ଦେଶ- ବିଦେଶ

କାନ୍ଦି କାନ୍ଦି ୧୦ବର୍ଷ ପାଇଁ ଘୋଡ଼ା ଶାଳ ରେ ବନ୍ଦୀ ଜୀବନ କାଟିବେ ଇମ୍ରାନ ଖାଁ, କହିଲେ ମୋ ସହ ଅନ୍ୟାୟ ହେଇଚି…

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତୋଶାଖାନା ମାମଲାରେ ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କୁ ଜେଲ। ପତ୍ନୀ ଙ୍କ ସହ ଜେଲ ରେ କାଟିବେ ୧୪ ବର୍ଷ। ଜେଲ୍ ଦଣ୍ଡ ସହ ତାଙ୍କୁ ୭୮ କୋଟି ଲେଖାଏଁ ଜୋରିମାନା।
Special report
ପାକିସ୍ତାନ ରେ ନିର୍ବାଚନ ପୂର୍ବରୁ ହିଁ ବିରୋଧୀ ଦଳର ମୁଖ୍ୟ ନେତା ଇମ୍ରାନ ଖାନ ଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ତୋଶାଖାନା ମାମଲାରେ ପାକିସ୍ତାନ ର ଏକ ଅଦାଲତ ତାଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇ ଛନ୍ତି।
ଇମ୍ରାନ ଙ୍କ ସହ ତାଙ୍କ ସ୍ତ୍ରୀ ଙ୍କୁ ମଧ୍ଯ ୧୪ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରାଯାଇଛି। ଗୋଟେ ଦିନ ପୂର୍ବରୁ ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରଶି ଙ୍କୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଦଶ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି।
ଆଉ ଏବେ ତୋଶାଖାନା ମାମଲାରେ ଦଣ୍ଡ ପାଇବା ପରେ ଇମ୍ରାନ ଙ୍କ ମାମଲା ଆଉ ବଢ଼ିବାରେ ଲାଗିଛି। ରାୟ ଅନୁସାରେ ଇମ୍ରାନ ଖାନ ଓ ବୁସରା ବିବି ଙ୍କୁ କୌଣସି ସରକାରୀ ପଦବୀରେ ରହିବା ଉପରେ ପ୍ରତି ବନ୍ଧକ ଲଗା ଯାଇଛି।
Special report
ଏହା ବ୍ୟତିତ ଇମ୍ରାନ ଏବଂ ବୁସରା ଙ୍କ ଉପରେ ୭୮ ଓ ୭୮ କୋଟି ଟଙ୍କାର ଜରିମାନା ଲଗା ଯାଇଛି। ବୁସରା କୋର୍ଟ ରେ ହଜାର ହୋଇ ନଥିଲେ। ସୁଚନା ମୁତାବକ ତୋଶାଖାନା ମାମଲାରେ ସେ ନିୟମ ଉଲଙ୍ଘନ କରି ଥିବାର ଅଭିଯୋଗ ହୋଇଥିଲା।
ବିଦେଶୀ ନେତା ମାନଙ୍କ ଠାରୁ ପ୍ରାପ୍ତ ଉପହାର ଗୁଡିକ ତୋଶାଖାନା ରେ ରଖା ଯାଇଥାଏ।ତୋଶାଖାନା ନିୟମ ଅନୁସାରେ ସରକାରୀ ଅଧିକାରୀ ମୂଲ ଦେବା ପରେ ହିଁ ଉପହାର କୁ ନିଜ ଉପରେ ରଖି ଦେଇ ପାରିବେ।
ଇମ୍ରାନ ଖାନ ଙ୍କ ନାମରେ ଅଭିଯୋଗ ହୋଇଛି କି ସେ ଉପହାର ଗୁଡ଼ିକୁ ନିଜ କ୍ଷମତାର ବ୍ଯବହାର କରି ଖୁବ୍ କମ୍ ମୂଲ୍ୟରେ ଉପହାର ଗୁଡ଼ିକୁ କିଣି ନେଇଛନ୍ତି। ସେଥିପାଇଁ ଏବେ ଦୁହିଁଙ୍କୁ ଦଣ୍ଡ ବିଧାନ କରାଯାଇଅଛି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button