ରାଜ୍ୟ

ଚୋରି ସାମଗ୍ରୀ ଜବତ, ୨ ଗିରଫ

ମ୍ବଲପୁର: ପୁଲିସ ନିଷ୍କ୍ରିୟତା ଯୋଗୁ ସମ୍ବଲପୁରରେ ନିୟମିତ ଆପରାଧିକ ମାମଲା ବୃଦ୍ଧି ପାଉଛି। ଗତ ଅଗଷ୍ଟ ୬ ତାରିଖ ବିଳମ୍ବିତ ରାତ୍ରିରେ ସ୍ଥାନୀୟ ବୁଢ଼ାରଜା ପ୍ରଫେସର କଲୋନୀସ୍ଥିତ କ୍ୱାର୍ଟର୍ସ ସଂଖ୍ୟା ୩/୩ ଆରରେ ରହୁଥିବା ବାଜି ଛତ୍ରିଆଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା। ଛତ୍ରିଆଙ୍କ ଘରୁ ଚୋରମାନେ ୨ଟି ସୁନା ହାର, ଗୋଟିଏ ମଙ୍ଗଳସୁତ୍ର, କାନ ଫୁଲ ୨ ହଳ, ରୁପା ପାଉଁଜି ୨ ହଳ, ରୁପାର ଅଣ୍ଟା ଚେନ ୨ଟା, ଏଟିଏମ କାର୍ଡ, ନଗଦ ୪୫ ହଜାର ଟଙ୍କା, ୩ଟି ମୋବାଇଲ ଫୋନ ସମେତ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ।

ଏହି ଘଟଣାରେ ଅଭିଯୋଗ ହେବାରୁ ଅଇଁଠାପାଲି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଚୋରି ସାମଗ୍ରୀ ଜବତ କରିଛି। ଏହା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଶାନ୍ତି ନଗର ଘସିଆପଡା ନିବାସୀ ଆଲୋକ କୁମ୍ଭାର (୨୭) ଓ ରିକି ବେହେରା (୩୨)। ସେମାନଙ୍କ ନିକଟରୁ ଗୋଟିଏ ସୁନା ହାର, ଗୋଟିଏ ସୁନା କାନ ଫୁଲ, ୨ଟି ସୁନା ମାଳି, ୨ଟି ରୁପା ପାଉଁଜି, ୨ଟି ମୋବାଇଲ ଫୋନ ଜବତ ହୋଇଛି। ତଦନ୍ତ ସମୟରେ ସେମାନେ ମେ ମାସ ୩୧ ତାରିଖରେ ଶାନ୍ତି ନଗର ନିବାସୀ ଉମେଶ ଚନ୍ଦ୍ର ନାୟକଙ୍କ ଘରୁ ଚୋରି କରିଥିବା ସ୍ୱୀକାର କରିଥିଲେ। ଉକ୍ତ ଘଟଣାରେ ଚୋରି ହୋଇଥିବା ୨ଟି ସିଲିଂ ଫ୍ୟାନ, ଗୋଟିଏ ମୋଟର ପମ୍ପ, ଗୋଟିଏ ପ୍ରେସର କୁକର ଓ ବିଭିନ୍ନ ପ୍ରକାରର ବାସନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତ ଚାଲାଣ କରାଯାଇଥିବା ଏସଡିପିଏ ତୁଫାନ ବାଗ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button