ଦେଶ- ବିଦେଶ

ମେଦ ବହୁଳତା ବା ମୋଟାପା (Obesity) ପାଇଁ ଚିନ୍ତିତ ଅଛନ୍ତି କି ? କେମିତି କମିବ ଓଜନ ?

ସୂଚନା ଅନୁସାରେ ଅଧିକାଂଶ ଲୋକଙ୍କର ମେଦ ବହୁଳତା ଭଳି ସମସ୍ଯା ରହୁଅଛି । ପେଟରେ ଚର୍ବି ବଢିବା ତଥା ସଂପୂର୍ଣ୍ଣ ଶରୀରରେ ମୋଟାପଣ ଅଧିକ ମାତ୍ରାରେ ବଢିଯିବାକୁ ମେଦ ବହୁଳତା କୁହାଯାଇଥାଏ । ଯେଉଁ ଲୋକଙ୍କର ମେଦ ବହୁଳ ରହିଥାଏ । ସେମାନେ ଆଗକୁ ଯାଇ ଶରୀର ଜନିତ ଅନେକ ସମସ୍ଯାର ସାମ୍ନା କରିବା ପାଇଁ ପଡିଥାଏ । ଶରୀରରେ ଅଯଥା ମୋଟାପଣ ବଢିବା ପାଇଁ ଅନେକ କାରଣ ମୁଖତଃ ଦାୟୀ ରହିଥାଏ ।

 

ପ୍ରଥମେ ଲୋକ ମାନଙ୍କର ଆଗ ଅପେକ୍ଷା ଶାରୀରିକ ପରିଶ୍ରମ କମିଯାଉଛି । ଯାହା କାରଣରୁ ଶରୀରରେ ଚର୍ବି ବୃଦ୍ଧି ପାଉଛି । ପ୍ରାୟତଃ ଲୋକ ମାନେ ଗୋଟିଏ ସ୍ଥାନରେ ବସି ବହୁତ ସମୟ ପର୍ଯ୍ୟନ୍ତ କାମ କରୁଛନ୍ତି । କାମ କରୁଥିବା ସମୟରେ ଅଧିକ ଚଲାବୁଲା କରୁନାହାନ୍ତି । ଏହା ସହିତ ଏପରି କିଛି ଖାଦ୍ୟ ଅଛି, ଯାହା ମଧ୍ୟ ମେଦ ବହୁଳ କରିବାର ଅନ୍ୟ ଏକ ପ୍ରମୁଖ କାରଣ ହୋଇଥାଏ ।

ଲୋକ ମାନେ ନିଜର ଖାଦ୍ୟକୁ ସ୍ଵାଦିଷ୍ଟ କରିବା ପାଇଁ ବାହାର ଫାଷ୍ଟଫୁଡ ଓ ଜଙ୍କ ଫୁଡ ଉପରେ ଅଧିକ ନିର୍ଭର କରୁଛନ୍ତି । ମଇଦା, ତେଲ, ମସଲା ଓ ମିଠା ଏହି ସବୁ ସାମଗ୍ରୀ ଶରୀରରେ ଚର୍ବି ବଢାଇବା ପାଇଁ ଅନେକ ମାତ୍ରାରେ ଦାୟୀ ରହିଥାଏ । ଆଜିକାଲିର ପିଲା ମାନେ ପାଠ ପଢୁଥିବା ପିଲା ମାନେ ସ୍କୁଲରୁ ଆସିଲା ପରେ ଖେଳ କୁଦ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି ।

 

ମୋବାଇଲରେ ଗେମ୍ ବହୁତ ସମୟ ପର୍ଯ୍ୟନ୍ତ ବସି ଦେଖୁଛନ୍ତି । ଯାହା ଦ୍ଵାରା ତାଙ୍କର ଫିଜିକାଲ ଏକ୍ସରସାଇଜ କିଛି ହୋଇପାରୁନାହିଁ । ମେଦ ବହୁଳତା କମାଇବାକୁ ଚାହୁଁଥିଲେ । ମୁଖତଃ ୨ ଟି ଜିନିଷ ଉପରେ ଫୋକୋଷ କରିବାକୁ ପଡିଥାଏ । ପ୍ରଥମେ ଖାଦ୍ୟ ଉପରେ ସଂଯମତା ଓ ଅନ୍ୟଟି ହେଉଛି ଏକ୍ସରସାଇଜ । ଯେଉଁ ଲୋକ ମାନେ ନିଜର ଉଚତା ଓ ଶରୀର ସାଇଜ ଅନୁସାରେ ନିଜକୁ ସନ୍ତୁଳିତ କରି ରଖିପାରନ୍ତି ।

ସେମାନଙ୍କ କ୍ଷେତ୍ରରେ ମୋଟାପଣ ଆସିନଥାଏ । ମେଦ ବହୁଳତା ଲୋକ ମାନଙ୍କୁ କେତେକ ଭାଗରେ ବିଭକ୍ତ କରାଯାଇଛି । ଅଳ୍ପ ମୋଟାପଣର ଶିକାର ଲୋକ ମାନେ ଯଦି ପ୍ରତିଦିନ ରନିଙ୍ଗ ଓ ଏକ୍ସରସାଇଜ କରିବେ । ସେମାନେ ଧୀରେ ଧୀରେ କରି ଶରୀରରୁ ଚର୍ବି କମାଇ ପତଳା ହୋଇପାରିବେ । ପ୍ରଥମେ ପ୍ରଥମେ ଅଳ୍ପ ସମୟ ଏକ୍ସରସାଇଜ କରି ଧୀରେ ଧୀରେ କରି ଏକ୍ଷସରସାଇଜ ଅଧିକ ସମୟ ପର୍ଯ୍ୟନ୍ତ କରିବାକୁ ଚେଷ୍ଟା କରନ୍ତୁ ।

 

ଯଦି ଯେଉଁ ଲୋକ ମାନଙ୍କର ଅଧିକ ଚର୍ବି ବଢିଯାଇଛି । ସେମାନେ କେବଳ ଖାଦ୍ୟ ଓ ଏକ୍ସରସାଇଜ ଦ୍ଵାରା ଚର୍ବି କମାଇ ପାରିବେ ନାହିଁ । ଏଥିପାଇଁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କରି ସର୍ଜରୀ କରି ଶରୀରର ଚର୍ବି ଦୂର କରି ମୋଟାପଣ କମାଇପରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button