାଏକ ଓ୍ବାକଫ୍ ସମ୍ପତ୍ତିକୁ କେବଳ ମୁସଲମାନଙ୍କ ଜମି ବୋଲି କହିଛି। ଭାରତରେ ଜମି ମାମଲାରେ ଓ୍ବାକଫ୍ ବୋର୍ଡ ତୃତୀୟ ସ୍ଥାନରେ ରହିଛି। ଏହା କୌଣସି ସାର୍ବଜନୀକ ସମ୍ପତ୍ତି ନୁହେଁ। ମୁଁ ଭାରତର ଅଣ-ମୁସଲମାନଙ୍କୁ କହିବାକୁ ଚାହୁଁଛି। ଏହା ଅନୁସାରେ, ସେହି ଜମି ଆସୁଛି, ଯାହାକୁ ମୁସଲମାନମାନେ ପୂର୍ବରୁ ଦାନ କରିଛନ୍ତି। ତେଣୁ ଏଥିରେ କୌଣସି ଅଣ-ମୁସଲମାନ ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ ଓ ଭାରତର ସମ୍ବିଧାନ ଏହାର ସୁରକ୍ଷା ଦେଉଛି। ଏହି ମୁସଲମାନ ବିରୋଧି ସରକାର ଓ୍ବାକଫ୍ ବିଲ୍ ଜରିଆରେ ତାକୁ ଚପାଇ ଦେବାକୁ ଚାହୁଁଛି।

ଜାକିର କହିଛି, ଗତ ୧୦ ବର୍ଷ ଭଳି ଏଥର ବିଜେପି ଏତେ ଶକ୍ତିଶାଳି ନାହିଁ। ସେଭଳି ବିରୋଧି ଦଳ ମଧ୍ୟ ପୂର୍ବ ତୁଳନାରେ ଭଲ ସ୍ଥିତିରେ ଅଛି। ଯଦି ଏହି ବିଲ୍ ପାସ୍ ହୁଏ ତେବେ ହଜାର ହଜାର ମସଜିଦ, ମଦ୍ରାସା ଓ କବରିସ୍ତାନ ମୁସଲମାନଙ୍କଠାରୁ ଛଡାଇ ନିଆଯିବ। ଯଦି ଆମେ ଏହାକୁ ନରୋକିବୁ ତେବେ ଆମର ଆଗାମୀ ପୀଢି ଆମକୁ କ୍ଷମା କରିବନି। ସେମାନେ କହିବେ ଆମର ପୂର୍ବ ପୁରୁଷ ଜମି ଛାଡି ଦେଲା। ଉଲ୍ଲେଖନୀୟ ଯେ, ଜାକିର ପୂର୍ବରୁ ଧର୍ମାନ୍ତରୀକରଣ, ବହୁବାର ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ନେଇ ବିବାଦରେ ରହିଛି। ଭାରତରେ ତା’ ବିରୋଧରେ ମନି ଲଣ୍ଡରିଂ, ଘୃଣା ସୃଷ୍ଟି କରିବା ଓ ବେଆଇନ ଗତିବିଧିରେ ସାମିଲ ହେବା ନେଇ ମାମଲା ରୁଜୁ କରାଯାଇଛି। ପଳାତକ ହୋଇ ଯାଇଥିବା ଜାକିର ଏବେ ମାଲେସିଆରେ ବସି ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button