ଦେଶ- ବିଦେଶ

କଙ୍ଗନାଙ୍କ ବିରୋଧରେ ୮ଟି ଅପରାଧିକ ମାମଲା ରହିଛି, ୯୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବାପରେ କଙ୍ଗନା କହିଛନ୍ତି, ମଣ୍ଡିରୁ ନିର୍ବାଚନ ଲଢ଼ିବା ମୋ ପାଇଁ ଗୌରବର ବିଷୟ। ବଲିଉଡରେ ମୁଁ ସଫଳ ହୋଇଛି ଏବଂ ରାଜନୀତିରେ ବି ମୁଁ ସଫଳ ହେବି ବୋଲି ଆଶା ରଖିଛି । ମଣ୍ଡିର ଲୋକମାନଙ୍କ ଭଲପାଇବା ମତେ ଏଠାକୁ ନେଇ ଆସିଛି। କଙ୍ଗନା କହିଛନ୍ତି, ଦେଶରେ ମହିଳାମାନେ ପ୍ରତି କ୍ଷେତ୍ରରେ ଆଗକୁ ଯାଉଛନ୍ତି । ମଣ୍ଡିରେ ଗତ କିଛି ବର୍ଷ ପୂର୍ବେ ଭ୍ରୁଣ ହତ୍ୟା ବୃଦ୍ଧି ପାଇଥିଲା। ଆଜି ମଣ୍ଡିର ମହିଳାମାନେ ସେନା, ଶିକ୍ଷା ଏବଂ ରାଜନୀତିରେ ଅଛନ୍ତି। କଂଗ୍ରେସ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ କଙ୍ଗନା କହିଛନ୍ତି, କଂଗ୍ରେସ ଦଳର ଦେଶ ବିରୋଧୀ ମାନସିକତା ଚିନ୍ତାଜନକ ବିଷୟ। କଙ୍ଗନା ଆଜି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଦେଇଥିବା ନିର୍ବାଚନ ସତ୍ୟପାଠ ଅନୁଯାୟୀ ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୯୦ କୋଟିରୁ ଅଧିକ। ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୮.୭ କୋଟି ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ ୬୨.୯ କୋଟି। ୩୭ ବର୍ଷୀୟା କଙ୍ଗନାଙ୍କ ନିକଟରେ ନଗଦ ୨ ଲକ୍ଷ ଟଙ୍କା ଅଛି । ତାଙ୍କର ୩ଟି ବିଳାସପୂର୍ଣ୍ଣ କାର୍ ଅଛି। ବିରୋଧରେ ୮ଟି ଅପରାଧିକ ମାମଲା ରହିଛି। ଏଥି ମଧ୍ୟରୁ ୩ଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button