ଦେଶ- ବିଦେଶ

ହକି ମାଟିରେ ମହାନାୟକ ପିଲ୍ଲେ: ‘ଭାରତୀୟ ହକିର ପୁନରୁତ୍‌ଥାନ ପଛରେ ଓଡ଼ିଶା’

ଲେଫ୍ରିପଡ଼ା/ରାଉରକେଲା: ସୁନ୍ଦରଗଡ଼ ହେଉଛି ହକିର ଗଡ଼। ଭାରତୀୟ ହକିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ସୁନ୍ଦରଗଡ଼ ଓତଃପ୍ରୋତ ଭାବେ ଜଡ଼ିତ। ତେଣୁ ସୁନ୍ଦରଗଡ଼କୁ ଆସି ମୁଁ ବହୁତ ଖୁସି ବୋଲି କହିଛନ୍ତି ଦେଶର କିଂବଦନ୍ତୀ ହକି ଖେଳାଳି ଧନରାଜ ପିଲ୍ଲେ। ବୁଧବାର ହକି ମାଟି ସୁନ୍ଦରଗଡ଼ରେ ପହଞ୍ଚିଥିଲେ ହକି ମହାନାୟକ ଧନରାଜ। ଅବସର ଥିଲା ଜବାହାର ନବୋଦୟ ବିଦ୍ୟାଳୟ ଜିଙ୍କ୍ ନଗରରେ ଅନ୍ତଃକ୍ଷେତ୍ରୀୟ ବିଦ୍ୟାଳୟ ହକି ପ୍ରତିଯୋଗିତା।

ପ୍ରତିଯୋଗିତାରେ ଭୋପାଲ୍, ପାଟ୍ନା, ହାଇଦ୍ରାବାଦ, ଚଣ୍ଡିଗଡ଼, ଜୟପୁର, ପୁନେ, ଲକ୍ଷ୍ନୌ ଆଦି ୭ଟି କ୍ଷେତ୍ର (ରିଜିଅନ୍) ଭାଗ ନେଇଥିଲେ। ବାଳିକାରେ ଭୋପାଲ ଓ ବାଳକରେ ପାଟ୍ନା ରିଜିଅନ୍ ବିଜେତା ହୋଇ ଧନରାଜଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ବୁଧବାର ମଧ୍ୟାହ୍ନରେ ଧନରାଜ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ଅପରାହ୍ନରେ ପ୍ରତିଯୋଗିତା ହେଉଥିବା ସୁନ୍ଦରଗଡ଼ ଜିଲ୍ଲାର ଯୋଗୀମାଲ ହକି ଟର୍ଫରେ ପହଞ୍ଚିଥିଲେ। ସେଠାରେ କିଛି ମ୍ୟାଚ୍ ଦେଖିବା ପରେ ପ୍ରତିଯୋଗିତାର ଆୟୋଜକ ଜବାହାର ନବୋଦୟ ବିଦ୍ୟାଳୟରେ ପୁରସ୍କାର ବିତରଣ କରିଥିଲେ। ସାଧାରଣତଃ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ଧନରାଜ ହକି ମାଟି ସୁନ୍ଦରଗଡ଼କୁ ଆସିବାରୁ ନିଜକୁ ରୋକିପାରି ନଥିବା ଭାଷଣରେ କହିଥିଲେ। ବର୍ତ୍ତମାନ ଭାରତୀୟ ହକି ପ୍ରତି ଓଡ଼ିଶାର ଅବଦାନ ଓ ବିଶେଷ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗକୁ ପ୍ରଶଂସା କରିବାକୁ ଭୁଲି ନଥିଲେ ପିଲ୍ଲେ। ଭାରତୀୟ ହକିର ପୁନରୁତ୍ଥାନ ପଛରେ ଓଡ଼ିଶାର ଭୂମିକା ଅତୁଳନୀୟ ବୋଲି କହିଥିଲେ। ନିଜ ବକ୍ତବ୍ୟରେ ଦିଲୀପ ତିର୍କି, ଲାଜାରୁସ୍ ବାର୍ଲାଙ୍କଠାରୁ ଆରମ୍ଭ କରି ଅମିତ ରୋହିଦାସଙ୍କ ପର୍ଯ୍ୟନ୍ତ ଓଡ଼ିଶାର ସବୁ ହକି ଖେଳାଳିଙ୍କୁ ମନେ ପକାଇଥିଲେ। ସେ ପିଲାଙ୍କ ସହ ମିଶିଥିଲେ, ଫଟୋ ଉଠାଇଥିଲେ ଓ ଅଟୋଗ୍ରାଫ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button