ଦେଶ- ବିଦେଶ

ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ଆସିଥାଏ ଭୟଙ୍କର ଦରିଦ୍ରତା

ସୂଚନା ଅନୁସାରେ ଆମର ସପ୍ତାହକ ସାତ ବାର ହୋଇଥାଏ । ପ୍ରତ୍ଯେକ ବାରର କିଛି ନା କିଛି ମହତ୍ଵ ରହିଥାଏ । ସେହିପରି ସାତବାରରୁ ରବିବାର ଦିନ ପ୍ରାୟତଃ ସମସ୍ତେ ଛୁଟିର ବାର ଭାବି ଆରାମ କରିଥାନ୍ତି । ଏହି ରବିବାର ସୂର୍ଯ୍ୟଙ୍କର ବାର ହୋଇଥାଏ । ସୂର୍ଯ୍ୟଙ୍କ ଠାରୁ ସୌରମଣ୍ଡଳର ସବୁ ଗ୍ରହ ଊର୍ଜା ପାଇଥାନ୍ତି । ଯଦି ଆପଣଙ୍କର କୁଣ୍ଡଳୀରେ ସୂର୍ଯ୍ୟ ଦେବଙ୍କ ଅବସ୍ଥିତି ଠିକ ନାହିଁ ।

 

ତେବେ ଆପଣମାନେ ରବିବାରଦିନ କିଛି ନିୟମ ମାନି କାର୍ଯ୍ୟ କରିବା ଉଚିତ ହୋଇଥାଏ । ରବିବାର ଦିନ ଭୁଲ୍ ରେ ମଧ୍ୟ ଓସ୍ତ ଗଛରେ ଜଳ ଚଢାନ୍ତୁ ନାହିଁ । ଯଦି ଚାହୁଁଛନ୍ତି ତେବେ ଘିଅର ଦୀପଟିଏ ଓସ୍ତ ଗଛ ପାଖରେ ଲଗାନ୍ତୁ । ଏପରି କରିବା ଦ୍ଵାରା ଶୁଭଫଳ ପ୍ରାପ୍ତ ହୋଇଥାଏ । ରବିବାରଦିନ ପ୍ରାୟତଃ ଲୋକ ଛୁଟିରେ ଥିବା କାରଣରୁ ସକାଳେ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି । ଯଦି ଆପଣ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଥାନ୍ତି ।

ତେବେ ରବିବିବାରଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ସ୍ନାନାଦି କାର୍ଯ୍ୟ ସାରି ଭଗବାନ ସୂର୍ଯ୍ୟ ଦେବତାଙ୍କୁ ତମ୍ବା ପାତ୍ରରେ କୁଙ୍କୁମ ଓ ଚାଉଳ ପକାଇ କରି ଜଳ ଅର୍ପଣ କରିବା ଉଚିତ ହୋଇଥାଏ । ଆପଣ ସୂର୍ଯ୍ୟ ଦେବତାଙ୍କୁ ନିଷ୍ଟାର ସହ ପୂଜା କରିବା ଦ୍ଵାରା ତାଙ୍କର ଆଶ୍ରୀବାଦ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହୋଇବ। ରବିବାରଦିନ ମୁଣ୍ଡର ଚୁଟି କାଟିବା ଉଚିତ ନୁହେଁ କି ମୁଣ୍ଡରେ ତେଲ ଲଗାଇବା ମଧ୍ୟ ଉଚିତ ହୋଇନଥାଏ ।

 

ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟ ଦେବତାଙ୍କୁ ଶକ୍ତିଶାଳୀ କରିବା ପାଇଁ ଚାହୁଁଥାନ୍ତି । ତେବେ ସୂର୍ଯ୍ୟଦେବତାଙ୍କୁ ରାଶି ତେଲ ନିହାତି ଚଢାଇବା ଉଚିତ । ଏପରି କରିବା ଦ୍ଵାରା ଭବିଷ୍ୟତରେ ଆସିବାକୁ ଥିବା କେତେକ ସଙ୍କଟରୁ ମୁକ୍ତି ପାଇପାରିବେ । ଆପଣମାନେ ଦେଖିଥିବେ ସନ୍ଥ ବାବାମାନଙ୍କୁ ମଶୁର ଡାଳିରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇବାକୁ ଦିଆଯାଇନଥାଏ । ସେହିପରି ରବିବାରଦିନ ମଧ୍ୟ ସୂର୍ଯ୍ୟ ପୂଜା କରୁଥିବା ଉପାସକମାନେ ମଶୁର ଡାଲି ଖାଇବା ଉଚିତ ହୋଇନଥାଏ ।

ରବିବାରଦିନ ପିଆଜ ଓ ରଶୁଣର ମଧ୍ୟ ସେବନ କରିବା ଉଚିତ ନୁହେଁ । ଯଦି ଆପଣଙ୍କର କୁଣ୍ଡଳୀରେ ସୂର୍ଯ୍ୟଙ୍କ ଅବସ୍ଥିତି ଠିକ ନଥାଏ । ତେବେ କିଛି ଦିନ ପାଇଁ ରବିବାରରେ ପିଆଜ ଓ ରଶୁଣ ଖାଇବା ବନ୍ଦ କରିଦେବା ଉଚିତ । ସୂର୍ଯ୍ୟଙ୍କ ଭଳି ତେଜସ୍ବୀ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିଲେ । ଆପଣଙ୍କୁ ରବିବାର ବ୍ରତ ସନ୍ଧ୍ୟା ପର୍ଯ୍ୟନ୍ତ କରିବାକୁ ପଡିବ । ସନ୍ଧ୍ୟା ପରେ ଆପଣମାନେ ବିନା ଲୁଣରେ ପ୍ରସ୍ତୁତ ଭୋଜନ ଖାଇପାରିବେ ।

 

ନାଲି ରଙ୍ଗର ଶାଗ ରବିବାର ଦିନ ଖାଇବା ଠିକ ନୁହେଁ । କାରଣ ଏହି ଶାଗ ଶୀଘ୍ର ଉଠି ଶୀଘ୍ର ମରିଯାଇଥାଏ । ତେଣୁ ଏହି ଅଳ୍ପ ଆୟୁ ଥିବା ଶାଗର ଭୋଜନ କରନ୍ତୁ ନାହିଁ । ରବିବାରଦିନ ଆମିଷ ଭୋଜନ ମଧ୍ୟ ବାରଣ ଅଟେ । ରବିବାରଦିନ ଏହି ଉପରୋକ୍ତ ନିୟମର ପାଳନ ଦ୍ଵାରା ଆପଣ ସୂର୍ଯ୍ୟଦେବତାଙ୍କ ଆଶ୍ରୀବାଦ ଲାଭ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button