ରାଜ୍ୟ

ଭିଜିଲାନ୍ସ ହାବୁଡ଼ରେ ବାରିପଦା ଟାଉନ୍ ଥାନା ASI, ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ବାରିପଦା ୩୧।୮: ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସ୍ଆଇ ରାମଚନ୍ଦ୍ର ସୋରେନ୍ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ବାରିପଦା ଭିଜିଲାନ୍ସ ବିଭାଗ । ବାରିପଦା ଭିଜିଲାନ୍ସ ଆଡିସନାଲ ଏସ୍ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଏଏସ୍ଆଇଙ୍କୁ ଧରିଥିବା ଜଣାପଡିଛି । ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଠାରୁ ଏକ ମାମଲାରୁ ନାମ କାଟିବା ଲାଗି ଏଏସ୍ଆଇ ଲାଞ୍ଚ ନେଉଥିଲେ ।

ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସମ୍ମୁଖରେ ଟଙ୍କା ନେଉଥିଲେ ।

ସୂଚନାଯୋଗ୍ୟ ଯେ, ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ଅଭିଯୋଗକାରୀଙ୍କ କକା ଓ ଖୁଡି ସେମାନଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଏକ ମିଥ୍ୟା ମାମଲା କରିଥିଲେ । ଦୀର୍ଘ ମାସ ପରେ ହଠାତ ASI ରାମଚନ୍ଦ୍ର ସୋରେନ୍ ତାଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ ହଜାର ଟଙ୍କା ମାଗିଥିଲେ । ପରେ ଭିଜିଲାନ୍ସକୁ ଖବର ଦେଇ ଆଜି ଶୁଭ୍ରାଂଶୁ ସମ୍ପୃକ୍ତ ASIଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ASI ରାମଚନ୍ଦ୍ର ସୋରେନ୍ଙ୍କୁ ଧରିଥିଲା । ପରେ ତାଙ୍କ ଅଫିସ ସହିତ ଘରେ ମଧ୍ୟ ତନାଘନା କରୁଛି ଭିଜିଲାନ୍ସ ।

:

Related Articles

Leave a Reply

Your email address will not be published. Required fields are marked *

Back to top button