ଦେଶ- ବିଦେଶ

20 ଏପ୍ରିଲ ସୂର୍ଯ୍ୟ ପରାଗ ରେ 8ଟି ରାଶିର ବଦଳିବ ଭାଗ୍ୟ, 4ଟି ରାଶିର ହେବ ଭୟଙ୍କର କ୍ଷତି…. ଦେଖନ୍ତୁ ଆପଣଙ୍କ ରାଶିର କଣ ଅଛି

ବନ୍ଧୁଗଣ ଚଳିତ ବର୍ଷ ଏପ୍ରିଲ 20 ତାରିଖ ଅର୍ଥାତ ରୁକ୍ମଣୀ ଅମାବାସ୍ୟାରେ ବର୍ଷ 2023 ର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ସମୟକୁ ଅଶୁଭ ସମୟ କୁହାଯାଏ । କାରଣ ଏହି ସମୟରେ ସୂର୍ଯ୍ୟ ଠାରୁ ବାହାରୁଥିବା ରଶ୍ମୀ ସିଧା ସଳଖ ପୃଥିବୀ ପ୍ରୁଷ୍ଠରେ ପଡିପାରେ ନାହି । ଏହି ସମୟରେ ନେଗେଟିଭ ଶକ୍ତି ଜାଗୃତ ହୋଇଥାନ୍ତି ।

ଏହି ସମୟରେ କେତେକ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ଆଜି ଆମେ ଜାଣିବା ସୂର୍ଯ୍ୟପରାଗର ଗ୍ରାସ ସମୟ, ସମୟ ସୀମା, ହାଣ୍ଡିଛାଡର ସମୟ, ଶୁଭ ଅଶୁଭ ରାଶି ଏବଂ ଗର୍ଭବତୀ ମହିଳା ଏହି ସମୟରେ କଣ କରିବେ କଣ ନାହି । ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଓ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଏ । ଏହି ସମୟକୁ ସୁତକ ସମୟ କୁହାଯାଏ ।

ଏହି ସମୟରେ ଖାଦ୍ଯ ଗ୍ରହଣ କରିବାକୁ ବାରଣ କରାଯାଇଛି । କାରଣ ଗ୍ରହଣ ଲାଗିବା ସମୟରେ ଖାଦ୍ୟ ପେଟରେ ନ ରହିବା ଭଲ । ଏହି ସୂର୍ଯ୍ୟପରାଗ ଲାଗିବାର ସମୟ 20 ଏପ୍ରିଲ ସକାଳ 7:04 ରୁ ଦିନ 12:29 ମିନିଟରେ ସମାପ୍ତ ହେବ । ଏହି ପରାଗ ମହାକାଶରେ ପ୍ରାୟ 5 ଘଣ୍ଟା 25 ମିନିଟ ଯାଏଁ ଲାଗିବ । ଏହି ପରାଗ ଅଷ୍ଟ୍ରେଲିୟା, ଦକ୍ଷିଣ ଆଫ୍ରିକା, ଆଣ୍ଟଲାଟିକ ସମେତ ପାଶ୍ଚାତ୍ୟ ଦେଶ ମାନଙ୍କରେ ଦୃଶ୍ୟମାନ ହେବ ।

ଏହା ଓଡିଶାରେ ପାଳନ ହେବ ନାହି । ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ସତର୍କ ରହିବାକୁ ହେବ । ସୂର୍ଯ୍ୟପରାଗ ଦେଖିବା ମନା ଗର୍ଭବତୀ ମହିଳାଙ୍କୁ । ପରାଗ କାରଣରୁ ଗ୍ରହ ଓ ନକ୍ଷତ୍ରରେ ସ୍ଥାନରେ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବା ବେଳେ ଆଉ କିଛି ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ସେହି ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, ମୀନ ରାଶି । ଅନ୍ୟ ରଶିଙ୍କ ଉପରେ ପରାଗର ଯଥେଷ୍ଟ ଅଶୁଭ ପ୍ରଭାବ ପଡିବାକୁ ଯାଉଛି । ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ଭଗବାନଙ୍କ ନାମ ଜପ କରନ୍ତୁ । ପରାଗ ଲାଗିଥିବା ସମୟରେ ଖାଦ୍ଯ ତିଆରି କରିବା ଅଶୁଭ ହୋଇଥାଏ । ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ଯ ଅଶୁଦ୍ଧ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button