Liver କୁ ମଝବୁତ ବନେଇ ସବୁବେଳେ କିପରି ରଖିବେ ସୁସ୍ଥ ?

। ସୂଚନା ଅନୁସାରେ ଲିଭର ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଯାହାକି ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ କାଢି ଶରୀରକୁ ବିଶୁଦ୍ଧ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଶରୀରର ଅନେକ କାର୍ଯ୍ୟ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ । ଅତ୍ୟଧିକ ମଦ୍ୟପାନ କରିବା ଦ୍ଵାରା କିମ୍ବା ସଠିକ ଖାଦ୍ଯର ସେବନ ନକରିବା ଦ୍ଵାରା ଲିଭର ନିଜକୁ ଡିଟକ୍ସିପାଏ କରିପାରିନଥାଏ । ସେଥିପାଇଁ ଆମ ଶରୀରରେ ଥିବା ଲିଭରକୁ ନିୟମିତ ଭାବେ କ୍ଳିନ କରି ରଖି ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ।
ନିଜ ଖାଦ୍ୟରେ କିଛି ବିଶେଷ ଖାଦ୍ୟର ସେବନ କରିବା ନିହାତି ଉଚିତ । ଲିଭରକୁ ସୁସ୍ଥ ରଖିବା ପ୍ରଥମ ଖାଦ୍ୟ ପଦାର୍ଥ ହେଉଛି ଲେମ୍ବୁ ଯୁକ୍ତ ଗରମ ପାଣି । ଆପଣ ଯଦି ସକାଳୁ ଖାଲି ପେଟରେ ଗରମ ପାଣିରେ ଲେମ୍ବୁ ଚୁପୁଡି ଏହାର ସେବନ କରନ୍ତି । ତେବେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ସବୁ ସଫା ହୋଇ ବାହାରି ଆସିଥାଏ । ଏହା ଦ୍ଵାରା ଗରମ ପାଣିରେ ଲେମ୍ବୁ ଚୁପୁଡି ସେବନ ଦ୍ଵାରା ଲିଭର କାର୍ଯ୍ୟ କରିବାର ଦକ୍ଷତା ଅଧିକ ବଢିଯାଇଥାଏ ।
ମ ସୃଷ୍ଟି କରିବାର ପାୱାର ବଢିଯାଇଥାଏ । ଦିତୀୟରେ ନିଜ ଖାଦ୍ଯରେ ଗାଢ ରଙ୍ଗର ସବୁଜ ପରିବା ଓ ପତ୍ର ଯୁକ୍ତ ପରିବାର ସେବନ କରିବା ନିହାତି ଦରକାର ହୋଇଥାଏ ଏହି ପରିବାରେ ଆଣ୍ଟି ଅକ୍ସିଡେଣ୍ଟ ଅଧିକ ପରିମାଣରେ ରହିଥାଏ । ଏଥିରେ ଆପଣ ବ୍ରୋକଲି, ପାଳଙ୍ଗ, ମୂଳା ଏହି ସବୁ ପରିବବା ଆପଣ ରୋଷେଇ କରି କିମ୍ବା ସ୍ଯାଲାଡ କରି ମଧ୍ୟ ଖାଇପାରିବେ ।
ଏହା ଲିଭରକୁ ସୁସ୍ଥ ରଖିବାକୁ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ । ଲିଭରକୁ ସୁସ୍ଥ ରଖିବାରେ ସବୁଠାରୁ ହେଲଦି ପରିବା ହେଉଛି ବିଟ୍ । ଏହା ମଧ୍ୟରେ ଏତେ ଅଧିକ ପରିମାଣରେ ଆଣ୍ଟି ଅକ୍ଷିଡେଣ୍ଟ ଥାଏ । ଯାହା ଲିଭରର ପ୍ରତ୍ଯେକ ସେଲ୍କୁ ସୁସ୍ଥ କରି ରଖିଥାଏ । ଲିଭରରେ ଥିବା ଫାଟି ଏସିଡକୁ ମଧ୍ୟ ଧୀରେ ଧୀରେ ଘଟାଇଥାଏ । ଲିଭରରୁ ବିଷାକ୍ତ ପଦାର୍ଥ କାଢି ସଂପୂର୍ଣ୍ଣ ଭାବରେ ହେଲଦି ରଖିଥାଏ ।
ଆପଣ ଏହାକୁ ରୋଷେଇ କରି କିମ୍ବା ସ୍ଯାଲାଡ କରି ଖାଇପାରିବେ । ଏହା ସହିତ ବିଟ୍ ର ଜୁଷ କରି ସେବନ କରିବାରେ ଏହାର ପ୍ରଭାବ ଲିଭର ଉପରେ ବହୁତ ଭଲ ପଡିଥାଏ । ଏହି ଜୁଷରେ ଆପଣ ଅଁଳା, ଗାଜର ଓ ପୋଦିନା ପକାଇ ଦେବେ । ତେବେ ଏହାର ଗୁଣାବଳୀ ଅଧିକ ବଢିଯିବ । ଲିଭରକୁ ସୁସ୍ଥ ରଖିବାରେ ସବୁଠାରୁ ଭଲ ଖାଦ୍ୟ ପଦାର୍ଥ ହେଉଛି ମିଲ୍କ ଥିସିଲ (milk thistle) । ଏହା ଏକ ଫୁଲ ହୋଇଥାଏ ।