ସୋନିଆ, ଜେପି ନଡ୍ଡା ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ – Kalinga News

[ad_1]
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ବିଜେପି ସଭାପତି ଜେପି ନଡ୍ଡା ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନଡ୍ଡା ଏବଂ ବିଜେପିର ଅନ୍ୟ ୩ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ୭୭ ବର୍ଷୀୟା ସୋନିଆ ଗତ ଫେବ୍ରୁଆରି ୧୪ରେ ଜୟପୁରରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସ୍ବାସ୍ଥ୍ୟଗତ କାରଣ ପାଇଁ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ି ପାରିବେନି ବୋଲି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଆସନ୍ତା ଏପ୍ରିଲରେ ଏହି ଆସନ ଖାଲି ପଡ଼ିବ। ସୋନିଆ ଏହି ଆସନ ପୂରଣ କରିବେ। ରାଜ୍ୟସଭା ସଦସ୍ୟ ଭୂପେନ୍ଦ୍ର ଯାଦବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ରେ ଶେଷ ହେବ। ଅନ୍ୟପକ୍ଷେ ବିଜେପିର କିରୋଡି ଲାଲ୍ ମୀନା ଗତ ଡିସେମ୍ବରରେ ବିଧାୟକ ନିର୍ବାାଚିତ ହେବାପରେ ଗୃହରୁ ଇସ୍ତଫା ଦେଇଥିଲେ। ୨୦୦୪ରୁ ସୋନିଆ ରାଏବରେଲି ଲୋକସଭା ଆସନକୁ ପ୍ରତିନିଧିତ୍ବ କରି ଆସୁଛନ୍ତି। ସେ ଆଗାମୀ ଲୋକସଭା ନିର୍ବାବଚନ ଲଢ଼ିବେନି। ୧୯୯୯ରେ ସେ ପ୍ରଥମ ଥର ପାଇଁ ବେଲ୍ଲାରିରେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେଇଥିଲେ।
[ad_2]




