ଦେଶ- ବିଦେଶ

ଋତୁଶ୍ରାବରେ ଅନିୟମିତତା (Irregular Periods) କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ସୂଚନା ଅନୁସାରେ ପ୍ରତ୍ଯେକ ନାରୀ ନିଜ ସ୍ଵାସ୍ଥ ପ୍ରତି ଯତ୍ନଶୀଳ ହେବା ଉଚିତ । କାରଣ ସ୍ଵାସ୍ଥ ହିଁ ଆମର ସମ୍ପଦ ଅଟେ । ନାରୀ ମାନଙ୍କର ମାସକୁ ମାସ ଋତୁସ୍ରାବ ହେବା ଏକ ସାଧାରଣ ପ୍ରକ୍ରିୟା ଅଟେ । ଯଦି ଋତୁସ୍ରାବ ବା ପିରିଅଡ୍ ରେ ଅନିୟମିତତା ଦେଖାଯାଇଥାଏ । ତେବେ ଏହା ଆଗକୁ ଯାଇ ମହିଳା ମାନଙ୍କର ବନ୍ଧ୍ୟାଦୋଷ ସୃଷ୍ଟି କରିବାରେ ବଡ ଭୂମିକା ନେଇଥାଏ । ଆଜି ଆପଣ ପିରିଅଡ୍ ରେ ଅନିୟମିତତା ଓ ଏହାର ଚିକିତ୍ସା ବିଷୟରେ ଜାଣିବାକୁ ପାଇବେ ।

 

ପିରିଅଡ୍ ରେ ଅନିୟମିତତା ଦେଖାଯିବାର ଅନେକ କାରଣ ରହିଛି । ମୁଖ୍ୟତଃ PCOS ପଲିଷ୍ଟିକ ଓଭାରୀ ସିଣ୍ଡ୍ରୋମ କାରଣ ଯୋଗୁ ଝିଅ ମାନଙ୍କ ଠାରେ ପିରିଅଡ୍ ଇରେଗୁଲାର ହେବାର ଦେଖାଯାଇଥାଏ । ଏହା ଯୋଗୁ ଓଭାରୀରେ ଛୋଟ ଛୋଟ ଶିଷ୍ଟ ହୋଇଯାଇଥାଏ । ଯାହା ଫଳରେ ଅଣ୍ଡା ଠିକ ସମୟରେ ରିଲିଜ ହୋଇପାରିନଥାଏ । ଏହା ସହିତ ଅଣ୍ଡା ଗୁଡିକ ଠିକ ଭାବେ ମାଚ୍ଯୁରୀଟି ମଧ୍ୟ ପାଇନଥାନ୍ତି ।

ଏଥିରେ ହରମୋନର ଶରୀରରେ ଅସନ୍ତୁଳିତ ହୋଇଥାଏ । ଯାହା ଯୋଗୁ ମହିଳା ମାନଙ୍କର ଥାଇରଏଡ୍, ପ୍ରୋଲାକ୍ଟିନ ବା ବହୁତ ଝିଅଙ୍କର ଅଳ୍ପ ବର୍ଷ ବୟସରୁ ଡାଇବେଟିସ ହୋଇଯାଉଛି । ଏପରି କିଛି ଶରୀରର ରୋଗ ରହିଥିଲେ । ତେବେ ପିରିଅଡ୍ ଇରେଗୁଲାର ହୋଇଥାଏ । ବୟସ ବଢିବା ସହ ପଲିଷ୍ଟିକ ଓଭାରୀ ସିନ୍ଡ୍ରୋମ ସମସ୍ଯା ବଢିଥାଏ ।

 

ଯେଉଁ ମହିଳା ମାନଙ୍କର ଏହି ସମସ୍ଯା ଆଗାମୀ ସମୟରେ ବଢିଥାଏ । ସେମାନଙ୍କର ପିଲାପିଲି ହେବାରେ ଅନେକ ଅସୁବିଧା ସୃଷ୍ଟି କରିଥାଏ । ପଲିଷ୍ଟିକ ଓଭାରୀ ଡିଜିଜ୍ ହେବାର କାରଣ ମଧ୍ୟ ରହିଅଛି । ଯେଉଁ ମାନେ ଖାଦ୍ୟ ପ୍ରତି ସଚେତନ ହେଉନାହାନ୍ତି । ଖାଇବା ପାଇଁ ଅଧିକ ଫାଷ୍ଟଫୁଡ ଓ ଜଙ୍କଫୁଡ ଉପରେ ଅଧିକ ନିର୍ଭର କରୁଛନ୍ତି । ଏହା ସହିତ ଫିଜିକାଲ ଏକ୍ସରସାଇଜ କରୁନାହାନ୍ତି ।

ଏମାନଙ୍କ କ୍ଷେତ୍ରରେ ପଲିଷ୍ଟିକ ଓଭାରୀ ଡିଜିଜ୍ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହି ରୋଗ ରହିଥିଲେ ବହୁ ଝିଅଙ୍କ କ୍ଷେତ୍ରରେ ଅଧିକ ମୋଟାପଣ ଆସିଯାଇଥାଏ । ମୁହଁରେ ବ୍ରଣ ବାହାରିଥାଏ । ସେହି ଝିଅ ମାନେ ଯଦି ନିଜର ଦୈନଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏକ ସୁସ୍ଥ ଜୀବନଶୈଳୀ ମେଣ୍ଟେନ କରିବେ । ତେବେ ସେମାନଙ୍କ ପିରିଅଡ୍ କୁ ନେଇ ସମସ୍ଯା ଦୂର ହୋଇଥାଏ ।

 

କିଛି ଝିଅଙ୍କ କ୍ଷେତ୍ରରେ ମାସେ ରୁ ଗଡିକି ପିରିଅଡ୍ ହେଉଥିବା ସମୟରେ ଅନ୍ୟ କେତେକ ଝିଅଙ୍କ କ୍ଷେତ୍ରରେ ମାସେ ହେବା ପୂର୍ବରୁ ଜଲ୍ଦି ପିରିଅଡ୍ ହେଇବା ସହିତ ଅଧିକ ମାତ୍ରାରେ ବ୍ଲିଡିଙ୍ଗ ହେବା । ଏହା ସବୁ ହରମୋନ ଇମବାଲାନ୍ସ କାରଣ ଯୋଗୁ ହିଁ ହୋଇଥାଏ । ହରମୋନ ସନ୍ତୁଳିତ କରି ପିରିଅଡ୍ କୁ ରେଗୁଲାର କରିବା ପାଇଁ ଖାଦ୍ୟପେୟ ଓ ଏକ୍ସରସାଇଜ ଉପରେ ଗୁରୁତ୍ଵ ଦେବା ସହିତ ଡାକ୍ତରଙ୍କ ପରାମର୍ଶ ନେଇଯିବା ମଧ୍ୟ ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button