ଦେଶ- ବିଦେଶ

ଠାକୁର ପୂଜା କରିବାର ବିଧି ! ଘରେ କିପରି ଓ କେଉଁ ଦିଗକୁ ବସି ଠାକୁର ପୂଜା କରିବା, ଜାଣନ୍ତୁ ବହୁମୂଲ୍ୟ 6 ଟି କଥା

। ସୂଚନା ଅନୁସାରେ ସମସ୍ତ ମନୁଷ୍ୟ ଇଶ୍ଵର ବିଶ୍ଵାସୀ ହୋଇବା ସହ ଇଶ୍ଵରଙ୍କର ଆସ୍ତା ଉପରେ ଭରସା ରଖିଥାନ୍ତି । ସେଥିପାଇଁ ସମସ୍ତଙ୍କ ଘରେ ପ୍ରତିଦିନ ଠାକୁର ପୂଜା କରିବା ପାଇଁ ଠାକୁର ଘର ସ୍ଥାପନ ହେବା ସହ ନିଷ୍ଟାର ସହ ପୂଜା ମଧ୍ୟ କରାଯାଇଥାଏ । ଠାକୁର ପୂଜା କରିବା ସମୟରେ ଆପଣ ଯଦି କେତେକ ବିଧିବିଧାନ ନିୟମକୁ ଅନୁସରଣ କରି ପୂଜା କରିଥାନ୍ତି । ତେବେ ଆପଣ ଭଗବାନଙ୍କୁ ପ୍ରସନ୍ନ କରିବା ସହ ପୂଜାଫଳ ମଧ୍ୟ ବହୁତ ଶୀଘ୍ର ପାଇଥାନ୍ତି ।

 

ଘରେ ସବୁବେଳେ ପାଞ୍ଚଦେବତାଙ୍କର ପୂଜା କରିବା ଉଚିତ । ପଞ୍ଚଦେବତା ହେଉଛନ୍ତି ସୁର୍ଜ୍ୟଦେବ, ପ୍ରଭୁ ଗଣେଶ,  ମା ଦୂର୍ଗା, ଭଗବାନ ଶଙ୍କର ଓ ଭଗବାନ କେଶବଙ୍କର ପୂଜା କରିବା ଉଚିତ । ଆପଣ ନିହାତି ଭାବରେ ଘରେ ପଞ୍ଚଦେବତାଙ୍କ ପୂଜା ଅର୍ଚନା କରିବା ଉଚିତ ହୋଇଥାଏ । ଘରେ ୨ ଟି ଶିବଲିଙ୍ଗ ରଖି ପୂଜା କରିବା ଅନୁଚିତ ।

୩ ଗଣଶେଙ୍କର ମଧ୍ୟ ଫୋଟ କିମ୍ବା ମୂର୍ତ୍ତି ରଖିବା ଅନୁଚିତ, ୨ ଟି ଶଙ୍ଖ, ୨ ଟି ଚକ୍ର, ୨ ଟି ଶାଳଗ୍ରାମ, ୨ ଟି ସୂର୍ଯ୍ୟ ଓ ୩ ଟି ଦୂର୍ଗାଙ୍କର ଫୋଟ ରଖି ପୂଜା କରିବା ଅନୁଚିତ ହୋଇଥାଏ । ଏହା ସହିତ ଆପଣ ଅନ୍ୟାନ୍ୟ ଦେବାଦେବୀଙ୍କର ଫୋଟ ରଖି ପୂଜା କରିପାରିବେ । ଉଭୟ ପୁରୁଷ କିମ୍ବା ମହିଳା ଖାଲି ମସ୍ତକ କରି ପୂଜା କରିବା ଉଚିତ ନୁହେଁ ।

 

ମସ୍ତକରେ ସିନ୍ଦୁର, ଚନ୍ଦନ ଲଗାଇ ଆପଣ ପୂଜା କରିପାରିବେ । ଯଦି ଆପଣ ଖାଲି ମସ୍ତକରେ ଭଗବାନଙ୍କର ପୂଜା ଅର୍ଚନା କରିଥାନ୍ତି । ତେବେ ସେହି ପୂଜା କରି ମଧ୍ୟ ପୂଜା ନିରଥର୍କ ହୋଇଯାଇଥାଏ । ପୂଜା, ଦାନଧର୍ମ, ଜପ, ହୋମ, ଗାଧୋଇବା କିମ୍ବା ଖାଇବା ସମୟରେ କେବେ ମଧ୍ୟ ଗୋଇଠି ଉପରେ ବସି କରନ୍ତୁ ନାହିଁ । ଏକ ବସ୍ତ୍ର ପରିଧାନ କରି କେବେ ମଧ୍ୟ ପୂଜା କରନ୍ତୁ ନାହିଁ ।

ଉଭୟ ପୁରୁଷ ଓ ମହିଳା ମାନେ ପୂଜା କରିବା ସମୟରେ ପୋଷାକ ପିନ୍ଧିବା ସହିତ କାନ୍ଧରେ କୌଣସି ଅନ୍ୟ ବସ୍ତ୍ର ଯେପରି ପୁରୁଷ ମାନଙ୍କର ଗାମୁଛା ଓ ମହିଳାମାନେ ଓଢଣୀ ପକାଇ ପୂଜା କରିବା ଉଚିତ । ଯେଉଁ ମାନେ ଶାଢୀ ପରିଧାନ କରି ପୂଜା କରୁଛନ୍ତି । ସେମାନେ ମୁଣ୍ଡରେ ଶାଢୀର ଓଢଣା ଦେଇ ପୂଜା କରିବା ଉଚିତ ହୋଇଥାଏ ।

 

କେବେ ମଧ୍ୟ ଖୋଲା କେଶ କିମ୍ବା ମୁକୁଳା କେଶ କରି ପୂଜା କରନ୍ତୁ ନାହିଁ । ସର୍ବଦା କେଶକୁ ବାନ୍ଧି କରି ପୂଜା କରନ୍ତୁ । ପୂଜା କରିବା ପରେ ଠିଆ ହୋଇ ମୁଣ୍ଡିଆ ମାରିବା ଅନୁଚିତ । ଆପଣ ନିଜର ଆଣ୍ଠୁକୁ ଭୂମିରେ ଲଗାଇ ଠାକୁରଙ୍କୁ ପ୍ରଣାମ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button