ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କଣ ସୂଚନା ମିଳିଥାଏ ?

। ସୂଚନା ଅନୁସାରେ ବ୍ୟକ୍ତିର ଜୀବନରେ ଅନେକ ପ୍ରକାର ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ବ୍ୟକ୍ତିର କର୍ମ ଅନୁସାରେ ସେହି ସବୁ ସମସ୍ଯାର ସମୁଖୀନ ହେବା ପାଇଁ ପଡିଥାଏ । ଯେଉଁ ବ୍ୟକ୍ତି ଆଦର୍ଶ ନୀତି ଓ ଅନୁସାରେ ପରିଚାଳିତ ହୋଇଥାଏ । ସେ ତା’ର ଜୀବନରେ ସମସ୍ୟାରେ ପଡିବାର ସମ୍ଭାବନା ବହୁତ କମ୍ ପରିମାଣରେ ଥାଏ । ଆପଣଙ୍କୁ ଆଜି ଏପରି କିଛି ବିଶେଷ କଥା କହିବା ପାଇଁ ଯାଉଅଛୁ । ଏହାର ପାଳନ ଦ୍ଵାରା ଆପଣଙ୍କର ମଙ୍ଗଳ ହେବ ।
ଯେଉଁ ବ୍ୟକ୍ତି ଏଠି ସେଠି ଛେପ ପକାଇବାର ଖରାପ ଅଭ୍ଯାସ ଥାଏ । ସେହି ବ୍ୟକ୍ତି ମାନଙ୍କୁ କେବେ ମଧ୍ୟ ସମ୍ମାନ ପ୍ରାପ୍ତ ହୋଇନଥାଏ । ତେଣୁ ଏଠି ସେଠି ଛେପ ନପକାଇ ଉପଯୁକ୍ତ ସ୍ଥାନରେ ପକାଇବା ଉଚିତ ହୋଇଥାଏ । ଯେଉଁ ମାନଙ୍କର ଖାଇ ସାରିବା ପରେ ଅଇଁଠା ଖାଦ୍ୟ ବାସନରେ ଛାଡିବା ଅଭ୍ଯାସ ଥାଏ ।
ସେହି ବ୍ୟକ୍ତି ମାନଙ୍କର ମିଳିଥିବା ସଫଳତା ମଧ୍ୟ ନଷ୍ଟ ହୋଇଥାଏ କିମ୍ବା ସଫଳତା ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ ।ଯେଉଁ ମାନଙ୍କର ସୂର୍ଯ୍ୟ ଉଦୟ ସମୟରେ, ସୂର୍ଯ୍ୟ ଅସ୍ତ ସମୟରେ କିମ୍ବା ଦିନ ୧୨ ଟାରେ ଖାଇବା, ଶୋଇବା କିମ୍ବା ଝଗଡା କରିବାର ଅଭ୍ଯାସ ଥାଏ । ସେମାନଙ୍କର ଦୁର୍ଭାଗ୍ୟ ଓ ଦରିଦ୍ରତା ବୃଦ୍ଧି ହୋଇଥାଏ ।
ଯେଉଁ ମାନେ ଦାନ୍ତରେ ନଖ ଛିଡାନ୍ତି ଏବଂ ଖାଇସାରିବା ପରେ ଅଇଁଠା ଥାଳିରେ ହାତ ଧୋଇଥାନ୍ତି । ଏହା ସେମାନଙ୍କ ପାଇଁ ଦରିଦ୍ରତାର କାରଣ ହୋଇଥାଏ । ଯେଉଁ ମାନଙ୍କର ଅମାବାସ୍ୟା ଦିନ ମାଂସ ଓ ମଦ ଖାଇବାର ଅଭ୍ଯାସ ଥାଏ । ସେମାନଙ୍କର ଖୁବ ଶୀଘ୍ର ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ଏହା ସହିତ ଦରିଦ୍ରତା ମଧ୍ୟ ବୃଦ୍ଧି ପାଇଥାଏ ।
ଯେଉଁ ପରିବାରରେ ବାହାରୁ ଆସୁଥିବା ଲୋକଙ୍କୁ ସ୍ବଚ୍ଛ ପାଣି ପିଇବା ପାଇଁ ଦିଆଯାଇଥାଏ । ସେ ପରିବାର ପ୍ରତି ରାହୁଙ୍କ ଅଶୁଭ ପ୍ରଭାବ ପଡିନଥାଏ ଓ ପରିବାରର ମଙ୍ଗଳ ହୋଇଥାଏ । ଯେଉଁ ମାନଙ୍କର ମଙ୍ଗଳ ବାର, ଗୁରୁବାର, ଶନିବାର, ଏକାଦଶୀ, ଚତୁର୍ଦଶୀ, ଅମାବାସ୍ୟା ଓ ପୂର୍ଣ୍ଣିମାରେ କେଶ କାଟିବାର ଆଭାସ ଥାଏ । ସେମାନଙ୍କୁ ଘୋର ଦୁଃଖ ଓ ଦରିଦ୍ରତା ପ୍ରାପ୍ତ ହୋଇଥାଏ ।
ଖାଇବା ସମୟରେ ଖାଦ୍ୟ ପଦାର୍ଥରେ ଚୁଟି ବାହାରିଲେ ଏହା ଅମଙ୍ଗଳ ହୋଇଥାଏ । ଏହା ସହିତ ଏହା ରୋଗର କାରଣ ମଧ୍ୟ ହୋଇଥାଏ । ଯେଉଁ ମାନଙ୍କର ବାରମ୍ବାର ଚୁଟି ଛୁଇଂବା କିମ୍ବା ଚୁଟିରେ ହାତ ମାରିବା ଖରାପ ଅଭ୍ଯାସ ଥାଏ । ତେବେ ସେମାନଙ୍କର ବହୁତ ଅମଙ୍ଗଳ ହୋଇଥାଏ । ଯେଉଁ ମହିଳା ଚୁଟି ନବାନ୍ଧି ଖୋଲା କରି ରଖିବାର ଅଭ୍ଯାସ ଥାଏ । ସେମାନଙ୍କ ପାଇଁ ଅଶୁଭ ହୋଇଥାଏ ।