ଗର୍ଭାବସ୍ଥାରେ କେମିତି ନେବେ ଯତ୍ନ ? ଜାଣନ୍ତୁ କଣ କରିବେ ଓ କଣ କରିବେ ନାହିଁ

। ଯେତେବେଳେ ଏକ ନାରୀ ଟି ଗର୍ଭ ଧାରଣ କରେ ସେତେବେଳେ ଯେତିକି ଖୁସି ନାରୀ ଟିକୁ ହୋଇଥାଏ ସେତିକି ଖୁସି ସମସ୍ତ ପରିବାରର ଲୋକ ଙ୍କୁ ମଧ୍ୟ ହୋଇଥାଏ । ଏହି ସମୟରେ ଗର୍ଭ ଧାରଣ କରିଥିବା ନାରୀ ଟିର ଭଲ ଭାବରେ ଯତ୍ନ ନେବା ମଧ୍ୟ ଉଚିତ । ପ୍ରଶ୍ନ ଆସିଥାଏ କି ଗର୍ଭବତୀ ଅଛନ୍ତି ବୋଲି ଜାଣିବେ କିପରି ? ଋତୁଚକ୍ର ଯେଉଁ ଦିନ ହେବା କଥା ସେହି ଦିନ ନ ହୋଇ ଯଦି ଏକ ସପ୍ତାହ ରୁ ଅଧିକ ସମୟ ଗାଡି ଯାଉଛି, ତେବେ ଆପଣ କାର୍ଡ ଦ୍ଵାରା ଘରେ ଟେଷ୍ଟ କରି ପାରନ୍ତି ।
ଯଦି ଆପଣ ଙ୍କର ରେଜଲ୍ଟ ପଜେଟିଭ ଆସୁଛି, ତେବେ ଶୀଘ୍ର ଯାଇ ଡକ୍ଟର ଙ୍କ ନିକଟ କୁ ଯାଇ ନିଜର ଭଲ ଭାବରେ ଚେକ ଅପ କରାନ୍ତୁ । ଏକ ଶିଶୁ ଜନ୍ମ ହେବ ପାଇଁ ମା’ର ଯତ୍ନ ନିହାତି ଦରକାର । ତେବେ ଆସନ୍ତୁ ଜାଣିବା ବିଶିଷ୍ଟ ସ୍ତ୍ରୀ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କଣ କହୁଛନ୍ତି ?
ପ୍ରଥମେ ଏକ ନାରୀ ତି ଗର୍ଭ ଧାରଣ କରିଥିବା ସମୟ ରେ ନିୟମିତ ଭାବରେ ଡାକ୍ତର ଙ୍କ ସହ ପରାମର୍ଶ ନିହାତି କରିବା ଆବଶ୍ୟକ । ଏହି ସମୟରେ ନାରୀ ମାନଙ୍କୁ କେବେ ମଧ୍ୟ କୌଣସି ଏପଟ ସେପଟ ଔଷଧ ଆଦି ନେବା ଉଚିତ ହୋଇ ନଥାଏ । ନିଜର ଉଚିତ ଯତ୍ନ ନେବା ଉଚିତ ।
ଉଠିଲା ପରେ ଅନେକ ଥର ବାନ୍ତି ଲାଗିବା, ଖାଇବା ଦେଖୁ ଦେଖୁ ଓକାର ଆସିବା, ଖାଇବାକୁ ଇଛା ନ ହେବା । ବା ଛାତି ରେ ଜ୍ଵଳା ପୋଡା ମଧ୍ୟ ଅନୁଭବ ହୋଇଥାଏ । ଏହି ସମୟରେ ଡାଃ ଅଳ୍ପ କିଛି ଔଷଧ ଦେଇଥାନ୍ତି । କିନ୍ତୁ ଔଷଧ କୁ ଛାଡି ଆପଣଙ୍କୁ ମଧ୍ୟ ଅନ୍ୟ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଯେପରି କି ପାଣି ପ୍ରଚୁର ମାତ୍ରାରେ ସେବନ କରିବେ ।
ଖାଇବା ର ମାତ୍ରା କମ କରିବେ । ଅଳ୍ପ ଅଳ୍ପ କରି ଅଧିକ ଥର ଖାଇ ପାରନ୍ତି । କିନ୍ତୁ କୌଣସି ପ୍ରକାରର ବାହାର ଖାଦ୍ୟ ଖାଇବା ଉଚିତ ହୋଇ ନଥାଏ । ଘରେ ପ୍ରସ୍ତୁତ ଖାଦ୍ୟର ସେବନ କରିବା ଉଚିତ । ପାଣି ଅଧିକ ପିଇବା ଉଚିତ । କିନ୍ତୁ ଖାଲି ପେଟ ରେ ପାଣି ପିଇବା ଉଚିତ ହୋଇ ନଥାଏ ।
ତାହାଛଡା ଏହି ସମୟରେ ଶରୀରରେ ବିଭିନ୍ନ ପ୍ରକାରର ହରମୋନଲ ଚେଞ୍ଜ ସବୁ ଦେଖା ଯାଇଥାଏ । ଯାହା କାରଣରୁ ଚିଡ ଚିଡା ମଧ୍ୟ ଲାଗିଥାଏ । ତେଣୁ ଏହି ସମୟରେ ଅଧିକ ଶାରୀରିକ ପରିଶ୍ରମ ନ କରି ଅଧିକ ରୁ ଅଧିକ ବିଶ୍ରାମ କରିବା ଉଚିତ । ଅନେକ ଥର ୟୁରିନ ଇନଫେକ୍ଶନ ଆଦି ହେବାର ମଧ୍ୟ ଦେଖା ଯାଇଥାଏ, ବା ରାତିରେ ନିଦ ମଧ୍ୟ ଠିକ ଭାବରେ ହୋଇ ନଥାଏ । ତେଣୁ ଡକ୍ଟର ଙ୍କ ସହ ଯାଇ ଦେଖାକରି ଯାଞ୍ଚ କରାଇବା ଉଚିତ ।