ଦେଶ- ବିଦେଶ

ପତ୍ନୀଙ୍କୁ ନିଶା ଦ୍ରବ୍ୟ ଦେଇ ୭୨ ଜଣ ପୁରୁଷଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ, ଏମାନଙ୍କ ମଧ୍ୟରେ ୬ ଜଣ ଥିଲେ HIV ପୀଡିତ

ତ୍ନୀଙ୍କୁ ନିଶା ଦ୍ରବ୍ୟ ଦେଇ ୧୦ ବର୍ଷ ଯାଏଁ ଅଜ୍ଞାତ ପୁରୁଷଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଥିଲେ ସ୍ୱାମୀ । ମହିଳାଙ୍କୁ ଏସବୁ ବିଷୟରେ ଜଣାପଡିବା ପରେ ଥାନାରେ ଅଭିଯୋଗ କରିଥିଲେ ପତ୍ନୀ । ଏବେ ଏହି ମାମଲାରେ ନୂଆ ତଥ୍ୟ ମିଳିଛି ।

ଫ୍ରାନ୍ସର ମହିଳାଙ୍କ ନାମ ଗିସେଲେ ପୋଲିକଟ୍‌ । ମହିଳାଙ୍କ ବୟସ ୭୨ ବର୍ଷ ।

୭୧ ବର୍ଷୀୟ ତାଙ୍କ ସ୍ୱାମୀ ପତ୍ନୀଙ୍କୁ ନିଶାଦ୍ରବ୍ୟ ଦେଇ ଅନ୍ୟ ପୁରୁଷ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ । ଏକଥା ମହିଳା ଜଣକ ଜାଣିନଥିଲେ । ନିଶାରେ ଥିବା ମହିଳା ଜଣକ ଏହା ଜାଣିବା ପରେ ଥାନାରେ ସ୍ୱାମୀ ବିରୋଧରେ ଅଭିଯୋଗ କରିଥିଲେ । ଏହା ବିଷୟରେ ତଦନ୍ତ ହେବା ପରେ ସାଙ୍ଘାତିକ ସତ ସାମ୍ନାକୁ ଆସିଛି ।

ତେବେ ମହିଳା ଜଣକ ୭୦ରୁ ଅଧିକ ଅଜ୍ଞାତ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ବେହୋସ ଅବସ୍ଥାରେ ମହିଳାଙ୍କୁ ଯୌନ ଶୋଷଣ କରାଯାଇଛି । ଆଉ ଏମାନଙ୍କ ମଧ୍ୟରେ ୬ ଜଣ ଏଚଆଇଭି ପୀଡିତ ଥିବା ମହିଳା ଜଣକ କୋର୍ଟରେ କହିଛନ୍ତି । ମହିଳା ଜଣକ ଏଥିପାଇଁ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ।

ସୂଚନାଯୋଗ୍ୟ, ୭୧ ବର୍ଷୀ ବ୍ୟକ୍ତି ଜଣକ ପତ୍ନୀଙ୍କୁ ନିଶା ଔଷଧ ଦେଇ ଅନ୍ୟ ପୁରୁଷ ସହିତ ଶାରୀରିକ ସମ୍ବନ୍ଧ ରଖାଉଥିଲେ । ମହିଳା ଜଣକ ନିଶାରେ ସ୍ୱାମୀ କି ଅନ୍ୟ ପୁରୁଷଙ୍କ ସହିତ ସଂପର୍କ ରଖୁଛନ୍ତି ତାହା ଜାଣିପାରିନଥିଲେ । କିନ୍ତୁ ଯେତେବେଳେ ସ୍ୱାମୀଙ୍କ ଲାପଟପରୁ ଏସବୁ ଭିଡିଓ ମିଳିଥିଲା, ମହିଳା ଜଣକ ଜାଣିବା ପରେ ପାଦ ତଳୁ ମାଟି ଖସିଯାଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button