କେବଳ ୫ ମିନିଟରେ ଥଣ୍ଡା, କାଶ ଓ କଫରୁ ପାଆନ୍ତୁ ଆରାମ, ବାସ ଏହାକୁ ବନେଇ ପିଇ ନିଅନ୍ତୁ…ସବୁ କିଛି ଗାୟବ ହେଇଯିବ

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଘରୋଇ ଉପଚାର ଯାହାକୁ ଆପଣ ବ୍ୟବହାର କରି ବହୁ ପୁରୁଣା ରୁ ପୁରୁଣା ଥଣ୍ଡା କଫ ସମସ୍ୟା ରୁ ମୁକ୍ତ ହୋଇ ପାରିବେ । ଥଣ୍ଡା, କଫ ବାତ ଏକ ଏଭଳି ସମସ୍ଯା ଯାହାକି ଆଜିକାଲି ଛୋଟ ରୁ ବଡ ସାଧାରଣତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଏହାର କାରଣ ହେଉଛି ବର୍ତ୍ତମାନ ର ପାଗ । ସେଥିରେ ପୁଣି ଆଗକୁ ଶୀତ ଦିନ ମାଡି ଆସୁଅଛି ।
ସେଥିପାଇଁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏକ ଏପରି ଉପଚାର ଯାହାକୁ ଆପଣ ଅତି ସହଜ ଓ ସୁବିଧାରେ ଘରେ ପ୍ରସ୍ତୁତ କରି ନିଜ ଶରୀରକୁ ରୋଗ ମୁକ୍ତ କରି ପାରିବେ । ତାହାଛଡା ଏହାର ସେବନ ଦ୍ଵାରା ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ ।
ତାହାଛଡା ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କୌଣସି ଅଧିକ ଜିନିଷ ର ମଧ୍ୟ ଆବଶ୍ୟକ ପଡିବ ନାହିଁ । ସମସ୍ତ ସମଗ୍ରୀ ଆପଣ ଙ୍କୁ ନିଜର ଘରେ ହିଁ ଅତି ସହଜରେ ମିଳିଯିବ । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଫୁଲ ଲାଗିଥିବା 4 ଟି ଲବଙ୍ଗ ନିଅନ୍ତୁ । ତାହାସହ ପାଖାପାଖି 15 ଟି ଗୋଲମରୀଚ ନିଅନ୍ତୁ ।
ଏହାକୁ ଏକ ଶୁଖିଲା ତାୱା କିମ୍ବା କଢେଇ ରେ କିଛି ସମୟ ହାଲ୍କା ଭାଜି ଗୁଣ୍ଡ କରି ଦିଅନ୍ତୁ । ଏହି ଗୁଣ୍ଡକୁ ଏକ ପାତ୍ର ରେ ନେଇ ସେହି ଗୁଣ୍ଡରେ ଦୁଇ ଚାମଚ ମହୁ ମିଶାଇ ଭଲ ଭାବରେ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବନ୍ଧୁଗଣ ଏହାର ସେବନ ଯଦି କୌଣସି ବଡ ମଣିଷ କରୁଛନ୍ତି, ତେବେ ଏହି ମିଶ୍ରଣ ରୁ ଏକ ଚାମଚ ସେବନ କରନ୍ତୁ । ଯଦି ବାର ବର୍ଷରୁ ବଡ ପିଲା ମାନେ ଏହାକୁ ସେବନ କରୁଛନ୍ତି, ତେବେ ଏହାର ଅଧା ଚାମଚ ସେବନ କରନ୍ତୁ ।
ଅତି ଛୋଟ ପିଲା ମାନଙ୍କୁ ଯଦି ଆପଣ ଏହି ଉପଚାର ଟିକୁ ଦେଉଛନ୍ତି, ତେବେ ଆପଣ ଏହି ମିଶ୍ରଣ କୁ ଅଙ୍ଗୁଠିରେ ମାତ୍ର କିଛି ବୁଡାଇ ନେଇ ସେମାନଙ୍କ ଜିଭ ରେ ଲଗାଇ ଦିଅନ୍ତୁ । କିନ୍ତୁ ମନେରଖନ୍ତୁ, ଏହାର ସେବନ ପରେ କେବେ ମଧ୍ୟ ଭୁଲରେ ପାଣି କିମ୍ବା ଅନ୍ୟ କିଛି ସେବନ କରନ୍ତୁ ନାହିଁ । ଏହାକୁ ଆପଣ ରାତିରେ ଶୋଇବା ସମୟରେ ସେବନ କରନ୍ତୁ ।